ନୂଆଦିଲ୍ଲୀ : ଭୋଡାଫୋନ ତାର ଗ୍ରାହକ ମାନଙ୍କ ପାଇଁ ଏକ ନୂଆ ପ୍ଲାନ ଲଞ୍ଚ କରିଛି। ଯାହାର ନାମ ଫାମିଲି ରିଚାର୍ଜ ପ୍ଲାନ। ଏହି ପ୍ଲାନରେ ଆପଣ ୧୬ଟଙ୍କା ରିଚାର୍ଜ କରିବାଦ୍ବାରା ୧ଜିବି ଡ଼ାଟା ପାଇପାରିବେ। ତେବେ ଆସନ୍ତୁ ଏହି ପ୍ଲାନର ବିଶେଷତ୍ୱ ବିଷୟରେ ଅଧିକ କିଛି ଜାଣିବା-
ଭୋଡାଫୋନର ଏହି ନୂଆ ଫାମିଲି ରିଚାର୍ଜ ପ୍ଲାନର ବୈଧତା ୨୪ଘଣ୍ଟା। ଏହି ଫ୍ଲାନ ଖାସକରି ଅଧିକ ସମୟ ଚଳଚ୍ଚିତ୍ର ଏବଂ ଭିଡିଓ ଦେଖୁଥିବା ଗ୍ରାହକ ମାନଙ୍କ ପାଇଁ ଲଞ୍ଚ କରାଯାଇଛି। କିନ୍ତୁ ଏଥିରେ ଭଏସ୍ କଲ ଏବଂ ମେସେଜ କରିବାର ସୁବିଧା ଉପଲବ୍ଧ ନାହିଁ।

ଏହି ପ୍ଲାନ ଏବେ ସମସ୍ଥ ସର୍କଲ ପାଇଁ ଉପଲବ୍ଧ ନାହିଁ। ଏହା କେବଳ କୋତାଟି ନିଦ୍ଧିଷ୍ଟ ସର୍କଲ ପାଇଁ ଉପଲବ୍ଧ ରହିଛି। ଏହି ପ୍ଲାନକୁ କମ୍ପାନୀର ୱେବସାଇଟ ଭୋଡାଫୋନ ଡଟ୍ ଇନ କିମ୍ବା ଭୋଡାଫୋନ ଆପରୁ ରିଚାର୍ଜ କରିପରିବେ।



