www.samajalive.in
Wednesday, December 10, 2025
26.1 C
Bhubaneswar

ବାଣପୁରରେ ଚିଲିକା କାର୍ଡ ଖେଳିଲେ ନବୀନ

ଭୁବନେଶ୍ବର : ତୃତୀୟ ପର୍ୟ୍ୟାୟ ନିର୍ବାଚନ ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଶୁକ୍ରବାର ଦୁଇଟି ଜିଲା ଗସ୍ତ କରି ମାରାଥନ ପ୍ରଚାର କରିଛନ୍ତି। ପୁରୀ ଲୋକସଭା କ୍ଷେତ୍ର ଅନ୍ତର୍ଗତ ଖୋର୍ଦ୍ଧା ଜିଲାର ବାଣପୁରରେ ଆୟୋଜିତ ନିର୍ବାଚନୀ ସଭାରେ ନବୀନ ଯୋଗଦେଇ ଚିଲିକା କାର୍ଡ ଖେଳିଛନ୍ତି। ପ୍ରତିଥର ଭଳି ସେ ଜୟ ଜଗନ୍ନାଥ ଓ ଆପଣମାନେ ଖୁସୀ ତ ବୋଲି କହି ଉଦବୋଧନ ଆରମ୍ଭ କରି କହିଥିଲେ, ଚିଲିକା ଆମର ମାଆ ଏବଂ ଓଡିଶାର ଗୌରବ। ଚିଲିକା ହଜାର ହଜାର ମତ୍ସ୍ୟଜୀବୀଙ୍କୁ ଜୀବିକା ଦେଇଛି । ବିଜେପି ଚିଲିକାକୁ ବିକ୍ରି କରିବାକୁ ଉଦ୍ୟମ କରିଥିଲା। ବିଜେଡି ତାହାକୁ ରୋକିଛି। ମୁଁ ଥିବା ପର୍ଯ୍ୟନ୍ତ ଆପଣଙ୍କ ସ୍ବାର୍ଥ ନଷ୍ଟ ହେବାକୁ ଦେବି ନାହିଁ । ମୁଁ ସବୁବେଳେ ଆପଣଙ୍କ ସହ ଅଛି ବୋଲି ନବୀନ କହିଥିଲେ। ଏହା ସହିତ କାଳିଆ ଯୋଜନାକୁ ବନ୍ଦ କରିବାକୁ କେନ୍ଦ୍ର ଚକ୍ରାନ୍ତ କରୁଛି ବୋଲି କହି ନବୀନ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିଲେ।

ସେହିଭଳି ନୟାଗଡ ଜିଲାର ରଣପୁରରେ ବିଜେଡିର ପ୍ରଚାର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗଦେଇ କାଳିଆ ଯୋଜନାର ସଫଳତା ବଖାଣିଥିଲେ। ନବୀନ କହିଥିଲେ ଯେ, ଏହି ଯୋଜନାରେ ୪୦ ଲକ୍ଷ ଚାଷୀ ଉପକୃତ ହୋଇଛନ୍ତି । କାଳିଆ ଯୋଜନାକୁ ବନ୍ଦ କରିବା ପାଇଁ କେନ୍ଦ୍ର ଚକ୍ରାନ୍ତ କରୁଛି । ହେଲେ ମୁଁ ଥିବା ପର୍ଯ୍ୟନ୍ତ କାଳିଆ ଯୋଜନାକୁ କେହି ବନ୍ଦ କରିପାରିବେ ନାହିଁ । ବିଜେଡି ସରକାର ଗଢିବାର ପ୍ରଥମ ଦିନରେ ୨୫ ଲକ୍ଷ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ କାଳିଆ ଯୋଜନାରେ ଦୁଇଟି କିସ୍ତିର ୧୦ ହଜାର ଟଙ୍କା ଏକା ସାଙ୍ଗରେ ଯିବ। ବିଜୁ ଜନତା ଦଳ ମହିଳାମାନଙ୍କୁ ହକ୍ ଦେଇଛି । କେନ୍ଦ୍ରର ଯୋଜନା ତୁଳନାରେ ରାଜ୍ୟ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମହିଳାମାନେ ଦୁଇଗୁଣ ଟଙ୍କା ପାଉଛନ୍ତି ।

- Advertisement -

 

Hot this week

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

Related Articles

Popular Categories