www.samajalive.in
Monday, December 8, 2025
24.1 C
Bhubaneswar

‘ମୋଦୀଙ୍କ ସମୟରେ ଦେଶକୁ ଯେଉଁ ସମ୍ମାନ ମିଳିଛି, ତାହା ଅନ୍ୟ​‌ କୌଣସି ପ୍ରଧାନମନ୍ତ୍ରୀଙ୍କ ସମୟରେ ମିଳିନାହିଁ’

ପିଲିଭିଟ: ‘ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵରେ ଦେଶ ଆଗକୁ ବଢ଼ିଛି। ମୋଦୀଙ୍କ କାର୍ଯ୍ୟକାଳ ସମୟରେ ଦେଶକୁ ଯେତିକି ସମ୍ମାନ ମିଳିଛି ତାହା ଅନ୍ୟ କୌଣସି ପ୍ରଧାନମନ୍ତ୍ରୀଙ୍କ ସମୟରେ ମିଳିନାହିଁ।’ ଉତ୍ତରପ୍ରଦେଶର ସୁଲତାନପୁରର ବିଜେପି ଏମପି ବରୁଣ ଗାନ୍ଧୀ ଏକ ସଭାରେ ଉଦବୋଧନ ଦେଇ ମୋଦୀଙ୍କୁ ଏଭଳି ପ୍ରଶଂସା କରିଛନ୍ତି। ଏପରି କି ତାଙ୍କ ପରିବାରର କେତେଜଣ ସଦସ୍ୟ ପ୍ରଧାନମନ୍ତ୍ରୀ ହୋଇଥିଲେ ମଧ୍ୟ ମୋଦୀଙ୍କ ସହ ସେମାନେ ସମକକ୍ଷ ହୋଇପାରିବେ ନାହିଁ ବୋଲି ବରୁଣ କହିଛନ୍ତି।

ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଇନ୍ଦିରା ଗାନ୍ଧୀଙ୍କ ନାତି ହେଉଛନ୍ତି ବରୁଣ ଗାନ୍ଧୀ। ସେ ଚଳିତ ନିର୍ବାଚନରେ ପିଲିଭିଟ ଆସନରୁ ବିଜେପି ଟିକେଟରେ ପ୍ରାର୍ଥୀ ହୋଇଛନ୍ତି। ଏଠାରେ ଏକ ନିର୍ବାଚନୀ ସଭାରେ ବରୁଣ କହିଥିଲେ, ମୋ ପରିବାରରୁ କେତେଜଣ ପ୍ରଧାନମନ୍ତ୍ରୀ ହୋଇଛନ୍ତି। କିନ୍ତୁ ମୋଦୀ ଦେଶକୁ ଯେଉଁ ସମ୍ମାନ ଦେଇଛନ୍ତି ତାହା ଅନ୍ୟ କେହି ଦେଇ ନାହାନ୍ତି। ମୋଦୀ କେବଳ ଦେଶ ପାଇଁ ବଞ୍ଚିଛନ୍ତି ଏବଂ ଦେଶ ପାଇଁ ମରିବେ ମଧ୍ୟ। ସେ କେବଳ ଦେଶ ପାଇଁ ଚିନ୍ତିତ। ବିଗତ ୫ବର୍ଷ ଭିତରେ ମୋଦୀଙ୍କ ବିରୋଧରେ କୌଣସି ଦୁର୍ନୀତି ଅଭିଯୋଗ ଆସିନାହିଁ। ତାଙ୍କର ମଧ୍ୟ କେହି ନାହାନ୍ତି, ଯେଉଁମାନଙ୍କ ପାଇଁ ସେ ଦୁର୍ନୀତିରେ ଲିପ୍ତ ରହିବେ ବୋଲ ବରୁଣ କହିଥିଲେ।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories