ନୂଆଦିଲ୍ଲୀ : ଉତ୍ତରପ୍ରଦେଶ ଆହ୍ଲାବାଦ ବିଶ୍ୱବିଦ୍ୟାଳୟ ତାରାଚନ୍ଦ ଛାତ୍ରବାସରେ ପୁଲିସ ଚଢଉ କରି ବିପୁଳ ପରିମାଣର ବିସ୍ପୋରକ ସାମଗ୍ରୀ ଜବତ କରିଛି। ସେଠାରେ ପୁଲିସ ୫୮ ବଖରା ସିଲ କରିବା ସହ ଅନେକ ଗାଡି ଜବତ କରିଛି। ବିଶେଷ ସୂତ୍ରରୁ ସୂଚନା ପାଇ ପୁଲିସ ତାରାଚନ୍ଦ ଛାତ୍ରବାସରେ ଚଢଉ କରିଥିଲା। ଛାତ୍ରାବାସରେ ଥିବା ଅନେକ ଅଣଛାତ୍ରଙ୍କୁ ଛାତ୍ରବାସରୁ ବାହାର କରାଯାଇଛି। ଏହି ଛାତ୍ରାବାସରେ ଅନେକ ଅନୈତିକ କାର୍ଯ୍ୟ ଚାଲୁଥିବା ଅଭିଯୋଗ ରହିଛି।
ପୁଲିସ ଓ ଅର୍ଦ୍ଧସାମରିକ ବାହିନୀ ମଳିତ ଭାବେ ଏହି ଚଢଉ କରିଥିଲେ। ଅପରପକ୍ଷରେ ସମାଜବାଦୀ ପାର୍ଟି ମୁଖପାତ୍ର ରିଚା ସିଂହ ପ୍ରଶାସନର ଏହି ଚଢଉକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ସେ ଟ୍ୱିଟ୍ କରି ଛାତ୍ରମାନଙ୍କ ଉପରେ ପ୍ରତାରଣା କରାଯାଉଥିବା ଅଭିଯୋଗ କରିଛନ୍ତି।
ସୂଚନାଯୋଗ୍ୟ ଯେ ରବିବାର ରୋହିତ ଶୁକ୍ଳା ନାମକ ଏକ ଛାତ୍ରଙ୍କ ଗୁଳିକରି ହତ୍ୟା କରାଯାଇଥିଲା। ପ୍ରାଥମିକ ସୂଚନା ଅନୁସାରେ ଆଦର୍ଶ ତ୍ରିପାଠୀ ନାମକ ଜଣେ ବ୍ୟକ୍ତି ରୋହିତଙ୍କ ଉପରକୁ ଗୁଳି ଚଳାଇଥିଲେ।
ଆହ୍ଲାବାଦ ବିଶ୍ୱବିଦ୍ୟାଳୟ ଛାତ୍ରବାସରେ ମିଳିଲା ବିସ୍ପୋରକ ସାମଗ୍ରୀ
Popular Categories



