www.samajalive.in
Friday, December 12, 2025
27.1 C
Bhubaneswar

ଦିନାକରନଙ୍କ ଅଣ୍ଡରଗ୍ରାଉଣ୍ଡ ପାର୍ଟି ଅଫିସରେ ଆୟକର ଚଢ଼ାଉ, ଭୋଟରଙ୍କୁ ବଣ୍ଟାଯିବାକୁ ଥିବା ୧.୪୮ କୋଟି ଜବତ

ଚେନ୍ନାଇ: ତାମିଲନାଡ଼ୁରେ ଗୁରୁବାର ନିର୍ବାଚନ ହେବାକୁ ଥିବାବେଳେ ଆୟକର ବିଭାଗ ଟି.ଟି.ଭି. ଦିନାକରନଙ୍କ ପାର୍ଟି ଏଏମଏମକେର ଏକ ଅଣ୍ଡରଗ୍ରାଉଣ୍ଡ ଅଫିସରେ ଚଢ଼ାଉ କରି ସେଠାରୁ ୧କୋଟି ୪୮ ଲକ୍ଷ ଟଙ୍କା ଜବତ କରିଛି। ଏହି ଟଙ୍କା ଭୋଟରମାନଙ୍କୁ ବଣ୍ଟାଯିବା ଉଦ୍ଦେଶ୍ୟରେ ରହିଥିବା ଜଣାପଡ଼ିଛି।

ଥେଣି ଜିଲାର ଆନ୍ଦିପଟ୍ଟିଠାରେ ଥିବା ଏକ ଦୋକାନର ଅଣ୍ଡରଗ୍ରାଉଣ୍ଡରେ ପାର୍ଟି ଅଫିସ ଚାଲିଥିଲା। ଭୋଟରଙ୍କୁ ଟଙ୍କା ବଣ୍ଟାଯିବା ଲାଗି ପ୍ରସ୍ତୁତି ଚାଲିଥିବା ସମ୍ପର୍କରେ ଖବର ମିଳିବା ପରେ ଆୟକର ବିଭାଗ ପକ୍ଷରୁ ନିର୍ବାଚନ ଆୟୋଗଙ୍କୁ ସୂଚନା ଦିଆଯାଇଥିଲା। ଆୟୋଗଙ୍କ ନିର୍ଦେଶ ପରେ ଆୟକର ବିଭାଗ ଅଧିକାରୀମାନେ ପୁଲିସ ସହାୟତାରେ ମଙ୍ଗଳବାର ରାତିରେ ଉକ୍ତ ଦୋକାନରେ ଚଢ଼ାଉ କରିଥିଲେ। ଦୋକାନଟି ଦିନାକରନଙ୍କ ପାର୍ଟିର ଜଣେ ନେତାଙ୍କର ବୋଲି ଜଣାପଡ଼ିଛି। ଚଢ଼ାଉ ସମୟରେ ଦୋକାନୀ ଫେରାର ହୋଇଯାଇଥିଲା। ପରେ ଅଧିକାରୀମାନେ ଦୋକାନ ତଳେ ଥିବା ଅଣ୍ଡରଗ୍ରାଉଣ୍ଡ ଅଫିସରେ ଚଢ଼ାଉ କରି ସେଠାରୁ ଟଙ୍କା ଜବତ କରିଥିଲେ। ବୁଧବାର ଭୋର ସାଢ଼େ ୫ଟା ପର୍ଯ୍ୟନ୍ତ ଚଢ଼ାଉ ଜାରି ରହିଥିଲା। ଏହି ସମୟରେ କର୍ମୀମାନଙ୍କ ସହ ଅଧିକାରୀମାନଙ୍କର ଯୁକ୍ତିତର୍କ ହୋଇଥିଲା। ବାଧ୍ୟହୋଇ ପୁଲିସକୁ ଫାଙ୍କା ଗୁଳିଚାଳନା କରିବାକୁ ପଡ଼ିଥିଲା। ଏହି ଘଟଣାରେ ୭ଜଣଙ୍କୁ ଅଟକ ରଖିାଯାଇଛି।

- Advertisement -

୨ହଜାର ଟଙ୍କିଆ ନୋଟ ବିଡ଼ା ବନ୍ଧାଯାଇଥିବା ୯୪ଟି ବଣ୍ଡଲକୁ ଅଧିକାରୀମାନେ ନିଜ ହେପାଜତକୁ ନେଇଛନ୍ତି। ଏହି ଅର୍ଥର ଉତ୍ସ ସମ୍ପର୍କରେ କୌଣସି ତଥ୍ୟ ମିଳିନାହିଁ। ଆସନ୍ତା ଗୁରୁବାର ରାଜ୍ୟରେ ନିର୍ବାଚନ ହେବାକୁ ଥିବାବେଳେ ଏହି ଟଙ୍କା ଭୋଟରଙ୍କୁ ବଣ୍ଟାଯିବା ଉଦ୍ଦେଶ୍ୟରେ ରଖାଯାଇଥିବା ସନ୍ଦେହ କରାଯାଉଛି। ଜବତ ଟଙ୍କା ବଣ୍ଡଲ ଉପରେ ୱାର୍ଡ ନମ୍ବର, ଭୋଟରଙ୍କ ସଂଖ୍ୟା ଏବଂ ଭୋଟର ପିଛା ୩୦୦ ଟଙ୍କା ଦିଆଯିବା ନେଇ ଉଲ୍ଲେଖ ରହିଥିଲା ବୋଲି ଆୟକର ବିଭାଗ ମହାନିର୍ଦେଶକ ବି. ମୁରଲି କୁମାର କହିଛନ୍ତି।

Hot this week

ଝାଡ଼ଖଣ୍ଡରେ ଆତଙ୍କବାଦୀ ସନ୍ଦିଗ୍ଧଙ୍କ ଘରେ ଏନଆଇଏ ରେଡ

ସମାଜ ଲାଇଭ ଡେସ୍କ : ଝାଡ଼ଖଣ୍ଡ ହଜାରିବାଗ ଅଞ୍ଚଳରେ ଆଇଏସଆଇଏସ ଆତଙ୍କି...

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

Related Articles

Popular Categories