www.samajalive.in
Thursday, December 11, 2025
13.1 C
Bhubaneswar

ରାଶି ଅନୁସାରେ ବାଛନ୍ତୁ ଆପଣଙ୍କ କ୍ୟାରିୟର

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ଗ୍ରହର ସମ୍ବନ୍ଧ ରାଶି ମାନଙ୍କ ସହ ରହିଥାଏ। ଗ୍ରହ ନକ୍ଷତ୍ରଙ୍କ କାର୍ଯ୍ୟକଳାପ ଅନୁସାରେ ଆମ ଜୀବନରେ ଅନେକ ପରିବର୍ତ୍ତନ ହୋଇଥାଏ। ରାଶି ଅନୁସାରେ ଆମ ଜୀବନରେ ଅନେକ କିଛି ଶୁଭ ଓ ଅଶୁଭ କାର୍ଯ୍ୟ ହୋଇଥାଏ। ଲୋକମାନେ ରାଶିକୁ ଅଧିକ ବିଶ୍ୱାସ କରିଥାନ୍ତି। ଯେକୌଣସି ଶୁଭ କାର୍ଯ୍ୟ ଆରମ୍ଭ କଲେ ରାଶି ଦେଖାଥାଆନ୍ତି। ଆସନ୍ତୁ ଜାଣିବା ରାଶି ଅନୁସାରେ କେଉଁ କ୍ୟାରିୟର ଆପଣେଇବା ଉଚିତ୍‌ …

ମେଷ : ଏହି ରାଶିର ବ୍ୟକ୍ତିମାନେ ଲୋକଙ୍କ ନେତୃତ୍ୱ ନେବାକୁ ପସନ୍ଦ କରିଥାନ୍ତି। ତେଣୁ ମ୍ୟାନେଜମେଣ୍ଟ ଓ ରାଜନୀତି କ୍ଷେତ୍ରରେ ଯୋଗ ଦାନ କଲେ ଶୁଭ ଫଳ ପାଇବେ।

- Advertisement -

ବୃଷ : ଏହି ରାଶିର ବ୍ୟକ୍ତିମାନେ ଖୁବ କଳା ପ୍ରିୟ ଅଟନ୍ତି। କଳାକୁ ସମ୍ମାନ ମଧ୍ୟ କରିଥାନ୍ତି। ଯେକୌଣସି କଳାପୂର୍ଣ୍ଣ କ୍ଷେତ୍ରରେ ଯୋଗ ଦେଲେ ଲାଭାନ୍ୱିତ ହେବେ।

ମିଥୁନ : ଏହି ରାଶିର ଲୋକମାନେ କଠିନ ପରିଶ୍ରମୀ ହୋଇଥାନ୍ତି। ଟେକ୍ନୋଲୋଜି, ଶିକ୍ଷା ଓ ବୈଷୟିକ କ୍ଷେତ୍ରରେ ଯୋଗଦାନ କଲେ ସଫଳତା ପାଇପାରିବେ।

କର୍କଟ : ସମାଜ ପାଇଁ ଉନ୍ନତିମୂଳକ କାଯ୍ୟ କରିବାକୁ ଏହି ରାଶିର ବ୍ୟକ୍ତିମାନେ ଖୁବ ଭଲ ପାଆନ୍ତି। ତେଣୁ ଶିକ୍ଷା ଓ ସାମାଜିକ କ୍ଷେତ୍ରରେ କାର୍ଯ୍ୟ କରିବା ଦ୍ୱାରା ସୁଫଳ ପାଇପାରିବେ।

ସିଂହ : ଏହି ରାଶିର ଲୋକମାନେ ରାଜା ପରି ବଞ୍ଚିବାକୁ ଭଲ ପାଆନ୍ତି। ତେଣୁ ମ୍ୟାନେଜମେଣ୍ଟ ଓ ରାଜନୀତି କ୍ଷେତ୍ରରେ ଯୋଗ ଦେଲେ ସଫଳ ହୋଇଥାଆନ୍ତି।

କନ୍ୟା : ଏହି ରାଶିର ବ୍ୟକ୍ତିମାନେ ଯେଉଁ କାମ କଲେ ମଧ୍ୟ ସଫଳ ହୋଇଥାନ୍ତି। ତେଣୁ ଏମାନେ ନିଜ ଇଚ୍ଛା ଅନୁଯାୟୀ କାର୍ଯ୍ୟ କରିଲେ ସଫଳତା ପାଇବେ।

ତୁଳା : ଏହି ରାଶିର ବ୍ୟକ୍ତିମାନଙ୍କୁ ପାଠପଢିବାକୁ ଭଲ ଲାଗେ। ତେଣୁ ଶିକ୍ଷକତା କରିବା ଦ୍ୱାରା ସୁଫଳ ପାଇ ପାରିବେ।

ବିଛା : ମାନବ ସେବା ହିଁ ମାଧବ ସେବା। ତେଣୁ ଏହି ରାଶିର ବ୍ୟକ୍ତିମାନେ ଲୋକଙ୍କ ସେବା କ୍ଷେତ୍ରରେ ଆଗୁଆ ଥାଆନ୍ତି। ଡାକ୍ତର, ସାମ୍ବାଦିକ କ୍ଷେତ୍ରରେ ଯୋଗ ଦେବା ଦ୍ୱାରା ସୁନାମ ଅର୍ଜନ କରିପାରିବେ।

ଧନୁ : ଏହି ରାଶିର ବ୍ୟକ୍ତିମାନେ ସବୁ କାମ ବୁଝି ବିଚାରି କରିଥାଆନ୍ତି। ତେଣୁ ଜ୍ୟୋତିଷ ଓ ବାସ୍ତୁବିଦ୍ୟାରେ ଯୋଗ ଦେଲେ ସୁଫଳ ହୋଇ ପାରିବେ।

ମକର : ଏହି ରାଶିର ବ୍ୟକ୍ତିମାନେ ବୁଲାବୁଲି କରିବାକୁ ପସନ୍ଦ କରନ୍ତି। ତେଣୁ ଭ୍ରମଣ କ୍ଷେତ୍ରରେ ଯୋଗ ଦାନ କରିବା ଏମାନଙ୍କ ପକ୍ଷେ ଉତ୍ତମ ହୋଇଥାଏ।

କୁମ୍ଭ : ଏହି ରାଶିର ବ୍ୟକ୍ତିମାନେ ଅଧିକ ଫଳ ଆଶା ରଖିଥାଆନ୍ତି। ତେଣୁ ଏମାନେ ବୈଜ୍ଞାନିକ,ଫ୍ୟାସନ କ୍ଷେତ୍ରରେ କାର୍ଯ୍ୟ କରିବା ଦ୍ୱାରା ଅନେକ ମାତ୍ରାରେ ସୁଫଳ ପାଇପାରିବେ।

ମୀନ : ଏହି ରାଶିର ବ୍ୟକ୍ତିମାନେ ସବୁବେଳେ ଖୁସି ରହିବାକୁ ପସନ୍ଦ କରିଥାନ୍ତି। ତେଣୁ ଏମାନେ ବିଶେଷ କିଛି ଆଶା ନ ରଖି ସମସ୍ତ କ୍ଷେତ୍ରକୁ ଆପଣେଇ ଥାଆନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories