www.samajalive.in
Sunday, December 14, 2025
26.1 C
Bhubaneswar

ମୁନ୍ଦାଏ ପାନୀୟ ଜଳ ପାଇଁ ଡହଳ ବିକଳ ସ୍ୱାଭିମାନ ଅଞ୍ଚଳବାସୀ

ମାଲକାନଗିରି : ଚାରିଆଡେ ପାଣି, ଶହ ଶହ କିଲୋମିଟର ବିସ୍ତୃତ ଜଳରାଶିା ଏଭଳି ଜଳ ମଧ୍ୟରେ ୧୨୦ଟି ଆଦିବାସୀ ଗ୍ରାମ। ଜଳ ମଧ୍ୟରେ ବିତୁଛି ଜୀବନ। କିନ୍ତୁ ମୁନ୍ଦାଏ ପାନୀୟ ଜଳ ପାଇଁ ଡହଳ ବିକଳ ହେଉଛନ୍ତି ୫ଟି ପଞ୍ଚାୟତର ଆଦିବାସୀ। ନଦୀନାଳର ଦୂସିତ ପାଣି କିମ୍ବା ଚୁଆ ପାଣି ହିଁ ସେମାନଙ୍କ ପାଇଁ ଭରସ।। ଖରାଦିନର ସ୍ଥିତି ଆହୁରି ସଙ୍ଗୀନ। ଗୋଟିଏ ଦୁଇଟି ହାତଖୋଳା ବୋରୱେଲ ତାହା ମଧ୍ୟ ଶୁଷ୍କ ହୋଇଯାଏା ଗରାଏ ପାଣି ପାଇଁ ଆଦିବାସୀ ମହିଳାମାନଙ୍କୁ ମାଇଲ ମାଇଲ ଦୂର ଯିବାକୁ ପଡେ । ଏଭଳି ପାନୀୟ ଜଳ ସଙ୍କଟ ଦେଖାଯାଇଛି ରାଜ୍ୟ ସରକାରଙ୍କ ଦ୍ୱାରା ବିକାଶର ନାରା ଦିଆଯାଉଥିବା ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳରେ। ଗତ ଜୁଲାଇ ୨୫ ତାରିଖ ଦିନ ମୁଖ୍ୟମନ୍ତ୍ରୀ ଗୁରୁପ୍ରିୟା ସେତୁ ଉଦଘାଟନ କରି ସମ୍ପର୍କର ସେତୁ ସ୍ଥାପନ ହୋଇଥିବା ଏବଂ ବିକାଶର ଦ୍ରୁତ ଅଗ୍ରଗତି ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ୧୦ ମାସ ବିତିଲା କିନ୍ତୁ ଆଦିବାସୀଙ୍କ ଭାଗ୍ୟ ବଦଳିଲାନାହିଁ। ଏବେବି ବିକାଶରୁ ବହୁ କୋସ ଦୂରରେ ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳର ଅଣ୍ଡ୍ରାପାଲ୍ଲୀ, ଜଡାମ୍ବ, ପଣସପୁଟ, ଗାଜଲମାମୁଡି, ଓ ଯନ୍ତ୍ରୀ ପଞ୍ଚାୟତର ୧୫ ହଜାରରୁ ଉର୍ଦ୍ଧ ଆଦିବାସୀା ମୌଳିକ ସୁବିଧା କଣ ସେମାନେ ଜାଣନ୍ତି ନାହିଁ। ତେବେ ବର୍ତ୍ତମାନ ଏହି ଅଞ୍ଚଳରେ ପାନୀୟ ଜଳ ସଙ୍କଟ ଉତ୍କଟ ରୂପ ଧାରଣ କରିଛି। ରାସ୍ତା ନଥିବାରୁ ବୋରୱେଲ ଗାଡ଼ି ଗ୍ରାମ ଭିତରକୁ ଯାଇପାରେନାହିଁ। ଯାହା ହାତରେ ଖୋଳାଯାଇଥିବା ଚୁଆଁ ଓ କୁଅଁ ପାଣି ଏବଂ କେତୋଟି ନଳକୂପ ହିଁ ଭରସ।।

- Advertisement -

 

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories