କଳାହାଣ୍ଡି : ପାନୀୟ ଜଳ ପାଇଁ କଳାହାଣ୍ଡି ଜିଲାର ବାନେର ଠାରେ ସୋମବାର ମହିଳାମାନେ ମୋଟେର-ଜୟପାଟଣା ରାସ୍ତାରୋକ କରିଛନ୍ତି। ବାନେର ଅଞ୍ଚଳରେ ଏକ କୂଅ ଥିବା ବେଳେ ତାହା ଅପରିଷ୍କାର ହୋଇ ପଡ଼ିରହିଛି। ଏହାସହ ଗ୍ରାମରେ ଥିବା ନଳକୂପ ମଧ୍ୟ ଅଚଳ ହୋଇଛି। ଏହାକୁ ସଜାଡ଼ିବା ପାଇଁ ଗ୍ରାମବାସୀ ଦୀର୍ଘଦିନ ଧରି ଦାବି କରି ଆସୁଥିଲେ। ମାତ୍ର ପ୍ରଶାସନ ତରଫରୁ କୌଣସି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିବାରୁ ଆଜି ସକାଳୁ ମହିଳାମାନେ ଗରା, ମାଠିଆ ଧରି ଭୋର ପ୍ରାୟ ୫ଟାରୁ ରାସ୍ତାରୋକ କରି ପ୍ରତିଦାଦ ଆରମ୍ଭ କରିଥିଲେ। ପାଣି ସମସ୍ୟା ସମାଧାନ ନହେବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ଆନ୍ଦୋଳନକାରୀ ମାନେ କହିଥିଲେ। ସୂଚନା ଯୋଗ୍ୟ, ଘଟଣାସ୍ଥଳରେ ବିଡ଼ିଓ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରୁଛନ୍ତି।
Popular Categories



