www.samajalive.in
Saturday, December 13, 2025
21.1 C
Bhubaneswar

ଜୟାପ୍ରଦାଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଦେଲେ ଆଜମ ଖାନଙ୍କ ପୁଅ

ଲକ୍ଷ୍ମୌ: ଉତ୍ତର ପ୍ରଦେଶର ରାମପୁର ଆସନରେ ବିଜେପିରୁ ପ୍ରାର୍ଥୀ ହୋଇଥିବା ଅଭିନେତ୍ରୀ ଜୟାପ୍ରଦାଙ୍କ ପ୍ରତି ପୁଣି ଅଶାଳୀନ ମନ୍ତବ୍ୟ ଦେଇଛନ୍ତି ସମାଜବାଦୀ ପାର୍ଟି ନେତା ଆଜମ ଖାନଙ୍କ ପୁଅ ଅବଦୁଲ୍ଲା ଆଜମ ଖାନ। ପୂର୍ବରୁ ଦଳର ବରିଷ୍ଠ ନେତା ଆଜମ ଖାନ ଜୟାପ୍ରଦାଙ୍କ ପ୍ରତି ଅଶ୍ଳୀଳ ମନ୍ତବ୍ୟ ଦେଇଥିବାବେଳେ ଏଥର ତାଙ୍କ ପୁଅ ଅବଦୁଲ୍ଲା ଅନୁରୂପ ମନ୍ତବ୍ୟ ଦେଇ ବିବାଦ ଘେରକୁ ଆସିଛନ୍ତି। ଅବଦୁଲ୍ଲା ଜୟାପ୍ରଦାଙ୍କୁ ‘ଅନାରକଲି’ ସମ୍ବୋଧନ କରିଛନ୍ତି। ରବିବାର ଏକ ନିର୍ବାଚନୀ ସଭାରେ ବାପା ଆଜମ ଖାନଙ୍କ ଉପସ୍ଥିତିରେ ଅବଦୁଲ୍ଲା ଏହି ମନ୍ତବ୍ୟ ଦେବା ସହ କହିଛନ୍ତି, ଏହା ନିଃସନ୍ଦେହ ଯେ ଆମର ଅଲି ଏବଂ ବଜରଙ୍ଗବଲି ଦରକାର। କିନ୍ତୁ ଜଣେ ଅନାରକଲିର ଆବଶ୍ୟକତା ନାହିଁ।

ଉଲ୍ଲେଖଯୋଗ୍ୟ, କିଛିଦିନ ତଳେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମୀରଟରେ ଅନୁଷ୍ଠିତ ଏକ ନିର୍ବାଚନୀ ରାଲିରେ କହିଥିଲେ, ଯଦି ଅଲିଙ୍କ ଉପରେ କଂଗ୍ରେସ, ସମାଜବାଦୀ ପାର୍ଟି ଏବଂ ବିଏସପିର ବିଶ୍ଵାସ ରହିଛି, ତେବେ ଆମର ବଜରଙ୍ଗବଲିଙ୍କ ଉପରେ ବିଶ୍ଵାସ ଅଛି। ନିକଟରେ ଆଜମ ଖାନ ଜୟାପ୍ରଦାଙ୍କ ଉପରେ ଅଶ୍ଳୀଳ ମନ୍ତବ୍ୟ​‌ ଦେଇ ବିବାଦକୁ ଆସିଥିଲେ। ଆଜମ ଆଚରଣ ବିଧି ଉଲ୍ଲଂଘନ କରିଥିବାରୁ ନିର୍ବାଚନ ଆୟୋଗ ତାଙ୍କ ପ୍ରଚାର ଉପରେ ୩ଦିନ କଟକଣା ଲଗାଇଥିଲେ।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories