www.samajalive.in
Wednesday, December 10, 2025
26.1 C
Bhubaneswar

ପୂର୍ବ ଦିଗ ଭାଗ୍ୟ, ପ୍ରଗତି, ଶାନ୍ତିର ପ୍ରତିକ

ଗୃହ ନିର୍ମାଣ ସମୟରେ ବାସ୍ତୁ ଅନୁଯାୟୀ କେତେକ ବିଶେଷ ଦିଗ ପ୍ରତି ଧ୍ୟାନ ଦେବାକୁ ପଡ଼ିଥାଏ। ସେଭଳି କିଛି ଗୁରୁତ୍ୱପୂର୍ଣ୍ଣ କଥା ମଧ୍ୟରୁ ପୂର୍ବ ଦିଗର ମହତ୍ତ୍ୱ ବିଷୟରେ ଆସନ୍ତୁ ଅଧିକ ଜାଣିବା….
ପୂର୍ବ ଦିଗକୁ ଗ୍ରହମଣ୍ଡଳର ରାଜା ବୋଲି କୁହାଯାଏ। ଏହାକୁ ସୂର୍ଯ୍ୟଙ୍କର ଦିଗ ବୋଲି ମଧ୍ୟ କୁହାଯାଏ। ପୃଥିବୀକୁ ଆଲୋକିତ କରିବା ପାଇଁ ପୂର୍ବ ଦିଗର ଭୂମିକା ଗୁରୁତ୍ୱପୂର୍ଣ୍ଣ।
ବାସ୍ତୁଶାସ୍ତ୍ରରେ ମଧ୍ୟ ପୂର୍ବ ଦିଗକୁ ମହତ୍ତ୍ୱପୂର୍ଣ୍ଣ ସ୍ଥାନ ଦିଆଯାଇଛି। ଭାଗ୍ୟ, ପ୍ରଗତି, ଶାନ୍ତି, ଆଦିର ପ୍ରତିକ ହେଉଛି ପୂର୍ବ ଦିଗ। ପୂର୍ବ ଦିଗକୁ ସର୍ବଦା ଉନ୍ମୁକ୍ତ ରଖିବା ଉଚିତ।
କାରଣ ଏହି ଦିଗ ଦେଇ ଗୃହ ମଧ୍ୟକୁ ସକରାତ୍ମକ ଶକ୍ତି ପ୍ରବେଶ କରିଥାଏ।
ସୂର୍ଯ୍ୟଦେବଙ୍କ ଭଳି ଇନ୍ଦ୍ର ଦେବ ମଧ୍ୟ ପୂର୍ବ ଦିଗର ଅଧିପତି। ଘରର ପୂର୍ବପଟ କାନ୍ଥରେ ଭଗବାନଙ୍କ ଫଟୋ ଲଗାଇବା ଉଚିତ।
ଏହାଦ୍ୱାରା ଭଗବାନଙ୍କ ବିଶେଷ କୃପା ପ୍ରାପ୍ତି ହୋଇଥାଏ। ମାତ୍ର ଏହି ଦିଗରେ ସ୍ନାନଘର, ଶିଢି ଘର, ନିର୍ମାଣ କରିବା ଉଚିତ ନୁହେଁ।
ପୂର୍ବ ଦିଗରେ ଥିବା ଝରକା ଓ ଦ୍ୱାରରେ ହାଲକା ରଙ୍ଗର ପରଦା ବ୍ୟବହାର କରିବା ଉଚିତ।
ପୂର୍ବ ଦିଗରେ ଗୃହର ଠାକୁରଘର ରହିବା ଅତ୍ୟନ୍ତ ଶୁଭପ୍ରଦ। ଘରର ବାଲକୋନି ସର୍ବଦା ପୂର୍ବ ଦିଗରେ ରହିବା ଉଚିତ।
ପିଲାମାନଙ୍କର ପଢାଘର ମଧ୍ୟ ପୂର୍ବ ଦିଗରେ ରହିବା ଅତ୍ୟନ୍ତ ଶୁଭଫଳ ପ୍ରଦାନ କରିଥାଏ। ଏପରି କରିବା ଦ୍ୱାରା ପିଲାମାନଙ୍କ ପାଠପଢାରେ ଅଧିକ ମନ ଲାଗିଥାଏ।
ପୂର୍ବ ଦିଗରେ ନଳକୂପ, ବୋରିଂ, ଆଦି କରିବା ଶୁଭପ୍ରଦ। ଘରର ପୂର୍ବ ଦିଗରେ ବଗିଚା ରହିବା ଅତ୍ୟନ୍ତ ଶୁଭ।
ଘରର ପୂର୍ବ ଦିଗରେ ଅଳିଆ ଆବର୍ଜନା ପକାନ୍ତୁ ନାହିଁ। ଏହା ଦ୍ୱାରା ଘରର ଅମଙ୍ଗଳ ହୋଇଥାଏ।

Hot this week

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

ଭକ୍ତଙ୍କ ନେତୃତ୍ୱକୁ ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ: ସୋନିଆଙ୍କୁ ଲେଖିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ...

ଭଏସ୍‌ ମେସେଜ ନୁହେଁ , ଡାଇରେକ୍ଟ ଭିଡିଓ କଲ : ଗିରଫ ହେଲେ ରସିକିଆ କଲେଜ ଅଧ୍ୟକ୍ଷ

ବୋଲଗଡ: ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ କରି ଫସିଲେ କଲେଜ ଅଧ୍ୟକ୍ଷ ।...

Related Articles

Popular Categories