www.samajalive.in
Saturday, December 13, 2025
21.1 C
Bhubaneswar

କଂଗ୍ରେସ ସରକାର ଗଢିଲେ ଦୁଇଟି ବଜେଟ ଆଗତ ହେବ : ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ : କେନ୍ଦ୍ରରେ କଂଗ୍ରେସ ସରକାରକୁ ଆସିଲେ ଦୁଇଟି ବଜେଟ ଆଗତ କରାଯିବ ବୋଲି କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ କହିଛନ୍ତି। ଉତ୍ତରପ୍ରଦେଶର ବାରବାଙ୍କି ଠାରେ ଆୟୋଜିତ ଏକ ନିର୍ବାଚନୀ ସଭାରେ ରାହୁଲ ଏହାର ଘୋଷଣା କରିଛନ୍ତି। ସେ ଆହୁରି କହିଛନ୍ତି ଏହି ଦୁଇଟି ବଜେଟ ମଧ୍ୟରେ ଗୋଟିଏ ରାଷ୍ଟ୍ରୀୟ ଓ ଅନ୍ୟଟି କୃଷକଙ୍କ ପାଇଁ ବଜେଟ ପ୍ରସ୍ତୁତ କରାଯିବ। ଏହା ଏକ ଐତିହାସିକ ନିଷ୍ପତ୍ତି ହେବ ବୋଲି କଂଗ୍ରେସ ଅଧ୍ୟକ୍ଷ କହିଛନ୍ତି। ଏହାପରେ କୌଣସି ଚାଷୀ ଋଣ ଫେରସ୍ତ ନକଲେ ଜେଲ ଯିବାକୁ ପଡିବନି ବୋଲି ରାହୁଲ କହିଛନ୍ତି।
ମୋଦୀଙ୍କୁ ସମାଲୋଚନା କରି ରାହୁଲ କହିଛନ୍ତି, ୫ବର୍ଷ ମଧ୍ୟରେ ମୋଦୀ ସରକାର ୧ଲକ୍ଷ ଯୁବକଙ୍କୁ ରୋଜଗାର ଦେଇପାରିନି। ବିମୁଦ୍ରାୟନ ଯୋଗୁଁ ସାଧାରଣ ଜନତା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ବାରବାଙ୍କି ଲୋକସଭା ଆସନରୁ କଂଗ୍ରେସ ବରିଷ୍ଠ କଂଗ୍ରେସ ନେତା ପିଏଲ ପୁନିଆଙ୍କ ପୁଅ ତନୁଜ ପୁନିଆ ନିର୍ବାଚନ ଲଢୁଛନ୍ତି। ଏହାସହ ରାହୁଲ ନ୍ୟୁନତମ ଆୟ ଯୋଜନା ବିଶ୍ୱର ସବୁଠାରୁ ନ୍ୟୁନତମ ଆୟ ଯୋଜନା ବୋଲି କହିଛନ୍ତି। ଏହାଦ୍ୱାରା ଦେଶର ୨୦% ପରିବାର ଉପକୃତ ହୋଇପାରିବେ।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories