www.samajalive.in
Wednesday, December 10, 2025
26.1 C
Bhubaneswar

ଫଟୋରେ ଦେଖନ୍ତୁ ବିଶ୍ବର ୪ଟି ପୁରାତନ ହ୍ରଦ

ହ୍ରଦର ସୁନ୍ଦରତା ପ୍ରାୟ ସମସ୍ତଙ୍କ ମନକୁ ବିମୋହିତ କରିଥାଏ। ବହି ଯାଉଥିବା ପାଣି ଓ ଜଳ ଭର୍ତ୍ତି ଥିବା ହ୍ରଦ ଦେଖି କେବେ ବି ପୂର୍ବରୁ କୌଣସି ମତାମତ ଦେଇ ହୋଇ ନ ଥାଏ। ଗୋଟିଏ ହ୍ରଦ ଦେଖି ତା ବିଷୟରେ ଅନେକ କଥା ଜାଣି ହୋଇଥାଏ। ହ୍ରଦର ଏକ ଭିନ୍ନ ମହତ୍ତ୍ବ ମଧ୍ୟ ରହିଛି। ଦୁନିଆର ବିଭିନ୍ନ କୋଣରେ ଭିନ୍ନ ଭିନ୍ନ ହ୍ରଦ ରହିଛି। ଯାହାକୁ ଦେଖିବାକୁ ଲୋକଙ୍କ ମଧ୍ୟରେ ଉତ୍ସାହ ବଢିଥାଏ। ଏହାସହ ଦୂରରୁ ଯେକୌଣସି ହ୍ରଦ ଦେଖିବାକୁ ଅନେକ ବ୍ୟକ୍ତି ଆକର୍ଷିତ ହୋଇ ଥାଆନ୍ତି। ତେବେ ଆସନ୍ତୁ ଫଟୋ ଦେଖିବା ଦୁନିଆର କିଛି ହ୍ରଦ ..

Pic courtesy : amarujala

ଫାଇବ ଫ୍ଲାୱର ହ୍ରଦ :

- Advertisement -

ଏହି ହ୍ରଦ ଦୁନିଆର ୧୦ଟି ହ୍ରଦ ମଧ୍ୟରୁ ଗୋଟିଏ। ଏହା ଦକ୍ଷିଣ ପଶ୍ଚିମ ଚୀନର ଜିଓଝାଏଗୋଊର ଘାଟିରେ ଅବସ୍ଥିତ। ଏହି ହ୍ରଦ ବୁହୁହା ହ୍ରଦ ନାମରେ ପରିଚିତ। ଏହି ହ୍ରଦର ଉପରି ଭାଗ ନୀଳ, ସବୁଜ ଓ ହାଲକା ହଳଦିଆ ଦେଖାଯାଏ। ଏହାର ପୃଷ୍ଠ ଭାଗ ଅନେକ ରଙ୍ଗର ସମ୍ମିଳନୀ ପରି ଦେଖା ଯାଉଥିବାରୁ ଏହାକୁ ଫ୍ଲାଇବ ଫ୍ଲାୱାର ହ୍ରଦ କୁହାଯାଏ।

Pic courtesy : amarujala

ଲିଡ୍‌ ପ୍ଲୁଟୋ ଗୁମ୍ଫା ହ୍ରଦ :

ଏହା ଦୁନିଆର ସବୁଠାରୁ ପୁରାତନ ଗୁମ୍ଫା ହ୍ରଦ ଅଟେ। ଏହା ୧୮୦ମିଲିୟନ ବର୍ଷ ପୁରାତନ ହ୍ରଦ ବୋଲି ମାନ୍ୟତା ରହିଛି। ଏହି ହ୍ରଦ ଅନେକ ରଙ୍ଗବେରଙ୍ଗର ଦେଖାଯାଏ। ଏହା ଚୀନରେ ଖୁବ୍‌ ପ୍ରସିଦ୍ଧ ମଧ୍ୟ ଅଟେ।

Pic courtesy : amarujala

ଚେଦର ନଦୀ ଉପତ୍ୟକା :

ଚେଦର ନଦୀ ଉପତ୍ୟକା ବିଟ୍ରେନର ସର୍ବ ପୁରାତନ ଉପତ୍ୟକା ଅଟେ। ୧୯୦୩ ମସିହାରେ ଏଠାରେ ମାନବ କଙ୍କାଳ ପୂର୍ଣ୍ଣ ରୂପେ ମିଳିଥିଲା। ଏହି ହ୍ରଦ ପ୍ରାୟ ୯୦୦୦ବର୍ଷ ପୁରାତନ ଅଟେ। ଏହି ଉପତ୍ୟକା ଚୂନ ପଥରରେ ନିର୍ମିତ ଅଟେ।

Pic courtesy : amarujala

ମ୍ୟାଥନ୍ :

ଏହି ହ୍ରଦ ନ୍ୟୁଜିଲାଣ୍ଡର ଦକ୍ଷିଣ ୱେଷ୍ଟଲାଣ୍ଡ ରାଜ୍ୟରେ ଅବସ୍ଥିତ। ଏହି ହ୍ରଦ ପାହାଡରେ ଘେରି ରହିଛି। ଏହା ପ୍ରାୟ ୧୪୦୦୦ବର୍ଷ ପୁରାତନ ଅଟେ। ଏହାସହ ହ୍ରଦଟି ଧଳା ଓ ଲାଲ ରଙ୍ଗର ପାଇନ ବୃକ୍ଷ ଦ୍ବାରା ଘୋଡାଇ ହୋଇ ରହିଛି।

Hot this week

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

Related Articles

Popular Categories