ହାଇଦ୍ରାବାଦ: ଆନ୍ଧ୍ର ପ୍ରଦେଶ ଏବଂ ତେଲେଙ୍ଗାନାରେ କୋଟି କୋଟି ଆଧାର ତଥ୍ୟ ଦୁରୁପଯୋଗ ଘଟଣା ପଦାକୁ ଆସିବା ପରେ ଆଧାର କର୍ତୃପକ୍ଷ ତଥ୍ୟ ଅପବ୍ୟବହାର କରିଥିବା ଆଇଟି କମ୍ପାନୀ ବିରୁଦ୍ଧରେ ଏତଲା ଦାୟର କରିଛନ୍ତି। ଆଧାର କର୍ତୃପକ୍ଷଙ୍କ ଏତଲା ପରେ ସାଇବର ପୁଲିସ ‘ଆଇଟି ଗ୍ରୀଡ଼ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ଼’ ବିରୁଦ୍ଧରେ ଆଉ ଏକ ମାମଲା ଦାୟର କରିଛନ୍ତି। ସମ୍ପୃକ୍ତ କମ୍ପାନୀ ତେଲୁଗୁ ଦେଶମ ପାର୍ଟି ପାଇଁ କାର୍ଯ୍ୟ କରୁଥିବା ଜଣାପଡିଛି। ସେଠାକାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଆନ୍ଧ୍ର ପ୍ରଦେଶ ଏବଂ ତେଲେଙ୍ଗାନାର ୭କୋଟି ୮୨ଲକ୍ଷ ଆଧାର ତଥ୍ୟର ଅନଧିକୃତ ବ୍ୟବହାର ସମ୍ପର୍କିତ ମାମଲାର ଯାଞ୍ଚ ପାଇଁ ତେଲେଙ୍ଗାନା ସରକାରଙ୍କ ଦ୍ୱାରା ନିଯୁକ୍ତ ସ୍ୱତନ୍ତ୍ର ଟିମର ବଦଳି କରାଯିବ। ଇତି ମଧ୍ୟରେ ଏସଆଇଟି ଏହି ମାମଲାର ତଦନ୍ତ ଦାୟିତ୍ୱ ଗ୍ରହଣ କରିବା ପରେ ସମ୍ପୃକ୍ତ ଆଇଟି କମ୍ପାନୀର କେତେକ କମ୍ପ୍ୟୁଟର ହାର୍ଡ ଡିସ୍କ ଜବତ କରିଛି।
Popular Categories



