www.samajalive.in
Saturday, December 13, 2025
21.1 C
Bhubaneswar

ଇଭିଏମ୍‌କୁ କଚାଡ଼ି ଭାଙ୍ଗିଲେ ପ୍ରାର୍ଥୀ

ଅମରାବତୀ: ଆନ୍ଧ୍ରପ୍ରଦେଶର ସମସ୍ତ ବିଧାନସଭା ଏବଂ ଲୋକସଭା ଆସନ ପାଇଁ ଗୁରୁବାର ଏକକାଳୀନ ଭୋଟଗ୍ରହଣ ଅନୁଷ୍ଠିତ ହେଉଥିବାବେଳେ ଗୁଣ୍ଟକଲ ନିର୍ବାଚନ ମଣ୍ଡଳୀର ଏକ ବୁଥରେ ଅଭାବନୀୟ ଘଟଣା ଘଟିଛି। ଅଭିନେତା ପବନ କଲ୍ୟାଣଙ୍କ ପାର୍ଟି ଜନସେନାରୁ ଟିକେଟ ପାଇ ନିର୍ବାଚନ ଲଢ଼ୁଥିବା ଜଣେ ପ୍ରାର୍ଥୀ ଏକ ବୁଥରେ ଇଭିଏମକୁ କଚାଡ଼ି ଭାଙ୍ଗି ଦେଇଛନ୍ତି। ସମ୍ପୃକ୍ତ ପ୍ରାର୍ଥୀଙ୍କ ନାମ ହେଉଛି ମଧୁସୂଦନ ଗୁପ୍ତା। ପୁଲିସ ତାଙ୍କୁ ଗିରଫ କରିଛି। ସୂଚନା ମୁତାବକ, ମଧୁସୂଦନ ଉକ୍ତ ବୁଥ୍‌କୁ ଯାଇଥିବାବେ​ଳେ ଇଭିଏମରେ ନିର୍ବାଚନମଣ୍ଡଳୀ ନାଁ ନ ଥିବା ଦେଖିବାକୁ ପାଇଥିଲେ। ଏ ସମ୍ପର୍କରେ ସେ ନିର୍ବାଚନ ଅଧିକାରୀଙ୍କୁ ପଚାରିବା ସହିତ ଉତ୍ତେଜିତ ହୋଇ ତାଙ୍କଠାରୁ ଉକ୍ତ ଇଭିଏମ୍‌କୁ ଘୋଷାଡ଼ି ଆଣି ତଳେ କଚାଡ଼ି ଦେଇଥିଲେ। ଫଳରେ ଇଭିଏମ୍‌ଟି ଭାଙ୍ଗି ଚୂରମାର ହୋଇଯାଇଥିଲା। ଏହା ପରେ ସେଠାରେ ମତଦାନ ବାଧାପ୍ରାପ୍ତ ହୋଇଥିଲେ। ଏହି ଘଟଣାକୁ ଜନସେନା ମୁଖ୍ୟ ପବନ କଲ୍ୟାଣ ନିନ୍ଦା କରିଛନ୍ତି।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories