www.samajalive.in
Sunday, December 7, 2025
26.1 C
Bhubaneswar

ରିଲିଜ୍‍ ହେଲା ‘ଷ୍ଟୁଡେଣ୍ଟ ଅଫ୍‍ ଦି ଇୟର-୨’ର ଟ୍ରେଲର

ମୁମ୍ବଇ : କରଣ ଜୋହରଙ୍କ ପ୍ରଯୋଜନାରେ ନିର୍ମିତ ଚଳଚ୍ଚିତ୍ର ‘ଷ୍ଟୁଡେଣ୍ଟ ଅଫ୍‍ ଦି ଇୟର-୨’ର ଟ୍ରେଲର ଶୁକ୍ରବାର(୧୨ ଏପ୍ରିଲ) ରିଲିଜ୍‍ ହୋଇଛି। ଚଳଚ୍ଚିତ୍ରରେ ଟାଇଗର୍‍ ଶ୍ରଫ୍‍, ତାରା ସୁତାରିୟା ଓ ଅନନ୍ୟା ପାଣ୍ଡେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି। ଚଳଚ୍ଚିତ୍ରର ଟ୍ରେଲରକୁ ନିଜେ କରଣ ସାମାଜିକ ଗଣମାଧ୍ୟମରେ ଶେୟାର କରିଛନ୍ତି। ଏହି ଚଳଚ୍ଚିତ୍ର ମାଧ୍ୟମରେ ତାରା ଓ ଅନନ୍ୟା ପ୍ରଥମ ଥର ପାଇଁ ବଲିଉଡ଼ରେ ପାଦ ଥାପିଛନ୍ତି। ୩ ମିନିଟ୍‍ ୫ ସେକେଣ୍ଡର ଏହି ଟ୍ରେଲରରେ ସବୁଥର ଭଳି ଟାଇଗରଙ୍କ ଜବରଦସ୍ତ ଆକ୍ସନ ଅବତାର ଦେଖିବାକୁ ମିଳିଛି। ଚଳଚ୍ଚିତ୍ରରେ ତ୍ରିକୋଣୀୟ ପ୍ରେମ କାହାଣୀ ମଧ୍ୟ ଦେଖିବାକୁ ମିଳିବ। ଏଥିରେ କଲେଜରେ ପଢୁଥିବା ଛାତ୍ର ଛାତ୍ରୀଙ୍କ ଜୀବନକୁ ପ୍ରଦର୍ଶିତ ଯାଇଛି। ଉଲ୍ଲେଖଯୋଗ୍ୟ, ଏହି ଚଳଚ୍ଚିତ୍ର କରଣ ଜୋହରଙ୍କ ‘ଷ୍ଟୁଡେଣ୍ଟ ଅଫ୍‍ ଦି ଇୟର’ର ଦ୍ୱିତୀୟ ଭାଗ। ‘ଷ୍ଟୁଡେଣ୍ଟ ଅଫ୍‍ ଦି ଇୟର-୨’ ଚଳିତ ବର୍ଷ ମେ ୧୦ ତାରିଖରେ ମୁକ୍ତିଲାଭ କରିବ।

Hot this week

ଆବଶ୍ୟକ ହେଲେ ପୀଡିତାଙ୍କୁ କରାଯିବ ଏୟାରଲିଫ୍ଟ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

Related Articles

Popular Categories