www.samajalive.in
Wednesday, December 10, 2025
16.1 C
Bhubaneswar

ମଟନ ବେଲିରାମ

ଆବଶ୍ୟକ ସାମଗ୍ରୀ :

ମଟନ- ୫୦୦ଗ୍ରାମ

- Advertisement -

ପିଆଜ- ୧କପ

ଧନିଆ- ୨ଚାମଚ

ଦହି-୨କପ

ରସୁଣ- ୨ଚାମଚ(କଟା ହୋଇଥିବା)

ଅଦା- ୧ଚାମଚ(କଟା ହୋଇଥିବା)

ଲଙ୍କା ଗୁଣ୍ଡ- ୧ଚାମଚ

ଗରମ ମସଲା- ୧ଚାମଚ

ଲବଙ୍ଗ- ୪ଟି

ଗୁଜୁରାତି- ୪ଟି

ଡାଲଚିନି- ୧ଟି

ଲୁଣ- ସ୍ୱାଦ ଅନୁସାରେ

ଘିଅ- ଆବଶ୍ୟକ ମୁତାବକ

ପ୍ରସ୍ତୁତ ପ୍ରଣାଳୀ :

ପ୍ରଥମେ ଏକ ପାତ୍ରରେ ଦହି, ପିଆଜ,ଅଦା,ରସୁଣ,ଲଙ୍କା ଗୁଣ୍ଡ,ଲବଙ୍ଗ, ଗୁଜୁରାତି ଓ ଡାଲଚିନି ପକାଇ ଭଲ ଭାବରେ ପେଷି ଦିଅନ୍ତୁ। ତାପରେ ମଟନକୁ ଭଲ ଭାବରେ ଧୋଇ ପେଷା ହୋଇଥିବା ମିଶ୍ରଣରେ ଭଲ ଭାବରେ ଗୋଳାଇ ୫ମିନିଟ ପର୍ଯ୍ୟନ୍ତ ଛାଡି ଦିଅନ୍ତୁ। କଡେଇରେ ଘିଅ ପକାଇ ଗରମ କରନ୍ତୁ। ଗରମ ହୋଇଗଲା ପରେ ସେଥିରେ ଧନିଆ ପକାଇ କିଛି ସମୟ ଭାଜନ୍ତୁ। ଧନିଆ ଠିକ ଭାବେ ଭାଜି ହୋଇଗଲା ପରେ ତାକୁ ଅଳ୍ପ ଛେଚି ମଟନ ଉପରେ ପକାଇ ଦିଅନ୍ତୁ। ପୁନଶ୍ଚ କଡେଇରେ ଘିଅ ଗରମ କରି ସେଥିରେ ମିଶ୍ରିତ ହୋଇଥିବା ମଟନକୁ ପକାଇ ଭଲ ଭାବରେ ଭାଜନ୍ତୁ। ମଟନ ଭଲ ଭାବରେ ସିଝିଲା ପର୍ଯ୍ୟନ୍ତ ଭାଜନ୍ତୁ। ମଟନରେ ପୂର୍ବରୁ ସମସ୍ତ ମସଲା ମିଶାଇ ଥିବାରୁ କେବଳ ଲୁଣ ଓ ଗରମ ମସଲା ପକାଇ କିଛି ସମୟ ଘୋଡାଇ ରଖନ୍ତୁ। ତା ଉପରେ ଧନିଆ ପତ୍ର ପକାଇ ଭଲ ଭାବରେ ଘୋଡାଇ ଦିଅନ୍ତୁ। ମଟନ ଭଲ ଭାବରେ ବାସ୍ନା ଦେଲା ପରେ କାଢି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଆପଣଙ୍କ ମଟନ ବେଲିରାମ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories