www.samajalive.in
Tuesday, December 9, 2025
15.1 C
Bhubaneswar

ଅତ୍ୟଧିକ ଚତୁର ଲୋକ ହୋଇପାରନ୍ତି ଭୟଙ୍କର

ଲୋକକଥା ଅନୁଯାୟୀ, ଏକ ଜଙ୍ଗଲରେ ସିଂହ, ଶିଆଳ, କାଉ, ଚିତାବାଘ ରହୁଥିଲେ। ସିଂହ ଯେଉଁ ଶିକାର କରି ଆଣୁଥିଲା , ସେ ଖାଇବା ପରେ ବଳୁଥିବା ଖାଦ୍ୟକୁ ଶିଆଳ, କାଉ, ଚିତାବାଘ ଖାଉଥିଲେ। ଏକଦା ଜଙ୍ଗଲ ମଧ୍ୟକୁ ଏକ ଓଟ ଆସିଲା। ଏହା ଦେଖି ସଭିଏଁ ଚିନ୍ତାରେ ପଡ଼ିଲେ କାରଣ ଓଟ ମରୁଭୂମିରେ ରହେ। ଜୀବଜନ୍ତୁ ମାନେ ଓଟକୁ ପଚାରିବାରୁ ଜଣାପଡ଼ିଲା ଯେ, ଓଟଟି ରାସ୍ତା ଭୁଲି ଯାଇ ଜଙ୍ଗଲକୁ ଆସିଯାଇଛି। ଏହା ଜଣାପଡ଼ିବା ପରେ ରାଜା ସିଂହ  ତା’କୁ ଜଙ୍ଗଲରେ ରହିବାକୁ ଅନୁମତି ଦେଲେ।
ଶିଆଳ, କାଉ, ଚିତାବାଘ ଚାହିୁଁଥିଲେ ସିଂହ ଓଟର ଶିକାର କରୁ। ଯାଦ୍ୱାରା ସେମାନେ ଓଟର ମାଂସ ଖାଇପାରିବେ। ମାତ୍ର ଏହା ଶୁଣି ସିଂହ ମନା କରି ଦେଇଥିଲା।
କିଛି ଦିନ ପରେ ସିଂହ ବେମାର ହୋଇ ଯିବାରୁ ଆଉ ଶିକାର କରିପାରିଲା ନାହିଁ। ଏହି ସମୟରେ ଶିଆଳ, କାଉ, ଚିତାବାଘ ଓଟର ଶିକାର କରିବାକୁ କହିଲେ। ମାତ୍ର ସିଂହ ଏହା ଶୁଣି କହିଲା ଯେ, ମୁଁ ତା’କୁ ଆଶ୍ରୟ ଦେଇଛି , ତାହାର ଶିକାର କରିବି ନାହିଁ। ଏହା ଶୁଣି ଶିଆଳ, କାଉ, ଚିତାବାଘ ଏକ ଯୋଜନା ପ୍ରସ୍ତୁତ କଲେ। ସେମାନେ ନିଜେ ସିଂହ ନିକଟକୁ ଯାଇ କହିଲେ ଆମକୁ ଶିକାର କରି ଖାଆନ୍ତୁ। ମାତ୍ର ଏହା ଶୁଣି ମଧ୍ୟ ସିଂହ ମନା କରିଦେଲା। କିଛି ସମୟ ପରେ ଓଟ ମଧ୍ୟ ସିଂହ ନିକଟକୁ ଯାଇ ତା’କୁ ମାରି ଖାଇବାକୁ କହିଲା। ସିଂହ ମନା କରିଲେ ମଧ୍ୟ ଶିଆଳ, କାଉ, ଚିତାବାଘ ଏହା ଶୁଣି ଓଟକୁ ଆକ୍ରମଣ କରି ମାରିଦେଲେ। ସିଂହ ରୋଗିଣା ଥିବାରୁ କିଛି କରିପାରିଲା ନାହିଁ। ଓଟ ନିରୀହ ଥିବାରୁ ଶିଆଳ, କାଉ, ଚିତାବାଘଙ୍କ ଚତୁରତା ବୁଝି ପାରି ନଥିଲା।
ଶିକ୍ଷା ; ଚତୁର ଲୋକଙ୍କୁ ଅଧିକ ବିଶ୍ୱାସ କରନ୍ତୁ ନାହିଁ। ସେମାନଙ୍କ ଠାରୁ ଯଥାସମ୍ଭବ ଦୂରେଇ ରୁହନ୍ତୁ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories