www.samajalive.in
Sunday, December 14, 2025
26.1 C
Bhubaneswar

ଦୁର୍ନୀତି ମାମଲା ରୁଜ୍ଜୁ ପାଇଁ ଅନୁମତି ଅପେକ୍ଷାରେ କେନ୍ଦ୍ରୀୟ ଭିଜିଲାନ୍ସ କମିଶନ

ନୂଆଦିଲ୍ଲୀ: ପ୍ରାୟ ୪ମାସରୁ ଅଧିକ ସମୟ ହେବ ସରକାରଙ୍କ ଅନୁମତି ମିଳୁନଥିବାରୁ କେନ୍ଦ୍ରୀୟ ଭିଜିଲାନ୍ସ କମିଶନ ୭୯ ଜଣ କେନ୍ଦ୍ରୀୟ କର୍ମଚାରୀଙ୍କ ବିରୁଦ୍ଧରେ ଦୁର୍ନୀତି ମାମଲା ଆରମ୍ଭ କରିପାରୁନଥିବା ଜଣାପଡିଛି। ଦୁର୍ନୀତି ମାମଲାରେ ସମ୍ପୃକ୍ତ ଏହି ୭୯ ଜଣଙ୍କ ମଧ୍ୟରେ ଜଣେ ଆଇଏଏସ ଅଧିକାରୀ ରହିଥିବା ଜଣପଡିଛି। କେନ୍ଦ୍ରୀୟ ଭିଜିଲାନ୍ସ କମିଶନରୁ ମିଳିଥିବା ସଦ୍ୟତମ ସୂଚନା ଅନୁଯାୟୀ, ୪୧ଟି ମାମଲାରେ ମୋକଦ୍ଦମା ଚାଲୁ କରିବା ପାଇଁ କେନ୍ଦ୍ର ସରକାରଙ୍କ କେତେକ ବିଭାଗର ଅନୁମତି ଲୋଡ଼ା ଯାଇଛି। ସବୁଠାରୁ ଅଧିକ ମାମଲା କାର୍ମିକ ମନ୍ତ୍ରାଳୟରେ ଅନୁମତି ଅପେକ୍ଷାରେ ରହିଛି। ଉତ୍ତର ପ୍ରଦେଶ ସରକାରଙ୍କ ପାଖରେ ୮ଟି ମାମଲା ମଞ୍ଜୁରୀ ଅପେକ୍ଷାରେ ଥିବା ବେଳେ ଭାରତୀୟ ଷ୍ଟେଟ ବ୍ୟାଙ୍କ, କାନାରା ବ୍ୟାଙ୍କ, କର୍ପୋରେସନ ବ୍ୟାଙ୍କ ଏବଂ ଆଇଡିବିଆଇ ବ୍ୟାଙ୍କ ପାଖରେ ମଞ୍ଜୁରୀ ଅପେକ୍ଷା ରହିଛି ୪ଟି ମାମଲା ଯେଉଁଥିରେ ବ୍ୟାଙ୍କର ୧୩ଜଣ କର୍ମଚାରୀ ସାମିଲ ଅଛନ୍ତି।

ଦୁର୍ନୀତିରେ ଜଡିତ କର୍ମଚାରୀଙ୍କ ୩ଟି ମାମଲା କେନ୍ଦ୍ର ଶାସିତ ପ୍ରଦେଶ ପାଖରେ ରହିଛି ଏବଂ ପ୍ରତିରକ୍ଷା, ଖାଦ୍ୟ, ସ୍ୱାସ୍ଥ୍ୟ ଏବଂ ସହରୀକରଣ ମନ୍ତ୍ରାଳୟରେ ଦୁଇ ଦୁଇଟି ମାମଲା ଅନୁମତି ଅପେକ୍ଷାରେ ରହିଛି। ନିୟମ ଅନୁଯାୟୀ ମୋକଦ୍ଦମା ଚାଲିବାର ୪ ମାସ ମଧ୍ୟରେ ଏହି ଅନୁମତି ଆଣିବା ପ୍ରକ୍ରିୟା ଆବଶ୍ୟକ ଥିବା ବେଳେ ଏଯାଏଁ ତାହା ମିଳି ପାରିନାହିଁ। ଅନୁମତି ପାଇଁ ବିଭାଗଗୁଡିକୁ ପୁନର୍ବାର ଲେଖାଯାଇଥିବା କେନ୍ଦ୍ରୀୟ ଭିଜିଲାନ୍ସ କମିଶନ ପକ୍ଷରୁ କୁହାଯାଇଛି।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories