www.samajalive.in
Wednesday, December 10, 2025
26.1 C
Bhubaneswar

କଂଗ୍ରେସରୁ ଇସ୍ତଫା ଦେଲେ ପ୍ରିୟଙ୍କା ଚତୁର୍ବେଦୀ, ଶିବସେନାରେ ସାମିଲ ହେଲେ

ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତ୍ରୀ ତଥା ରାଷ୍ଟ୍ରୀୟ ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ଦଳରୁ ଇସ୍ତଫା ଦେଇଛନ୍ତି। ଏହା ପରେ ସେ ଶିବସେନାରେ ସାମିଲ ହୋଇଛନ୍ତି। ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କ ଉପସ୍ଥିତିରେ ସେ ଦଳରେ ଯୋଗଦେଇଛନ୍ତି। ଏହି ଅବସରରେ ପ୍ରିୟଙ୍କା କହିଛନ୍ତି, ମୁଁ ମୁମ୍ବଇ ପାଇଁ କାମ କରିବାକୁ ଚାହୁଁଛି। ଏଥିପାଇଁ ଶିବସେନାରେ ସାମିଲ ହୋଇଛି।

ପ୍ରିୟଙ୍କା ଗୁରୁବାର ରାତିରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନିକଟକୁ ନିଜର ଇସ୍ତଫା ପତ୍ର ପଠାଇ ଦେଇଥିଲେ। ଏହା ପରେ ଶୁକ୍ରବାର  ସକାଳେ ସେ ନିଜ ଟ୍ବିଟର ଆକାଉଣ୍ଟ ପ୍ରୋଫାଇଲରୁ ‘ରାଷ୍ଟ୍ରୀୟ ମୁଖପାତ୍ର’ ଶବ୍ଦ ହଟାଇ ​‌ଦେଇଥିଲେ। ବର୍ତ୍ତମାନ ସେ ଟ୍ବିଟର ପ୍ରୋଫାଇଲରେ ନିଜକୁ ଜଣେ ‘କଲ୍‌ମନିଷ୍ଟ-ବ୍ଲଗର-ମଦର’ ବୋଲି ଦର୍ଶାଇଛନ୍ତି।

- Advertisement -

କଂଗ୍ରେସ ଛାଡ଼ିବା ପରେ ପ୍ରିୟଙ୍କା ଶିବସେନାରେ ସାମିଲ ହେବେ ବୋଲି ଶିବସେନା ମୁଖପାତ୍ର ସଞ୍ଜୟ ରାଉତ କହିଥିଲେ। ଏହାର କିଛି ସମୟ ପରେ ସେ ଦଳରେ ଯୋଗଦେଇଛନ୍ତି। ଗତ ୧୭ ତାରିଖରେ ପ୍ରିୟଙ୍କା ଟ୍ବିଟ୍‌ କରି ଦଳ ପ୍ରତି ନିଜର ଅସନ୍ତୋଷ ବ୍ୟକ୍ତ କରିଥିଲେ। ଦଳରେ ଗୁଣ୍ଡାମାନଙ୍କୁ ପ୍ରାଥମିକତା ଦିଆଯାଉଥିବା ସେ ଦର୍ଶାଇଥିଲେ।

ତେବେ ପ୍ରିୟଙ୍କା ଏଭଳି କହିବାର କାରଣ ହେଉଛି, କିଛିମାସ ତଳେ ପ୍ରିୟଙ୍କା ଉତ୍ତରପ୍ରଦେଶର ମଥୁରା ଲୋକସଭା ନିର୍ବାଚନମଣ୍ଡଳୀ ଗସ୍ତ କରିଥିଲେ। ସେଠାରେ ତାଙ୍କୁ ଦଳୀୟ କର୍ମୀମାନେ ଦୁର୍ବ୍ୟବହାର କରିଥିଲେ। ପ୍ରିୟଙ୍କା ମଥୁରାରୁ ଟିକେଟ ହାତେଇବାକୁ ଯୋଜନା କରୁଥିବା ନେଇ ଗୁଜବ ହେବା ପରେ ଦଳୀୟ କର୍ମୀମାନେ ତାଙ୍କୁ ଅସଦ୍‌ ବ୍ୟବହାର କରିଥିଲେ। ପ୍ରିୟଙ୍କା ସେଠାରୁ ଫେରିବା ପରେ ଏ ସମ୍ପର୍କରେ ପାର୍ଟି ହାଇକମାଣ୍ଡଙ୍କୁ ଜଣାଇଥିଲେ। ଫଳରେ ଦୁର୍ବ୍ୟବହାର କରିଥିବା କର୍ମୀମାନଙ୍କୁ ନିଲମ୍ବିତ କରାଯାଇଥିଲା। ତେବେ କଂଗ୍ରେସର ବରିଷ୍ଠ ନେତା ଜ୍ୟୋତିରାଦିତ୍ୟ ସିନ୍ଦିଆଙ୍କ ହସ୍ତକ୍ଷେପ ପରେ ସମ୍ପୃକ୍ତ କର୍ମୀମାନଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କରାଯାଇଥିଲା। ପୁଣି ସେମାନେ ଦଳରେ ମିଶିଥିଲେ। ପୁନର୍ବାର ଏଭଳି ଦୁର୍ବ୍ୟବହାର ନ କରିବାକୁ ସେମାନଙ୍କୁ କୁହାଯାଇଥିଲା। ଏଥିରେ ପ୍ରିୟଙ୍କା ଅସନ୍ତୋଷ ବ୍ୟକ୍ତ କରିବା ସହ ଦଳରେ ଗୁଣ୍ଡାମାନଙ୍କୁ ପ୍ରାଧାନ୍ୟ ଦିଆଯାଉଥିବା ନେଇ ଗତ ବୁଧବାର ଟ୍ବିଟ୍‌ କରିଥିଲେ।

Hot this week

ଭକ୍ତଙ୍କ ନେତୃତ୍ୱକୁ ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ: ସୋନିଆଙ୍କୁ ଲେଖିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ...

ଭଏସ୍‌ ମେସେଜ ନୁହେଁ , ଡାଇରେକ୍ଟ ଭିଡିଓ କଲ : ଗିରଫ ହେଲେ ରସିକିଆ କଲେଜ ଅଧ୍ୟକ୍ଷ

ବୋଲଗଡ: ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ କରି ଫସିଲେ କଲେଜ ଅଧ୍ୟକ୍ଷ ।...

ଟ୍ରିବ୍ୟୁନାଲ ଯିବା ଭୁଲ ଥିଲା, ରାଜନୈତିକ ସମାଧାନ ହେଲେ ମହାନଦୀ ଜଳ ବିବାଦ ତୁଟିବ କହିଲେ ଜୟନାରାୟଣ

ସମାଜ ଡିଜିଟାଲ ଡେସ୍କ: ମହାନଦୀ ଜଳ ବିବାଦ ପ୍ରସଙ୍ଗରେ କମିଟି ସଦସ୍ୟ...

ଏସଆଇ ଜାଲିଆତି ମାମଲା: ସିବିଆଇର ରିମାଣ୍ଡ ଆବେଦନ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ଜାଲିଆତି ମାମଲାରେ...

ୟୁନେସ୍କୋ ତାଲିକାରେ ଦୀପାବଳି

ନୂଆଦିଲ୍ଲୀ : ଭାରତର ସର୍ବବୃହତ ସାଂସ୍କୃତିକ ଉତ୍ସବ, ଦୀପାବଳିକୁ ୟୁନେସ୍କୋରେ ସାମିଲ...

Related Articles

Popular Categories