www.samajalive.in
Tuesday, December 9, 2025
15.1 C
Bhubaneswar

ବଳାତ୍କାର ମାମଲାରେ ଆଶାରାମ ବାପୁଙ୍କ ପୁଅ ନାରାୟଣ ସାଇ ଦୋଷୀ ସାବସ୍ତ୍ୟ, ୩୦ରେ ଦଣ୍ଡ ଘୋଷଣା

ଅହମଦାବାଦ: ମହିଳା ଅନୁଗାମୀଙ୍କୁ ବଳାତ୍କାର କରିବା ମାମଲାରେ ଆଶାରାମ ବାପୁଙ୍କ ପୁଅ ନାରାୟଣ ସାଇ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ସ୍ଥାନୀୟ ଏକ କୋର୍ଟ ମାମଲାର ବିଚାର କରି ନାରାୟଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଆସନ୍ତା ୩୦ ତାରିଖରେ ବିଚାରପତି ତାଙ୍କୁ ଦଣ୍ଡାଦେଶ ଶୁଣାଇବେ।

ଅଭିଯୋଗ ମୁତାବକ, ଆଶାରାମ ବାପୁଙ୍କ ଆଶ୍ରମକୁ ସୁରତର ୨ ଭଉଣୀ ଆସୁଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଭଉଣୀ ସୁରତସ୍ଥିତ ଆଶ୍ରମରେ ରହିବା ସମୟରେ ୨୦୦୨ରୁ ୨୦୦୫ ମଧ୍ୟରେ ତାଙ୍କୁ ନାରାୟଣ ସାଇ ବଳାତ୍କାର କରିଥିଲେ। ସେହିପରି ଅନ୍ୟ ଜଣେ ଭଉଣୀ ୧୯୯୭ରୁ ୨୦୦୬ ମଧ୍ୟରେ ଅହମଦାବାଦ ନିକଟରେ ଥିବା ଆଶ୍ରମରେ ରହିବା ସମୟରେ ଆଶାରାମ ବାପୁ ତାଙ୍କୁ ବଳାତ୍କାର କରିଥିବା ଅଭିଯୋଗ ହୋଇଥିଲା। ୨୦୧୩ରେ ଏ ନେଇ ପୀଡ଼ିତାଦ୍ବୟ ନାରାୟଣ ଏବଂ ତାଙ୍କ ବାପା ଆଶାରାମ ବାପୁଙ୍କ ବିରୋଧରେ ପୃଥକ ଅଭିଯୋଗ କରିଥିଲେ। ଏହା ପରେ ପୁଲିସ ବଳାତ୍କାର, ଯୌନ ନିର୍ଯାତନା, ବେଆଇନ ଭାବେ ବନ୍ଦୀ କରି ରଖିବା ଏବଂ ଅନ୍ୟାନ୍ୟ ଦଫାରେ  ମାମଲା ରୁଜୁ କରିଥିଲା। ଏହି ୨ଟି ମାମଲାରେ ପୁଲିସ ଆଶାରାମଙ୍କ ସମେତ ନାରାୟଣଙ୍କ ୪ ଜଣ ସହଯୋଗୀଙ୍କୁ ଗିରଫ କରିଥିଲା। କିନ୍ତୁ ପରେ ନାରାୟଣ ଫେରାର ହୋଇଯାଇଥିଲେ। ୨୦୧୩ ଡିସେମ୍ବରରେ ପୁଲିସ ୪୦ ବର୍ଷୀୟ ନାରାୟଣଙ୍କୁ ପଞ୍ଜାବ-ହରିୟାଣାର କୁରୁକ୍ଷେତ୍ର ନିକଟ ପିପ୍‌ଲିରୁ ଗିରଫ କରିଥିଲା।

- Advertisement -

ନାରାୟଣଙ୍କ ମାମଲାରେ ୩୫ ଜଣଙ୍କ ବିରୋଧରେ ୨ଟି ଚାର୍ଜଶିଟ୍‌ ଦାଖଲ ହୋଇଥିଲା। ଅଭିଯୁକ୍ତଙ୍କ ବିରୋଧରେ ୫୩ ଜଣ ସାକ୍ଷ୍ୟ ଦେବା ସହ ଆବଶ୍ୟକ ପ୍ରମାଣସ୍ବରୂପ କାଗଜପତ୍ର ଦାଖଲ ହୋଇଥିଲା। ଅଭିଯୁକ୍ତଙ୍କ ପକ୍ଷରୁ ୧୪ଜଣ ସାକ୍ଷ୍ୟ ପ୍ରଦାନ କରିଥିଲେ। ସମସ୍ତ ସାକ୍ଷ୍ୟପ୍ରମାଣକୁ ଭିତ୍ତିକରି କୋର୍ଟ ନାରାୟଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories