www.samajalive.in
Monday, December 8, 2025
24.1 C
Bhubaneswar

ଗୋଲାପ ସରବତ ଖିରୀ

ଆବଶ୍ୟକ ସାମଗ୍ରୀ
କ୍ଷୀର – ୨କପ
କ୍ରିମ – ୧କପ
ଗୋଲାପ ଜଳ – ୨ଚାମଚ
ଗୋଲାପ ସରବତ – ଆବଶ୍ୟକ ପରିମାଣରେ
ଚିନି – ୨ଚାମଚ
ପିସ୍ତା – ଆବଶ୍ୟକ ପରିମାଣରେ
କର୍ଣ୍ଣଫ୍ଲୋର – ଅଳ୍ପ
କମଳା ରସ – ଅଳ୍ପ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଗ୍ୟାସ ଲଗାଇ ଏକ ପାତ୍ର ବସାନ୍ତୁ। ସେଥିରେ କ୍ଷୀର, କ୍ରିମ, କର୍ଣ୍ଣଫ୍ଲୋର ପକାଇ ଭଲ ଭାବେ ଗୋଳାଇ ଫୁଟାନ୍ତୁ। କିଛି ସମୟ ଫୁଟିବା ପରେ ଏଥିରେ ଚିନି ପକାଇ ପୁଣି ଫୁଟାନ୍ତୁ। ଏବେ ଏଥିରେ ଗୋଲାପ ଜଳ ପକାଇ ଏହାକୁ ଏକ ପାତ୍ରକୁ କାଢି ୩୦ ମିନିଟ ଫ୍ରିଜରେ ରଖନ୍ତୁ। ଏବେ ଆଉ ଏକ ଅନ୍ୟ ପାତ୍ରରେ ଗୋଲାପ ସରବତ, କର୍ଣ୍ଣଫ୍ଲୋର, ପାଣି ମିଶାଇ ଗ୍ୟାସରେ ଧିମା ଆଞ୍ଚରେ ବସାନ୍ତୁ। ଏହା ଗାଢ ହେବା ପର୍ଯ୍ୟନ୍ତ ଫୁଟାନ୍ତୁ। ଫୁଟିବା ପରେ ଏହାକୁ ଏକ ପାତ୍ରକୁ କାଢି ୨ ଘଣ୍ଟା ଫ୍ରିଜରେ ରଖି ଥଣ୍ଡା କରି ଦିଅନ୍ତୁ। ପୁଣି ଗ୍ୟାସରେ କଡ଼େଇ ବସାଇ ବଟର ଗରମ କରନ୍ତୁ। ଏବେ ଏଥିରେ ପିସ୍ତା ଓ ଚିନି ପକାଇ ଗରମ କରନ୍ତୁ। ଏବେ ଏହାକୁ ପୂର୍ବରୁ ପ୍ରସ୍ତୁତ ହୋଇ ଫ୍ରିଜରେ ରହିଥିବା ମିଶ୍ରଣରେ ମିଶାନ୍ତୁ ଓ ଫ୍ରିଜରେ ରଖି ଦିଅନ୍ତୁ। ଏବେ ପୂର୍ବରୁ ପ୍ରଥମେ ରଖିଥିବା ମିଶ୍ରଣରେ ୨ୟଥର ଫ୍ରିଜରେ ରଖିଥିବା ମିଶ୍ରଣରେ ମିଶାନ୍ତୁ। ଏହା ଉପରେ ପିସ୍ତା ସଜାଇ ଥଣ୍ଡା ଥଣ୍ଡା ଖାଆନ୍ତୁ ଓ ମଜା ନିଅନ୍ତୁ। ପ୍ରସ୍ତୁତ ହୋଇଗଲା ଗୋଲାପ ସରବତ ଖିରୀ ।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories