www.samajalive.in
Saturday, December 13, 2025
26.1 C
Bhubaneswar

୯୯.୮ ପ୍ରତିଶତ ନିର୍ବାଚନୀ ବଣ୍ଡ ୧୦ଲକ୍ଷ ଏବଂ ୧କୋଟି ଟଙ୍କା ମୂଲ୍ୟର କିଣାଯାଇଛି – ରିପୋର୍ଟ

ନୂଆଦିଲ୍ଲୀ: ୨୦୧୮ ମାର୍ଚ୍ଚରୁ ୨୦୧୯ ଜାନୁଆରୀ ମଧ୍ୟରେ କିଣାଯାଇଥିବା ୯୯.୮ ପ୍ରତିଶତ ନିର୍ବାଚନୀ ବଣ୍ଡ ୧୦ଲକ୍ଷ ଏବଂ ୧କୋଟି ଟଙ୍କା ମୂଲ୍ୟର ବୋଲି ସୂଚନା ଅଧିକାର ଆଇନ ବଳରେ ଜଣାପଡିଛି। ସାମାଜିକ କର୍ମକର୍ତ୍ତା ଚନ୍ଦ୍ରଶେଖର ଗୌଡ଼ଙ୍କ ଦ୍ୱାରା ସୂଚନା ଅଧିକାର ଆଇନ ବଳରେ ମିଳିଥିବା ସୂଚନାରୁ ଜଣାପଡିଛି, ଏହି ସମୟ ମଧ୍ୟରେ ୧ହଜାର ୪୦୭ କୋଟି ଟଙ୍କାର ବଣ୍ଡ କିଣାଯାଇଥିବା ବେଳେ ୧ହଜାର ୪୦୩କୋଟି ଟଙ୍କାର ବଣ୍ଡ କେବଳ ୧୦ଲକ୍ଷ ଏବଂ ୧କୋଟି ଟଙ୍କା ମୂଲ୍ୟର। ଭାରତୀୟ ଷ୍ଟେଟ ବ୍ୟାଙ୍କ ୧ହଜାର, ୧୦ହଜାର, ୧ଲକ୍ଷ, ୧୦ଲକ୍ଷ ଏବଂ ୧କୋଟି ଟଙ୍କା ମୂଲ୍ୟର ନିର୍ବାଚନୀ ବଣ୍ଡ ବିକ୍ରି କରୁଛି। ଏହି ସମୟ ମଧ୍ୟରେ ୧ହଜାର ୪୫୯ଟି ୧୦ଲକ୍ଷ ଟଙ୍କା ମୂଲ୍ୟର ବଣ୍ଡ ଏବଂ ୧ହଜାର ୨୫୮ଟି ୧କୋଟି ଟଙ୍କା ମୂଲ୍ୟର ବଣ୍ଡ, ୩୧୮ଟି ୧ଲକ୍ଷ ଟଙ୍କା ମୂଲ୍ୟର ବଣ୍ଡ ଏବଂ ୧୨ଟି ୧୦ ହଜାର ଟଙ୍କା ମୂଲ୍ୟର ଓ ୨୪ଟି ୧ହଜାର ଟଙ୍କା ମୂଲ୍ୟର ବଣ୍ଡ କିଣାଯାଇଥିବା ସୂଚନା ମିଳିଛି।

ବର୍ତ୍ତମାନ ସୁଦ୍ଧା ୧୩୯୫ କୋଟି ଟଙ୍କା ମୂଲ୍ୟର ବଣ୍ଡ ରାଜନୈତିକ ଦଳଗୁଡିକ ଚାନ୍ଦା ହିସାବରେ ପାଇଥିବା ବେଳେ କେଉଁ ଦଳକୁ କେତେ ମିଳିଛି ତାହା ଭାରତୀୟ ଷ୍ଟେଟ ବ୍ୟାଙ୍କ ପ୍ରକାଶ କରିବାକୁ ମନାକରିଛି। ସର୍ବୋଚ୍ଚ ନ୍ୟାୟାଳୟଙ୍କ ଆଦେଶ ପରେ ମେ ମାସ ଶେଷ ସୁଦ୍ଧା ସମସ୍ତ ରାଜନୈତିକ ଦଳଗୁଡିକ ସେମାନେ ପାଇଥିବା ଚାନ୍ଦାର ପରିମାଣ ଜଉମୁଦ ଲଫାଫାରେ ନିର୍ବାଚନ କମିଶନଙ୍କ ପାଖରେ ଦାଖଲ କରିବାକୁ ଏକ ପ୍ରକାର ବାଧ୍ୟ ହୋଇଥିବା ବେଳେ, ଚଳିତ ଲୋକସଭା ନିର୍ବାଚନ ପୂର୍ବରୁ ନିର୍ବାଚନୀ ବଣ୍ଡ ବିକ୍ରିରେ ୬୨ ପ୍ରତିଶତ ବୃଦ୍ଧି ଘଟିଥିବା ଜଣାପଡିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories