www.samajalive.in
Saturday, December 13, 2025
15.1 C
Bhubaneswar

ଡି’ଭିଲିଅର୍ସଙ୍କ ୮୨*; ଆର୍‌ସିବିର କ୍ରମାଗତ ୩ୟ ବିଜୟ

ବାଙ୍ଗାଲୋର : ଚଳିତ ଆଇପିଏଲ୍‌ରେ ଚାପରେ ରହିବା ପରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି)ର ପ୍ରଦର୍ଶନରେ ଉନ୍ନତି ଘଟିଛି। କ୍ରମାଗତ ୩ୟ ବିଜୟ ସହ ଆର୍‌ସିବି ପ୍ଲେଅଫ୍ ଦୌଡ଼ରେ ରହିପାରିଛି। ବୁଧବାର କିଙ୍ଗ୍‌ସ ଏକାଦଶ ପଞ୍ଜାବକୁ ୧୭ ରନ୍‌ରେ ଆର୍‌ସିବି ପରାସ୍ତ କରିଛି। ଏବି ଡି’ଭିଲିଅର୍ସଙ୍କ ବିସ୍ଫୋରକ ଅପରାଜିତ ୮୨ ରନ୍‌ ଏବଂ ପାର୍ଥିବ ପଟେଲ ଓ ମାର୍କସ ଷ୍ଟୋଇନିସ୍ ଉପଯୋଗୀ ଇନିଂସ ବଳରେ ଆର୍‌ସିବି ୪ ୱିକେଟରେ ୨୦୨ ରନ୍ କରିଥିଲା। ପରେ ଉପର ଅର୍ଡରର ସମସ୍ତ ବ୍ୟାଟ୍‌ସମ୍ୟାନ୍ ଭଲ ପ୍ରଦର୍ଶନ କରିବା ସତ୍ତ୍ବେ ପଞ୍ଜାବ ୭ ୱିକେଟରେ ୧୮୫ ରନ୍ କରି ପାରିଥିଲା। ୧୧ଶ ମ୍ୟାଚ୍‌ରେ ୪ର୍ଥ ବିଜୟ ପରେ ଆର୍‌ସିବି ୭ମ ସ୍ଥାନକୁ ଉନ୍ନୀତ ହୋଇଛି। ପଞ୍ଜାବ ୧୧ଶ ମ୍ୟାଚ୍‌ରେ ୬ଷ୍ଠ ପରାଜୟ ଭୋଗିଛି।
ବିସ୍ଫୋରକ ଢଙ୍ଗରେ କିଙ୍ଗ୍‌ସ ଏକାଦଶ ପଞ୍ଜାବ ୨୦୩ ରନ୍ ବିଶାଳ ଲକ୍ଷ୍ୟର ପିଛା ଆରମ୍ଭ କରିଥିଲା। ୧୯ ବଲ୍‌ରୁ ୪୨ ରନ୍ ହେବା ପରେ କ୍ରିସ୍ ଗେଲ୍‌ଙ୍କ ଗୁରୁତ୍ବପୂର୍ଣ୍ଣ ୱିକେଟ ନେଇ ପାରିଥିଲା ବାଙ୍ଗାଲୋର। ବିସ୍ଫୋରକ ବ୍ୟାଟିଂକରି ଗେଲ୍‌ ୧୦ ବଲ୍‌ରୁ ଗୋଟିଏ ଛକା ଓ ୪ଟି ଚୌକା ସହ ୨୩ ରନ୍‌କରି ବିଦାୟ ନେଇଥିଲେ। ପରେ କେ.ଏଲ୍‌. ରାହୁଲ ଓ ମୟଙ୍କ ଅଗ୍ରୱାଲ ବିସ୍ଫୋରକ ବ୍ୟାଟିଂ ଜାରି ରଖିଥିଲେ। ଦୁହେଁ ୩୫ ବଲ୍‌ରୁ ୫୯ ରନ୍ ଯୋଗକରି ଦଳକୁ ବିଜୟପଥରେ ଆଗେଇ ନେଇଥିଲେ। ମୟଙ୍କ ୨୧ ବଲ୍‌ରୁ ଗୋଟିଏ ଛକା ଓ ୫ଟି ଚୌକା ସହ ୩୫ ରନ୍‌ କରିଥିଲେ। ୬ଟି ବଲ୍‌ ପରେ ରାହୁଲ ମଧ୍ୟ ଆଉଟ ହୋଇ ଯାଇଥିଲେ। ରାହୁଲ ୨୭ ବଲ୍‌ରୁ ଗୋଟିଏ ଛକା ଓ ୭ଟି ଚୌକା ସହ ୪୨ ରନ୍‌ କରିଥିଲେ। ଶେଷ ୧୦ ଓଭରରୁ ୯୮ ରନ୍ ଆବଶ୍ୟକ ଥିବା ବେଳେ ଡେଭିଡ୍ ମିଲର ଓ ନିକୋଲାସ୍ ପୁରନ୍ ସ୍କୋରକୁ ଆଗେଇ ନେଇଥିଲେ। ଶେଷ ୨ ଓଭରରୁ ୩୦ ରନ୍ ଆବଶ୍ୟକ ଥିବା ବେଳେ ନବଦୀପ ସେନି ୧୯ଶ ଓଭରରେ ୩ ରନ୍‌ଦେଇ ୨ଟି ୱିକେଟ ନେଇଥିଲେ। ମିଲର ୨୫ ବଲ୍‌ରୁ ୨୪ ରନ୍‌ କରିଥିଲେ। ୱେଷ୍ଟଇଣ୍ଡିଜ୍‌ର ନିକୋଲାସ୍ ପୁରନ୍ ୨୮ ବଲ୍‌ରୁ ୫ଟି ଛକା ଓ ଗୋଟିଏ ଚୌକା ସହ ୪୬ ରନ୍‌କରି ଆଉଟ ହୋଇ ଯାଇଥିଲେ। ଶେଷ ଓଭରରୁ ୨୭ ରନ୍ ଆବଶ୍ୟକ ଥିବା ବେଳେ ଅଧିନାୟକ ଆର୍. ଅଶ୍ବିନ ପ୍ରଥମ ବଲ୍‌ରେ ଛକାମାରିବା ପରେ ୨ୟ ବଲ୍‌ରେ ଓ ହାର୍ଡସ ଭିଲ୍ୟୋନ୍ ୩ୟ ବଲ୍‌ରେ ଆଉଟ ହୋଇଥିଲେ। ଉମେଶ ଯାଦବ ୩ଟି ଓ ନବଦୀପ ସୈନି ୨ଟି ୱିକେଟ ନେଇଥିଲେ।
ପଞ୍ଜାବ ଟସ୍ ଜିତି ଫିଲ୍‌ଡିଂ ନେବା ପରେ ବାଙ୍ଗାଲୋର ୩ ଓଭରରେ ୩୫ ରନ୍‌ର ଭାଗିଦାରୀ କରିଥିଲା। ଅଧିନାୟକ ବିରାଟ କୋହଲି ୮ ବଲ୍‌ରୁ ୧୩ ରନ୍‌କରି ବିଦାୟ ନେଇଥିଲେ। ପରେ ଅନ୍ୟ ଓପ୍‌ନର ପାର୍ଥିବ ପଟେଲ ଆକ୍ରମଣାତ୍ମକ ବ୍ୟାଟିଂ ଜାରିରଖି ୨୪ ବଲ୍‌ରୁ ୨ଟି ଛକା ଓ ୭ଟି ଚୌକା ସହ ୪୩ ରନ୍‌କରି ଆଉଟ ହୋଇ ଯାଇଥିଲେ। ମୋଇନ୍ ଅଲୀ (୪) ଓ ଅକ୍ଷଦୀପ ନାଥ (୩) ଜଲ୍‌ଦି ବିଦାୟ ନେଇଥିଲେ। ୧୩ ଓଭରରେ ଆର୍‌ସିବି ୪ ୱିକେଟରେ ୯୯ ରନ୍ କରିଥିବା ବେଳେ ଏହା ପାଇଁ ଦେଢ଼ଶହ ରନ୍ ମଧ୍ୟ ଅପହଞ୍ଚ ଲାଗିଥିଲା। ତେବେ ଡି’ଭିଲିଅର୍ସ ୧୪ଶ ଓଭରରୁ ଆକ୍ରମଣ ଆରମ୍ଭ କରିଥିଲେ। ପରେ ମାର୍କସ ​‌େ​‌ଷ୍ଟାଇନିସ୍ ମଧ୍ୟ ରନ୍‌ଭୋଜିରେ ସାମିଲ ହୋଇଥିଲେ। ଫଳରେ ଶେଷ ୭ ଓଭରରୁ ୧୦୩ ହୋଇଥିଲା। ଏଥିରୁ ଶେଷ ଓଭରରେ ୨୭ ରନ୍ ସହ ଶେଷ ୩ ଓଭରରୁ ୬୪ ରନ୍ ହୋଇଥିଲା। ଏକଦା ୨୫ ବଲ୍‌ରୁ ମାତ୍ର ୨୫ ରନ୍ କରିଥିବା ଏବି ଡି’ଭିଲିଅର୍ସ ପରବର୍ତ୍ତୀ ୧୯ ବଲ୍‌ରୁ ୫୭ ରନ୍ କରିଥିଲେ। ଡି’ଭିଲିଅର୍ସ ୪୪ ବଲ୍‌ରୁ ୭ଟି ଛକା ଓ ୩ଟି ଚୌକା ସହ ୮୨ ରନ୍‌କରି ଅପରାଜିତ ଥିଲେ। ଷ୍ଟୋଇନିସ୍ ୩୪ ବଲ୍‌ରୁ ୩ଟି ଛକା ଓ ୨ଟି ଚୌକା ସହ ୪୬ ରନ୍‌ରେ ଅପରାଜିତ ଥିଲେ।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories