www.samajalive.in
Saturday, December 13, 2025
26.1 C
Bhubaneswar

ସତ ଲୁଚେଇବାକୁ ପ୍ରୟାସ: ପୁଣି ତଥ୍ୟ ମାଗିଲା ପାକିସ୍ତାନ

ଇସଲାମାବାଦ: ଆତଙ୍କବାଦୀ ଆକ୍ରମଣ ଘଟଣାର ତଦନ୍ତରେ ଉଦ୍ଧେଶ୍ୟମୂଳକ ବିଳମ୍ବ ଘଟାଇବା ନୀତିର ପୁନରାବୃତ୍ତି ଘଟାଇଛି ପାକିସ୍ତାନ। ଫେବୃଆରୀ ୧୪ ପୁଲୱାମା ଆକ୍ରମଣ ସମ୍ପର୍କରେ ଭାରତ ସମସ୍ତ ତଥ୍ୟପ୍ରମାଣ ପ୍ରଦାନ କରିଥିଲେ ସୁଦ୍ଧା ପାକିସ୍ତାନ ସରକାର ଏ ବାବଦରେ ଅଧିକ ପ୍ରଶ୍ନ ପଚାରିଛି। ପାକିସ୍ତାନର ବୈଦେଶିକ ବିଭାଗ ମୁଖପାତ୍ର ମହମ୍ମଦ ଫୈଜଲ ଏ ନେଇ ଭାରତକୁ ଆଉ କିଛି ପ୍ରଶ୍ନ ପଚାରିବା ସହ ଭାରତ ପୂର୍ବ ପ୍ରଶ୍ନଗୁଡ଼ିକର ଜବାବ ରଖି ନ ଥିବା କହିଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ ଭାରତୀୟ ଉଚ୍ଚାୟୁକ୍ତଙ୍କୁ ପୂର୍ବରୁ ପ୍ରଦାନ କରାଯାଇଥିବା ପ୍ରଶ୍ନାବଳୀର ଉତ୍ତର ମିଳି ନାହିଁ। ଏହା ସତ୍ତ୍ବେ ଆଉ କିଛି ପ୍ରଶ୍ନ ଥିବା ଫାଇଲ ପ୍ରଦାନ କରାଯାଇଛି। ଭାରତ ଏହି ଘଟଣା ସମ୍ପର୍କରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଗଲା ଭଳି ତଥ୍ୟ ଦେଉ ନାହିଁ କିମ୍ବା ତଦନ୍ତରେ ସହଯୋଗ କରୁ ନାହିଁ ବୋଲି ଫୈଜଲ ଅଭିଯୋଗ କରିଛନ୍ତି। କେବଳ ସେତିକି ନୁହେଁ; ଭାରତ ପକ୍ଷରୁ ପୁନର୍ବାର ପାକିସ୍ତାନ ଉପରେ ଆକ୍ରମଣର ଷଡ଼ଯନ୍ତ୍ର ସମ୍ପର୍କିତ ସମସ୍ତ ତଥ୍ୟ ପ୍ରମାଣ ପାକିସ୍ତାନ ନିକଟରେ ରହିଛି। ଭାରତ ଯଦି ଏଭଳି ଦୁଃସାହସ କରେ, ତେବେ ଏହାର ଉପଯୁକ୍ତ ଜବାବ ଦିଆଯିବ ବୋଲି ଫୈଜଲ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଭାରତ ସରକାର ଫେବୃଆରୀ ୨୭ରେ ପାକିସ୍ତାନକୁ ପୁଲୱାମା ଆକ୍ରମଣ ଘଟଣାର ସମସ୍ତ ତଥ୍ୟ ପ୍ରମାଣ ପ୍ରଦାନ କରିଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories