www.samajalive.in
Saturday, December 13, 2025
26.1 C
Bhubaneswar

ଡ଼ିଡ଼ିସିଏରୁ ରଜତ ଶର୍ମାଙ୍କୁ ବିଦା କରିବାକୁ ୮ସଦସ୍ୟଙ୍କ ପ୍ରସ୍ତାବ

ନୂଆଦିଲ୍ଲୀ: ଦିଲ୍ଲୀ ଏବଂ ଜିଲ୍ଲା କ୍ରିକେଟ ସଙ୍ଘ (ଡ଼ିଡ଼ିସିଏ)ର ଅଧ୍ୟକ୍ଷ ରଜତ ଶର୍ମାଙ୍କ ଠାରୁ ସମସ୍ତ କ୍ଷମତା ଅପସାରଣ କରିବାକୁ ନିର୍ଦ୍ଦେଶକ ମଣ୍ଡଳୀର ୮ସଦସ୍ୟ ରାଜି ହୋଇଛନ୍ତି। ରଜତଙ୍କ ଠାରୁ କ୍ଷମତା ଅପସାରଣ ହେଲେ ସେ ସୁଚାରୁ ରୂପେ ଡ଼ିଡ଼ିସିଏ କାର୍ଯ୍ୟ ନିର୍ବାହ କରିପାରିବେ ନାହିଁ। ଏ ନେଇ ଅନୁଷ୍ଠିତ ବୈଠକରେ ବିନୋଦ ତିହାରା, ରାଜନ ମନଚନ୍ଦା, ସଞ୍ଜୟ ଭରଦ୍ୱାଜ, ଆଲୋକ ମିତ୍ତଲ, ଅପୂର୍ବ ଗୁପ୍ତା, ଏସ.ଏନ. ଶର୍ମା, ସୁଧୀର ଅଗ୍ରୱାଲ ଏବଂ ନିନା ଗୁପ୍ତା ପ୍ରସ୍ତାବରେ ସ୍ଵାକ୍ଷର କରିଛନ୍ତି। ପୂର୍ବତନ କ୍ରିକେଟର ଭରଦ୍ୱାଜ ପ୍ରଥମରୁ ରଜତ ଶର୍ମାଙ୍କୁ ବିରୋଧ କରିଥିଲେ ଏବଂ କହିଥିଲେ ଯେ ସେ ରଜତଙ୍କ କାର୍ଯ୍ୟ ଶୈଳୀରେ ଖୁସି ନୁହନ୍ତି।

ନିର୍ଦ୍ଦେଶକ ମଣ୍ଡଳୀରେ ଥିବା ସରକାରୀ ପ୍ରତିନଧି ଗୌତମ ଗମ୍ଭୀରଙ୍କ ସମେତ ଅନ୍ୟ ୮ଜଣ ସଦସ୍ୟ ସେହି ପ୍ରସ୍ତାବରେ ସ୍ଵାକ୍ଷର କରି ନଥିବା ଜଣାପଡିଛି। ଅନ୍ୟ ପକ୍ଷରେ ଡ଼ିଡ଼ିସିଏର ଜଣେ ସଦସ୍ୟ କହିଛନ୍ତି, ରଜତ ଶର୍ମାଙ୍କ ଠାରୁ ସମସ୍ତ କ୍ଷମତା ଅପସାରଣ କରିବା ପାଇଁ ସଂଖ୍ୟା ଗରିଷ୍ଠତା ଆବଶ୍ୟକ କିନ୍ତୁ ତାଙ୍କୁ ବିରୋଧ କରୁଥିବା ନିର୍ଦ୍ଦେଶକଙ୍କ ପାଖରେ ସଂଖ୍ୟା ଗରିଷ୍ଠତା ନାହିଁ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories