www.samajalive.in
Friday, December 12, 2025
23.1 C
Bhubaneswar

ସଫଳତା ଏବଂ ଶାନ୍ତି ପାଇଁ ଗୌତମ ବୁଦ୍ଧଙ୍କ ୧୦ଟି ଅମୂଲ୍ୟ ବିଚାର

କୁହାଯାଏ ତିନୋଟି ଦୃଶ୍ୟ ଗୌତମଙ୍କ ବୁଦ୍ଧତ୍ୱ ପ୍ରାପ୍ତିର କାରଣ ହେବା ସହ ତାଙ୍କ ଜୀବନର ଗତିପଥକୁ ପରିବର୍ତ୍ତନ କରିଦେଇଥିଲା । ପ୍ରଥମତଃ ଜଣେ ରୋଗୀ, ଦ୍ୱିତୀୟତଃ ଜଣେ ବୃଦ୍ଧ ଏବଂ ତୃତୀୟତଃ ଏକ ଶବ । ଏହି ତିନୋଟି ଦୃଶ୍ୟ ଦେଖିବା ପରେ ସଂସାରର ସମସ୍ତ ରାଜକୀୟ ସୁଖ ସୁବିଧା ପରିତ୍ୟାଗ କରି ଜ୍ଞାନ ଓ ମୁକ୍ତି ପଥ ଅନୁସନ୍ଧାନ ପାଇଁ ଗୌତମ ଅଗ୍ରସର ହୋଇଥିଲେ । ସୁଖ ସୁବିଧା ପ୍ରତି ତାଙ୍କର ନିରାସକ୍ତ ଭାବ ତାଙ୍କୁ ରାଜକୁମାର ଗୌତମରୁ ବୁଦ୍ଧ ଭଗବାନରେ ପରିଣତ କରି ଦେଇଥଲା । ପରବର୍ତ୍ତୀ ସମୟରେ ତାଙ୍କର ଜ୍ଞାନ ସମଗ୍ର ମାନବ ସମାଜକୁ ଏକ ନୂତନ ଦିଗ୍ ଦର୍ଶନ ପ୍ରଦାନ କରିଥିଲା । ତେବେ ଆସନ୍ତୁ ଜାଣିବା ଭଗବାନ ବୁଦ୍ଧଙ୍କର ୧୨ଟି ବଚନ ଯାହାକୁ ଗ୍ରହଣ କଲେ ଜୀବନରେ ସଫଳତା ଓ ଶାନ୍ତି ପ୍ରାପ୍ତି ହେବ ।

 

- Advertisement -

୧. ପଶୁ ଅପେକ୍ଷା ଦୃଷ୍ଟ ବନ୍ଧୁକୁ ଡରିବା ଉଚିତ୍‍। ପଶୁ କେବଳ ଆପଣଙ୍କ ଶରୀରକୁ କ୍ଷତି ପହଞ୍ଚାଇ ଥାଏ କିନ୍ତୁ ଦୃଷ୍ଟ ପ୍ରକୃତିର ବନ୍ଧୁ ଜଣଙ୍କ ବୁଦ୍ଧିକୁ ନଷ୍ଟ କରିଥାଏ ।

୨. ସ୍ବାସ୍ଥ୍ୟ ହିଁ ସବୁଠାରୁ ବଡ ଉପହାର, ସନ୍ତୋଷ ସବୁଠାରୁ ବଡ ଧନ, ବିଶ୍ୱାସନୀୟତା ସବୁଠାରୁ ବଡ ସମ୍ପର୍କ ।

୩. ଘୃଣା କଲେ ଘୃଣା କମ୍‍ ହୁଏନି ବରଂ ପ୍ରେମରେ ଘୃଣା କମ୍‍ ହୁଏ । ଏହା ହେଉଛି ଶାଶ୍ୱତ ନିୟମ ।

୪. ତୁମେ ନିଜର କ୍ରୋଧ ପାଇଁ ଦଣ୍ଡ ପାଇବନାହିଁ  ବରଂ ନିଜର କ୍ରୋଧ ଦ୍ୱାରା ଦଣ୍ଡ ପାଇବ ।

୫. ସବୁ ଖରାପ କାର୍ଯ୍ୟ ମନରୁ ଆସେ, ଯଦି ମନ ପରିବର୍ତ୍ତନ ହୋଇଯାଏ ତେବେ କୌଣସି ଖରାପ କାର୍ଯ୍ୟ ହେବନାହିଁ ।

୬. ଅତୀତକୁ ଧ୍ୟାନ ଦେବା ଉଚିତ୍‍ ନୁହେଁ, ଭବିଷ୍ୟତ କଥା ଚିନ୍ତା ନ କରି କେବଳ ବର୍ତ୍ତମାନ ଉପରେ ଧ୍ୟାନ ଦେବା ଉଚିତ୍‍ ।

୭. ଯେଉଁ ବ୍ୟକ୍ତି ଅନ୍ୟଙ୍କୁ ପ୍ରେମ କରେ ତାର ଅନେକ ଦୁଃଖ ଥାଏ ସତ, ଯେଉଁମାନେ ମୋହ ମାୟାରେ ଆବଦ୍ଧ ହୋଇ ରୁହନ୍ତି ନାହିଁ ସେମାନଙ୍କର କୌଣସି ଦୁଃଖ କଷ୍ଟ ନଥାଏ ।

୮.  ନିଜ ହାତରେ ଅଙ୍ଗାର ନେଇ ଅନ୍ୟକୁ ପକାଇଲେ ଯେପରି ନିଜ ହାତ ଜଳେ, ସେହିପରି କ୍ରୋଧ କରିବା ଦ୍ୱାରା ନିଜର କ୍ଷତି ହୋଇଥାଏ।

୯. ନିଜ ଶରୀରକୁ ସୁସ୍ଥ ରଖିବା ଏକ ବଡ କର୍ତ୍ତବ୍ୟ । ନଚେତ ଆପଣ ନିଜ ମନକୁ ଓ ଚିନ୍ତାଧାରାକୁ ଉନ୍ନତମାନର ବା ସଫା ରଖିପାରିବେନାହିଁ ।

୧୦. ହଜାର ନିରର୍ଥକ ଶବ୍ଦଠାରୁ ଗୋଟିଏ ଭଲ ଶବ୍ଦ ସଂସାରକୁ ଶାନ୍ତି ଦିଏ ।

Hot this week

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

Related Articles

Popular Categories