www.samajalive.in
Saturday, December 13, 2025
21.1 C
Bhubaneswar

ଫିଲ୍ମ ପରେ ମୋଦୀ ୱେବ ଧାରାବାହିକ ଉପରେ ନିର୍ବାଚନ କମିଶନଙ୍କ ରୋକ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ଆଧାରିତ ଏକ ୱେବ ଧାରାବାହିକର ପ୍ରସାରଣ ଉପରେ ରୋକ ଲଗାଇଛନ୍ତି ନିର୍ବାଚନ କମିଶନ। ଏହି ୱେବ ଧାରାବାହିକ ମୁକ୍ତିଲାଭ କରିବାକୁ ଥିବା ‘ଏରସ ନାଓ’ ଭିଡିଓ କମ୍ପାନୀକୁ ନିର୍ଦ୍ଦେଶ ଜାରି କରି ନିର୍ବାଚନ ଆୟୋଗ ଏହାକୁ ତୁରନ୍ତ ଅପସାରଣ କରିବାକୁ କହିଛନ୍ତି। କମିଶନ ତାଙ୍କ ଆଦେଶରେ କହିଛନ୍ତି, ଆମେ ଜାଣିବାକୁ ପାଇଛୁ ଯେ ‘ମୋଦୀ – ଜର୍ଣ୍ଣି ଅଫ ଦ କମନ ମ୍ୟାନ’ର ପାଞ୍ଚଟି ଏପିସୋଡ ଉପଲବ୍ଧ ଅଛି, ତେଣୁ ପରବର୍ତ୍ତୀ ଆଦେଶ ସୁଦ୍ଧା ଏହାର ଅନଲାଇନ ଷ୍ଟ୍ରିମିଙ୍ଗ ବନ୍ଦ କରିବା ଏବଂ ଏହି ଧାରାବାହିକ ସହ ସମ୍ପର୍କିତ ଅନ୍ୟାନ୍ୟ କାର୍ଯ୍ୟକ୍ରମକୁ ମଧ୍ୟ ପ୍ଲାଟଫର୍ମରୁ ଅପସାରଣ କରିବା ପାଇଁ ନିର୍ଦ୍ଦେଶ ଦିଆଯାଉଛି।’

ସୂଚନା ଯୋଗ୍ୟ, ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ଆଧାରିତ ଚଳଚ୍ଚିତ୍ର ‘ପିଏମ ନରେନ୍ଦ୍ର ମୋଦୀ’ର ମୁକ୍ତିଲାଭ ବନ୍ଦ କରିଥିଲେ ନିର୍ବାଚନ କମିଶନ। ଯେଉଁ ଫିଲ୍ମ କିମ୍ବା ଧାରାବାହିକ କୌଣସି ରାଜନୈତିକ ଦଳ ବା ବ୍ୟକ୍ତିକୁ ଯଦି ସହାୟକ ହେଉଥାଏ, ତାହା ଇଲେକ୍ଟ୍ରୋନିକ ମିଡିଆରେ ପ୍ରସାରଣ ହୋଇ ପାରିବନାହିଁ। ‘ପିଏମ ନରେନ୍ଦ୍ର ମୋଦୀ’ ଚଳଚ୍ଚିତ୍ର ପ୍ରଥମ ପର୍ଯ୍ୟାୟ ମତଦାନ ଅର୍ଥାତ ୧୧ ଏପ୍ରିଲରେ ମୁକ୍ତିଲାଭ କରିବାର ଥିଲା

- Advertisement -

ନିର୍ବାଚନ କମିଶନ ମଧ୍ୟ ନମୋ ଟିଭି କ୍ଷେତ୍ରରେ କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି। କମିଶନ ସ୍ପଷ୍ଟ କରିଛନ୍ତି ଯେ, ମତଦାନର ୪୮ଘଣ୍ଟା ପୂର୍ବରୁ ନିର୍ବାଚନୀ ପ୍ରଚାର ବନ୍ଦ ହେବା ସମୟରେ ନମୋ ଟିଭି ନିର୍ବାଚନ ସମ୍ପର୍କିତ କୌଣସି କାର୍ଯ୍ୟକ୍ରମ ପ୍ରସାରଣ କରିପାରିବ ନାହିଁ।

Hot this week

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

Related Articles

Popular Categories