www.samajalive.in
Friday, December 12, 2025
16.1 C
Bhubaneswar

ପ୍ରତିଶ୍ରୁତି ପୂରଣ ନହେବାରୁ ଭୋଟ୍ ବର୍ଜନ କଲେ ଗ୍ରାମବାସୀ

ଭୁବନେଶ୍ବର : ଗୁରୁବାର ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ମତଦାନ ଚାଲିଥିବା ବେଳେ କେତେକ ସ୍ଥାନରେ ଭୋଟରମାନେ ଭୋଟ୍ ବର୍ଜନ କରିଥିବା ଦେଖିବାକୁ ମିଳିଛି । ରାସ୍ତା ନିର୍ମାଣ ଦାବିରେ କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ଅନ୍ତର୍ଗତ ତେଟେଙ୍ଗେପଦର ଗ୍ରାମାବସୀମାନେ ଭୋଟ୍ ବର୍ଜନ କରିଛନ୍ତି । ଗାଁକୁ ରାସ୍ତା ନ ଥିବାରୁ ଭୋଟ ଦେବେ ନାହିଁ ଗ୍ରାମବାସୀ ସିଧାସଳଖ ମନା କରିଦେଇଛନ୍ତି । ସେମାନଙ୍କ ଅଭିଯୋଗ ହେଲା ନିର୍ବାଚନ ବେଳେ ନେତାମାନେ ଗାଁକୁ ଆସୁଛନ୍ତି ଏବଂ ରାସ୍ତା ନିର୍ମାଣ ପାଇଁ ବାରମ୍ବାର ପ୍ରତିଶ୍ରୁତି ଦେଉଛନ୍ତି । ହେଲେ ଭୋଟ୍ ପାଇଲା ପରେ ସେ ସବୁ ପ୍ରତିଶ୍ରୁତି ନେତାମାନେ ଭୁଲି ଯାଉଛନ୍ତି । ତେଣୁ ସେମାନେ ଭୋଟ୍ ବର୍ଜନ କରିଛନ୍ତି । ବିଭିନ୍ନ ନେତୃବୃନ୍ଦ ଗାଁରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଥିବା ସୂଚନା ମିଳିଛି ।

 

- Advertisement -

ସେହିପରି ନବରଙ୍ଗପୁର ଜିଲାର ପାପଡ଼ାହାଣ୍ଡି ବ୍ଲକ୍‌ର କଣ୍ଟାଗ୍ରାମରେ ନୂତନ ଗ୍ରାମ ପଞ୍ଚାୟତ ଗୃହ ନିର୍ମାଣ ଦାବି କରି କଣ୍ଟାଗାଁର ବାସିନ୍ଦାମାନେ ଭୋଟ୍‌ ବର୍ଜନ କରିଥିବା ସୂଚନା ମିଳିଛି । ଏହି ଗ୍ରାମରେ ୧୨୩୮ ଭୋଟର୍‌ ଥିବା ଜଣାପଡିଛି ।

ଅନ୍ୟପକ୍ଷରେ କୋଡିଙ୍ଗାମାଳି ଖଣି ଖନନ ଓ ସ୍ଥାନୀୟ ନେତାଙ୍କୁ ବିରୋଧ କରି ଲକ୍ଷ୍ମୀପୁର ବିଧାନସଭା ନିର୍ବାଚନମଣ୍ଡଳୀର ଦୁଇଟି ବୁଥରେ ଭୋଟ ବର୍ଜନ ହୋଇଛି। ଏହି ବ୍ଲକରେ ୪୭ ନଂ ଓ ୧୨୬ ନଂ ବୁଥର ସମସ୍ତ ଭୋଟର ସଂଖ୍ୟା ୭୧୭। ପ୍ରାୟ ଏକବର୍ଷରୁ ଊର୍ଦ୍ଧ୍ବ ହେବ ଗାଁ ଉପରେ ଥିବା କୋଡିଙ୍ଗାମାଳିରୁ ଖଣି ଖନନ ଯୋଗୁଁ ଗ୍ରାମର ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବା ସହିତ ଲୋକମାନଙ୍କୁ ମିଥ୍ୟା ମୋକଦ୍ଦମାରେ ଛନ୍ଦି ଦିଆଯାଇଛି। ତେଣୁ ଗୋଟିଏ ଭୋଟକୁ ଛାଡିଦେଲେ ଗ୍ରାମର ସମସ୍ତେ ଭୋଟ ବର୍ଜନ କରିଛନ୍ତି।

ସେହିପରି ଲକ୍ଷ୍ମୀପୁର ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କୁତୁଡି ଠାରେ ଥିବା ୧୬୭ ନଂ ବୁଥରେ ମଧ୍ୟ ଭୋଟର ମତଦାନ କରିନାହାନ୍ତି। ନାରାୟଣପାଟଣା ବ୍ଲକ ଅନ୍ତର୍ଗତ ତେନ୍ତୁଲିପଦର ପଞ୍ଚାୟତର କୁତୁଡି ଗ୍ରାମର ଭୋଟର ଅଞ୍ଚଳରେ ବିକାଶର ପାଦଚିହ୍ନ ପଡ଼ିନଥିବା ଅଭିଯୋଗ କରିଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories