www.samajalive.in
Sunday, December 14, 2025
26.1 C
Bhubaneswar

‘ଓଡ଼ିଶା ସରକାର ବିକାଶରେ ବାଧକ’ : ପୀୟୂଷ ଗୋଏଲ

ଆଠଗଡ଼ : ଓଡିଶାରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧିନ ବିଜେଡି ସରକାର ସ୍ଥାଣୁ ପାଲଟିଯିବା ସହ ରାଜ୍ୟର ବିକାଶରେ ବାଧକ ସାଜିଛି ବୋଲି ଆଠଗଡ଼ରେ ବିଜେପି ନିର୍ବାଚନ ପ୍ରଚାରସଭାରେ କେନ୍ଦ୍ର ରେଳବାଇ ଓ କୋଇଲାମନ୍ତ୍ରୀ ପିୟୁଷ ଗୋଏଲ ପ୍ରକାଶ କରିଛନ୍ତି। ରାଜ୍ୟରେ ପ୍ରାକୃତିକ ଖଣିଜସମ୍ପଦ ଓ ଜଳସମ୍ପଦ ଭରପୁର ରହିଥିବାବେଳେ ରାଜ୍ୟ ସରକାର ଶୋଇ ରହିଥିବାରୁ ଏହାର ସଦୁପଯୋଗ ହୋଇପାରୁ ନାହିଁ। କେନ୍ଦ୍ର ସରକାରଙ୍କର ବିଭିନ୍ନ ଯୋଜନା ବିଶେଷ କରି ଆୟୁଷ୍ମାନ ଭାରତ ଯୋଜନା ରାଜ୍ୟର ବିଜେଡି ସରକାର ରାଜନୈତିକ ଅଭିସନ୍ଧି ରଖି ଏଠାରେ କାର୍ଯ୍ୟକାରୀ ନ କରିବା ଏବଂ କିଷାନନିଧି ଯୋଜନାରେ ସହାୟତା ପାଇଁ କୃଷକଙ୍କ ନାମ ତାଲିକା କେନ୍ଦ୍ର ସରକାରଙ୍କୁ ନଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ଗୋଏଲ କହିବା ସହ ଏଥିପାଇଁ ଓଡିଶାର ଲକ୍ଷ ଲକ୍ଷ ଗରିବ ଜନସାଧାରଣ ମାଗଣାରେ ସ୍ୱାସ୍ଥ୍ୟସେବା ଏବଂ କୃଷକମାନେ ଆର୍ଥିକ ସହାୟତାରୁ ବଞ୍ଚିତ ହେଉଥିବା ମତବ୍ୟକ୍ତ କରିଥିଲେ। ଓଡିଶାବାସୀ ଏହାକୁ ଭଲ ଭାବେ ବୁଝି ସାରିଲେଣି ଏବଂ ଚଳିତ ନିର୍ବାଚନରେ ଏହାର ଉଚିତ ଜବାବ ଦେଇ ରାଜ୍ୟ ସରକାରକୁ ପରିବର୍ତ୍ତନ ଲାଗି ମନ ସ୍ଥିର କରିସାରିଛନ୍ତି ବୋଲି ଶ୍ରୀ ଗୋଏଲ କହିଛନ୍ତି। ରେଳବାଇକ୍ଷେତ୍ରରେ ବିକାଶ ଲାଗି କେନ୍ଦ୍ର ସରକାର ଓଡିଶା ପାଇଁ ୪୫ ହଜାର କୋଟି ଟଙ୍କାର ପ୍ରକଳ୍ପ ମଞ୍ଜୁର କରିଛନ୍ତି। ଏଥିପାଇଁ ପର୍ଯ୍ୟାୟକ୍ରମେ ପ୍ରତିବର୍ଷ ବଜେଟରେ ଯେଉଁ ଆର୍ଥିକ ବ୍ୟବସ୍ଥା ମଧ୍ୟ କରାଯାଉଛି। କିନ୍ତୁ ନୂତନ ରେଳଲାଇନ ବିଛାଇବା ଲାଗି ରାଜ୍ୟ ସରକାର ଠିକ ସମୟରେ ଜମି ଯୋଗାଇଦେଇ ପାରୁ ନଥିବାରୁ କାମ ଆଗେଇ ପାରୁ ନଥିବା ଶ୍ରୀ ଗୋଏଲ ଅଭିଯୋଗ କରିଥିଲେ।

କେନ୍ଦ୍ରରେ ନରେନ୍ଦ୍ର ମୋଦୀଙ୍କ ସରକାର ଯେଉଁ ବିକାଶରଧାରାକୁ ଆଗେଇ ନେଉଛନ୍ତି ତାକୁ ଆହୁରି ଗତିଶୀଳ କରିବା ପାଇଁ ଏବଂ ଓଡିଶାର ବିକାଶକୁ ତ୍ୱରାନ୍ୱିତ କରିବାକୁ ହେଲେ ଏଠାରେ ଭାରତୀୟ ଜନତା ପାର୍ଟିର ସରକାର ହେବା ଦରକାର। ଏଥିଲାଗି ଓଡିଶାବାସୀ ବିଜେପିକୁ ଏବଂ ବିଶେଷକରି ଆଠଗଡ଼ ନିର୍ବାଚନମଣ୍ଡଳୀବାସୀ ଉଭୟ ସାଂସଦ ପ୍ରାର୍ଥୀ ପ୍ରକାଶ ମିଶ୍ର ଓ ବିଧାୟକ ପ୍ରାର୍ଥୀ ବ୍ରଜେନ୍ଦ୍ରକୁମାର ରାୟଙ୍କୁ ବିଜୟୀ କରାଇବାକୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ଗୋଏଲ ନିବେଦନ କରିଥିଲେ। ଆଠଗଡ଼ ଭାରତୀୟ ଜନତା ପାର୍ଟିପକ୍ଷରୁ ସ୍ଥାନୀୟ ମହିଳା କଲେଜ ନିକଟସ୍ଥ ମିନି ଷ୍ଟାଡିୟମରେ ବରିଷ୍ଠ କାର୍ଯ୍ୟକର୍ତ୍ତା ରାମନାରାୟଣ ମହାନ୍ତିଙ୍କ ସଂଯୋଜନାରେ ଅପରାହ୍ନ ୩ଟାରେ ଅନୁଷ୍ଠିତ ଏହି ନିର୍ବାଚନୀ ସଭାରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଗୋଏଲଙ୍କ ସହ ବିଜେପିନେତା ତଥା ଅଭିନେତା ଶ୍ରୀତମ ଦାସ, କଟକ ଜିଲା ସଭାପତି ଚୌଧୁରୀ ହେମନ୍ତ ସାହୁ, କଟକ ଲୋକସଭା ପ୍ରାର୍ଥୀ ପ୍ରକାଶ ମିଶ୍ର ଓ ଆଠଗଡ଼ ବିଧାନସଭା ପ୍ରାର୍ଥୀ ବ୍ରଜେନ୍ଦ୍ରକୁମାର ରାୟ, ବରିଷ୍ଠ ବିଜେପିନେତା ତୁଳସୀ ଅଗ୍ରୱାଲ ପ୍ରମୁଖ ଉଦ୍‍ବୋଧନ ଦେଇଥିଲେ। ଏହି ସଭାରେ ଆଠଗଡ଼ର ସ୍ଥାନୀୟ ନେତା ବିକ୍ରମକେଶରୀ ଦାଶ, ପ୍ରାଣବନ୍ଧୁ ସେନାପତି, ଜିଲା ସହପ୍ରଭାରୀ ଜଗନ୍ନାଥ ଦାସ, ହରିହର ସାହୁ, ଜଗଦାନନ୍ଦ ତ୍ରିପାଠୀ, ହରେକୃଷ୍ଣ ମହାନ୍ତି, ସ୍ୱାଗତା ପଟ୍ଟନାୟକ, ଅରୁଣ ମହାନ୍ତି, ପ୍ରକାଶ ସେଠୀ, ତପନ ଲେଙ୍କା, ପ୍ରମୋଦ ରାୟ, ବିଚିତ୍ରାନନ୍ଦ ଜେନାଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ଉଦ୍‍ବୋଧନ ଦେଇଥିଲେ।

Hot this week

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

Related Articles

Popular Categories