www.samajalive.in
Sunday, December 7, 2025
26.1 C
Bhubaneswar

୯ ଦିନ ପରେ ମିଳିଲା ନିଖୋଜ ଯୁବକଙ୍କ ମୃତଦେହ ; ହତ୍ୟା ସନ୍ଦେହ

ନବରଙ୍ଗପୁର : ନବରଙ୍ଗପୁର ଝରିଗାଁ ବ୍ଲକ ଗୌଡସାହି ଗ୍ରାମର ନିଖୋଜ ଥିବା ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ଯୁବକ ଜଣକ ଗୌଡସାହି ଗ୍ରାମର ଅଭିଜିତ ମଣ୍ଡଳ। ଅଭିଜିତଙ୍କ ମୃତଦେହ ନିକଟରୁ ବାଇକ ଓ ମୋବାଇଲ ପୁଲିସ ଜବତ କରିଛି। ସେ ଗତ ୯ତାରିଖ ଦିନ କଂଗ୍ରେସ ରାଲିରେ ଯାଇ ଆଉ ଘରକୁ ଫେରି ନ ଥିଲେ। ତେବେ ଏ ନେଇ ପରିବାର ପକ୍ଷରୁ ୧୦ତାରିଖ ଦିନ ଝରିଗାଁ ଥାନାରେ ଏତଲା ଦିଆଯାଇଥିଲା। ୯ ଦିନ ଅର୍ଥାତ ବୁଧବାର ଦିନ ଅଭିଜିତଙ୍କ ମୃତଦେହ କୁସୁମପାଣି ଜଙ୍ଗଲରୁ ମିଳିଛି। ଏହା ଏକ ହତ୍ୟାକାଣ୍ଡ ବୋଲି ପୁଲିସ ପାରିପାର୍ଶିକ ସ୍ଥିତିରୁ ଅନୁମାନ କରୁଛି। ପୁଲିସ ଏହାକୁ ନେଇ ତଦନ୍ତ ଆରମ୍ଭ କରିଛି।

ସୂଚନାଯୋଗ୍ୟ ଯେ, ଗତ ୯ ତାରିଖ ଦିନ କଂଗ୍ରେସ ପକ୍ଷରୁ ଏକ ବାଇକ ରାଲି ଆୟୋଜିତ ହୋଇଥିଲା। ଅଭିଜିତ ବାଇକ ରାଲିରେ ଯିବେ ବୋଲି ଘରେ ନିଜ ମା’କୁ କହି ଝରିଗାଁ ଯାଇଥିଲେ। କିନ୍ତୁ ବାଇକ ରାଲି ସରିବା ପରେ ଅଭିଜିତ ଘରକୁ ଫେରି ନ ଥିଲେ। ପରିବାର ଲୋକ ତାଙ୍କୁ ଖୋଜିବା ପରେ ନ ପାଇ ୧୦ତାରିଖ ଦିନ ଝରିଗାଁ ଥାନାରେ ଏତଲା କରିଥିଲେ।

- Advertisement -

 

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories