www.samajalive.in
Thursday, December 11, 2025
14.1 C
Bhubaneswar

ସିଦ୍ଧୁଙ୍କ ନାମରେ ମାମଲା ରୁଜୁ

ନୂଆଦିଲ୍ଲୀ : ନିର୍ବାଚନ ଆଦର୍ଶ ଆଚରଣବିଧି ଉଲ୍ଳଙ୍ଘନ ଅଭିଯୋଗରେ କଂଗ୍ରେସ ନେତା ତଥା ପଞ୍ଜାବ ମନ୍ତ୍ରୀ ନବଜୋତ ସିଂହ ସିଦ୍ଧୁଙ୍କ ବିରୋଧରେ ବୁଧବାର ବିହାର କଟିହାର ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାରାସୋଇ ଥାନାରେ ମାମଲା ରୁଜୁ କରାଯାଇଛି। ମୁଖ୍ୟ ନିର୍ବାଚନ ଅଧିକାରୀ ସିଦ୍ଧୁଙ୍କ ବିରୋଧରେ ମାମଲା ରୁଜୁ ନେଇ ସୂଚନା ଦେଇଛନ୍ତି। ନିର୍ବାଚନ ଆୟୋକଙ୍କ ଫ୍ଲାଇଙ୍ଗ ସ୍କ୍ୱାର୍ଡ ଏନେଇ ମାମଲା ରୁଜୁ କରିଛନ୍ତି।
ସୂଚନା ଅନୁସାରେ ସୋମବାର ବିହାର କଟିହାରଠାରେ ନିର୍ବାଚନୀ ପ୍ରଚାର ବେଳେ ସିଦ୍ଧୁ ଧର୍ମ ଆଧାରରେ ଭୋଟ ଦେବା ପାଇଁ ମୁସଲମାନଙ୍କୁ ନିବେଦନ କରିଥିଲେ। ମୁସଲମାନମାନେ ଏକଜୁଟ ହୋଇ ମହାମେଣ୍ଟ ପ୍ରାର୍ଥୀ ତାରିକ୍‍ ଅନୱରଙ୍କୁ ଭୋଟ ଦେଇ ଜିତାଇବାକୁ ନିବେଦନ କରିଥିଲେ। ସେଠାରେ ସିଦ୍ଧୁ କହିଥିଲେ ଯେ ଏଠାରେ ଜାତି ଓ ଧର୍ମ ନାମରେ ବାଣ୍ଟିବା ରାଜନୀତି ହେଉଛି। କଟିହାର ଲୋକସଭା ଆସନରେ ମୁସଲମାନ ସଂଖ୍ୟାଲଘୁ ନୁହଁ ବରଂ ବହୁସଂଖ୍ୟକ ଅଛନ୍ତି। ବିଜେପିର ଷଡ଼ଯନ୍ତ୍ରକାରୀ ଲୋକ ଆପଣଙ୍କୁ ଅଟକାଇବାକୁ ଓ ଭୋଟ ବାଣ୍ଟିବାକୁ ପ୍ରୟାସ କରିବେ। ହେଲେ ଆପଣମାନେ ଏକାଠି ରହିଲେ କଂଗ୍ରେସକୁ ବିଶ୍ୱର କୌଣସି ଶକ୍ତି ହରାଇ ପାରିବ ନାହିଁ। ବିଜେପି ଓୱେସି ଭଳି ଲୋକଙ୍କୁ ଆଣି ମୁସଲମାନଙ୍କ ଭୋଟ ବାଣ୍ଟିବାକୁ ଚେଷ୍ଟା କରୁଛି। ଆପଣମାନେ ଏକାଠି ହୋଇ ମୋଦୀକୁ ହରାନ୍ତୁ ଓ କଂଗ୍ରେସକୁ ଜିତାନ୍ତୁ।
ଏହାକୁ ନେଇ ବିବାଦ ଆରମ୍ଭ ହୋଇଥିଲା ଓ ନିର୍ବାଚନ ଆୟୋଗଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଏବେ ସିଦ୍ଧୁଙ୍କ ନାମରେ ମାମଲା ରୁଜୁ ହୋଇଛି।

Hot this week

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

Related Articles

Popular Categories