www.samajalive.in
Sunday, December 14, 2025
26.1 C
Bhubaneswar

ଏକ ଟଙ୍କାରେ ମିଳିବ ୫କିଲୋ ଚାଉଳ, ଡାଲି ଓ ଲୁଣ

ଶାଳଗାଁ  : ଚୌଦ୍ୱାର ପୌରପାଳିକା ଅନ୍ତର୍ଗତ କପାଳେଶ୍ୱର ପଡିଆରେ ଶନିବାର ବିଜେପିର ବିଜୟ ସଂକଳ୍ପ ସଭା ଅନୁଷ୍ଠିତ ହୋଇଯାଇଛି। ସମାବେଶରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ ରାଜ୍ୟରେ ବିଜେପି କ୍ଷମତାକୁ ଆସିଲେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ରାଜ୍ୟର ୩କୋଟି ୨୬ଲକ୍ଷ ଲୋକଙ୍କୁ ଏକ ଟଙ୍କାରେ ୫କିଲୋ ଚାଉଳ ସହିତ ୫୦୦ଗ୍ରାମ ଲେଖାଏଁ ଡାଲି ଓ ଲୁଣ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।
ବିଜେପି ସରକାର ଗଠନ କଲେ ଓଡ଼ିଶାର ପ୍ରମୁଖ ଶିଳ୍ପ କେନ୍ଦ୍ରଭାବେ ପରିଗଣିତ ହେଉଥିବା ଚୌଦ୍ୱାରକୁ ଶ୍ରୀ ଗଣେଶ କରାଯିବ। ଏ ଅଞ୍ଚଳର ଶିଳ୍ପାଞ୍ଚଳକୁ ହଜାରେ କୋଟି ଟଙ୍କାରେ ପୁନରୁଦ୍ଧାର କରାଯାଇ ବିଶ୍ୱସ୍ତରର ଉତ୍ପାଦନ ପେଣ୍ଠସ୍ଥଳି ବନାଯିବ। ଚୌଦ୍ୱାର ଓଟିଏମ ସହିତ
ଟିଟାଗଡ ପେପର ମିଲର ପୁନରୁଦ୍ଧାର ହେବ। କଟକ-ଭୁବନେଶ୍ୱର-ଚୌଦ୍ୱାରକୁ  ମିଶାଇ ମେଟ୍ରୋ ରେଳ ଚଳାଚଳର ବ୍ୟବସ୍ଥା କରାଯିବ। ରାଜ୍ୟର ୧୫ଟି ସ୍ମାର୍ଟ ସହର ମଧ୍ୟରେ ଚୌଦ୍ୱାରକୁ ଗଣାଯିବ।
ରାଜ୍ୟ ସରକାରଙ୍କ ଦୋମୁହାଁ ନୀତି ଓ ବିଭିନ୍ନ ଯୋଜନାକୁ ସେ ତୀବ୍ର ସମାଲୋଚନା କରିଥିଲେ। ଚୌଦ୍ୱାର ଅଞ୍ଚଳରେ ବିଶୁଦ୍ଧ ପାନୀୟଜଳ ନାହିଁ। ଡାକ୍ତରଖାନାରେ ଡାକ୍ତର ନାହାନ୍ତି, ଶିକ୍ଷକ ନାହାନ୍ତି, ମହାନଦୀ ଅବବାହିକାରେ ଚାଷ ବିପର୍ଯ୍ୟସ୍ତ ହୋଇପଡିଛି। ଏ ହେଉଛି ୧୯ବର୍ଷ ଶାସନକୁ ସଫଳତା। ବିଜେପି କ୍ଷମତାକୁ ଆସିଲେ ଏସବୁ ପ୍ରତି ଗୁରୁତ୍ୱ ଦିଅରଯିବ ବୋଲି ସେ ତାଙ୍କ ବକ୍ତବ୍ୟରେ କହିଥିଲେ।


ସେହିପରି ୨୦୨୨ ସୁଦ୍ଧା ସମସ୍ତଙ୍କୁ ସ୍ଥାୟୀ ପଟ୍ଟା ଓ ପକ୍କା ଘର ଯୋଗାଇ ଦିଆଯିବ, ଘରକୁ ୨୪ ଘଣ୍ଟା ପାଣି ଓ ବିଜୁଳି ଯୋଗାଇବା ସହ ଓଡିଶାର ଚୌଦ୍ୱାର ସମେତ ୧୫ଟି ସହରକୁ ସ୍ମାର୍ଟ ସିଟିରେ ପରିଣତ କରାଯିବ, ୬୦ ବର୍ଷରୁ ଅଧିକ ଶ୍ରମିକଙ୍କ ପାଇଁ ୩ ହଜାର ଟଙ୍କାର ପେନସନ ବ୍ୟବସ୍ଥା କରାଯିବ, ଯୁକ୍ତ ୨ ପାସ କରିଥିବା ମେଧାବୀ ଛାତ୍ରୀଙ୍କୁ ସ୍କୁଟି ଦିଆଯିବ, ସବୁ ଚାଷୀଙ୍କୁ ବିନା ସୁଧରେ ଋଣ ଦିଆଯିବ, ଏସ୍‌ଏସ୍‌ଜିଙ୍କ ପାଇଁ ଋଣଛାଡ କରାଯିବ, ଅଙ୍ଗନବାଡି ଦିଦିଙ୍କ ମାସିକ ଦରମା ୧୫ ହଜାର ଟଙ୍କା ଓ ସହାୟିକାଙ୍କ ଦରମା ୯ ହଜାର ଟଙ୍କା କରାଯିବ, ଆଗାମୀ ୨ ବର୍ଷ ଭିତରେ ଓଡିଶାର ସବୁସରକାରୀ ପଦବୀକୁ ପୂରଣ କରାଯିବ, ସବୁ ଜିଲାରେ ବିଇଡି କଲେଜ୍‍ ତିଆରି କରାଯିବ, କୋଷ୍ଟାଲ ହାଇୱେର ୪୧୫ କିମି ରାସ୍ତାକୁ ଅଗ୍ରାଧିକାର ଭିତିରେ କରାଯିବ, ଆୟୁଷ୍ମାନ ଭାରତ ଯୋଜନାକୁ ତୁରନ୍ତ ଲାଗୁ କରାଯିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।
ଏତଦ୍‌ବ୍ୟତତ ଓଡିଶାରେ ମୋଦିଙ୍କ ଅନୁଯାୟୀଙ୍କ ସରକାର ହେଲେ ବାଙ୍କିକୁ ବିକାଶର ପ୍ରୟୋଗଶାଳା କରାଯିବ, ବାଙ୍କିର ପନିପରିବା ସଂରକ୍ଷଣ କରି ରଖିବା ପାଇଁ ଶୀତଳ ଭଣ୍ଡାର ନିର୍ମାଣ କରାଯିବ, ଯୁବକଙ୍କ ପାଇଁ ରୋଜଗାର ବ୍ୟବସ୍ଥା କରାଯିବ, ପନିପରିବାକୁ କେବଳ ଓଡିଶା ନୁହେଁ ବିଶ୍ୱ ବଜାରକୁ ପଠାଇବାର ବ୍ୟବସ୍ଥା କରାଯିବ, ବାଙ୍କି ମେଡିକାଲର ଆଧୁନିକୀକରଣ କରାଯିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।
ସେହିପରି ଖଣ୍ଡପଡାବାସୀଙ୍କୁ ପାନୀୟ ଜଳର ସୁବିଧା ଯୋଗାଯିବା ସହ ଏଠାକାର ନୀଳମାଧବ ପୀଠର ବିକାଶ କରାଯିବ, ଓଡିଶାର ପୂଜାରୀ ବନ୍ଧୁଙ୍କ ପାଇଁ ଯୋଜନା କରି ମାସିକ ଦରମା ଦିଆଯିବାର ବ୍ୟବସ୍ଥା କରାଯିବ, ୫ ବର୍ଷ ପାଇଁ ୧ ଲକ୍ଷ କୋଟି ଟଙ୍କାର ଜଳସେଚନ ବ୍ୟବସ୍ଥା କରାଯିବ, ଗ୍ରାମୀଣ ବିକାଶ ପାଇଁ ୧ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲିଶ୍ରୀ ପ୍ରଧାନ କହିଛନ୍ତି।
ଶ୍ରୀ ପ୍ରଧାନ କହିଛନ୍ତି ଯେ ଏ ଅଞ୍ଚଳରେ ଶୁଦ୍ଧ ପାନୀୟ ଜଳ ନାହିଁ, ଡାକ୍ତର ନାହାନ୍ତି, ଶିକ୍ଷକ ନାହାନ୍ତି, ମହାନଦୀ ଅଞ୍ଚଳରେ ଚାଷର ସୁବ୍ୟବସ୍ଥା ନାହିଁ, ବାଙ୍କିରେ ସମବାୟ ବିଭାଗର ଶୀତଳ ଭଣ୍ଡାର ନାହିଁ, ୨୪ ଘଣ୍ଟା ବିଜୁଳି ନାହିଁ, ପରିଶ୍ରମୀ ଅଞ୍ଚଳର ଲୋକମାନେ ବାହାର ରାଜ୍ୟକୁ କାମ କରିବାକୁ ଯାଉଛନ୍ତି।
ମଣ୍ଡଳ ସଭାପତି ବୈରାଗୀ ଚରଣ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସାଂସଦ ପ୍ରାର୍ଥୀ ପ୍ରକାଶ ମିଶ୍ର ବିକାଶକୁ ତ୍ୱରାନ୍ୱିତ କରିବାକୁ ହେଲେ କେନ୍ଦ୍ରରେ ଦୃଢ ସରକାରର ଆବଶ୍ୟକ ଅଛି ବୋଲି ମତ ରଖିଥିଲେ। ରାଜ୍ୟ ଉପସଭାପତି ତଥା ବିଧାୟକ ପ୍ରାର୍ଥୀ ନୟନକିଶୋର ମହାନ୍ତି କହିଥିଲେ ନିର୍ବାଚନ ଋିତୁ ଆସିଲେ ବିଜେଡି ସରକାର ଓ ବିଧାୟକଙ୍କର ଚୌଦ୍ୱାର ଓ ବିଭିନ୍ନ ଶିଳ୍ପ କଥା ମନେପଡେ ବୋଲି କହିଥିଲେ। ଜିଲା ସଭାପତି ଚୌଧୁରୀ ହେମନ୍ତ କୁମାର ସାହୁ, ବିପିନ ସ୍ୱାଇଁ, ପୂର୍ବତନ ପୌରପାଳ କୈଳାସ ଚନ୍ଦ୍ର ବେହେରା, ଜିଲା ସମ୍ପାଦକ ଜ୍ଞାନେନ୍ଦ୍ରକୁମାର ସ୍ୱାଇଁ, ପ୍ରାଣବନ୍ଧୁ ସେନାପତି, ଜଗନ୍ନାଥ ଦାସ, ପ୍ରଶାନ୍ତ କୁମାର ହୋତା, ରାଜ୍ୟ ଯୁବମୋର୍ଚ୍ଚା ଉପସଭାପତି ସିକନ୍ଦର ଅଲ୍ଲୀ, କର୍ପୋରେଟର ବୈଦେଶ୍ୱର ପଣ୍ଡା, ନିରୋଦ ଚନ୍ଦ୍ର ପଣ୍ଡା, ଅଜିତ ସୁବୁଦ୍ଧିରାୟ, ପ୍ରକାଶ ବଡଜେନା, ରମେଶ ଚନ୍ଦ୍ର ନାୟକ, ଭାଗିରଥି ଦଳାଇ, ଅମ୍ବିକା ସାମଲ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସରୋଜ ରଣା, ହରିହର ରଣା, ପ୍ରଦିପ ପଟ୍ଟନାୟକ, ନଗର ଜିଲ୍ଲା ସଂପାଦକ ମାନସ ମହାନ୍ତି, ନଗର ଜିଲା ଉପସଭାପତି ଦିପ୍ତୀ ସ୍ୱାଇଁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ।

Hot this week

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

Related Articles

Popular Categories