www.samajalive.in
Sunday, December 7, 2025
23.1 C
Bhubaneswar

ବିଜେପି ସରକାର ସମୟରେ ଦଙ୍ଗା ନାହିଁ: ନକ୍‌ଭୀ

ସାଲେପୁର: ସାଲେପୁରରେ ଶନିବାର ବିଜେପିର ବିଜୟ ସଙ୍କଳ୍ପ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏଥିରେ କେନ୍ଦ୍ରମନ୍ତ୍ରୀ ମୁଖ୍‌ତାର ଆବାସ ନକ୍‌ଭୀ ଯୋଗଦେଇ କଂଗ୍ରେସ ଉପରେ ବର୍ଷିଥିଲେ। ନକ୍‌ଭୀ କହିଥିଲେ, ବିଜେପି ସରକାର ସମୟରେ ସଂଖ୍ୟାଲଘୁ ସୁରକ୍ଷିତ ରହିଛନ୍ତି। ପୂର୍ବ ସରକାର ବେଳେ ପ୍ରତିମାସରେ କେଉଁଠି ନା କେଉଁଠି ଦଙ୍ଗା ହେଉଥିଲା। ଦଙ୍ଗାରେ ଶହ ଶହ ନିରୀହ ଲୋକଙ୍କ ଜୀବନହାନି ଘଟୁଥିଲା। ମୋଦୀ ସରକାର ଆସିବା ପରେ ଗତ ୫ବର୍ଷରେ ଗୋଟିଏ ବି ଦଙ୍ଗା ଘଟିନି। ଉତ୍ତର ପ୍ରଦେଶ, ମହାରାଷ୍ଟ୍ର ଆଦି ରାଜ୍ୟରେ ସଂଖ୍ୟାଲଘୁ ସୁରକ୍ଷିତ ଅଛନ୍ତି। ଉଭୟ କେନ୍ଦ୍ର ଏବଂ ରାଜ୍ୟରେ ବିଜେପି ସରକାର ଆଣିବାକୁ ନକ୍‌ଭୀ ଆହ୍ବାନ ଦେଇଥିଲେ।

ସଭା ଆରମ୍ଭରେ ବିଜେପିର ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ। ବୈଜୟନ୍ତ କହିଥିଲେ, ଜନହିତ ପାଇଁ ଉଦ୍ଦିଷ୍ଟ ଯୋଜନାକୁ ରାଜ୍ୟ ସରକାର ଗ୍ରହଣ କରୁନାହିଁ। ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ଚାଷୀମାନଙ୍କ ତାଲିକା କେନ୍ଦ୍ରକୁ ଦେଉନାହିଁ ରାଜ୍ୟ ସରକାର। ସେହିପରି ଆୟୁଷ୍ମାନ ଭାରତ ଯୋଜନାକୁ ରାଜ୍ୟ ସରକାର ଓଡ଼ିଶାରେ ଲାଗୁ କରୁନାହାନ୍ତି। ପ୍ରତିଦିନ ଓଡ଼ିଶାରେ ମହିଳାମାନଙ୍କ ପ୍ରତି ଅତ୍ୟାଚାର କରାଯାଉଛି। ଏ ରାକ୍ଷସ ସରକାରକୁ ଆଉ ସୁଯୋଗ ଦେଲେ ମହିଳାମାନେ ଅସୁରକ୍ଷିତ ହୋଇପଡ଼ିବେ।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories