www.samajalive.in
Monday, December 8, 2025
13.1 C
Bhubaneswar

ମୋଦୀଙ୍କ ବିଦେଶ ଗସ୍ତ ଖର୍ଚ୍ଚ ୪୪୩ କୋଟି; ମନମୋହନଙ୍କଠାରୁ ୫୦ କୋଟି କମ୍‌

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଦେଶ ଗସ୍ତରେ ଖର୍ଚ୍ଚ ହୋଇଛି ୪୪୩ କୋଟି ୪୦ ଲକ୍ଷ ଟଙ୍କା। ବିଗତ ୫ବର୍ଷ ମଧ୍ୟରେ ଅର୍ଥାତ ୨୦୧୪ରେ ମୋଦୀ ପ୍ରଧାନମନ୍ତ୍ରୀ ହେବା ପରଠାରୁ ୪୪ ଥର ବିଦେଶ ଗସ୍ତ କରିଛନ୍ତି। ଜଣେ ପ୍ରଧାନମନ୍ତ୍ରୀ ହିସାବରେ ମୋଦୀଙ୍କର ଏହା ସର୍ବାଧିକ ବିଦେଶ ଗସ୍ତ। ଏୟାର ଇଣ୍ଡିଆ ପକ୍ଷରୁ ମୋଦୀଙ୍କ ଗସ୍ତ ଖର୍ଚ୍ଚର ବିଲ୍‌ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପଠାଯାଇଛି। ତେବେ ଏଥିରେ ଆହୁରି ୫ଟି ବିଦେଶ ଗସ୍ତର ଭଡ଼ା ସାମିଲ କରାଯାଇ ନାହିଁ।

ତେବେ ମୋଦୀଙ୍କ ଗସ୍ତ ଖର୍ଚ୍ଚ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କଠାରୁ କମ୍‌ ରହିଛି। ମୋଦୀ ଅଧିକ ବିଦେଶ ଯାତ୍ରା କରିଥିଲେ ବି ଗସ୍ତ ଖର୍ଚ୍ଚ କମ୍‌ ରହିଛି। ୨୦୦୯ରୁ ୨୦୧୪ ମଧ୍ୟରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ୩୮ ଥର ବିଦେଶ ଗସ୍ତ କରିଥିଲେ। ଏଥିରେ ୪୯୩ କୋଟି ୨୨ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା। କିନ୍ତୁ ମୋଦୀ ୪୪ ଥର ବିଦେଶ ଗସ୍ତ କରିଥିବାବେଳେ ୫୦ କୋଟି ଟଙ୍କା କମ୍‌ ଖର୍ଚ୍ଚ ହୋଇଛି।

- Advertisement -

ମୋଦୀଙ୍କ ବାରମ୍ବାର ବିଦେଶ ଗସ୍ତକୁ ବିରୋଧୀମାନେ ଅନେକ ଥର ସମାଲୋଚନା କରିଛନ୍ତି। କିନ୍ତୁ ଏହି ଗସ୍ତ ଫଳରେ ଅନ୍ୟାନ୍ୟ ରାଷ୍ଟ୍ର ସହ ଭାରତର ସମ୍ପର୍କ ବୃଦ୍ଧି ପାଇଛି। ମୋଦୀଙ୍କ ବିଦେଶ ଗସ୍ତ ଖର୍ଚ୍ଚ ମନମୋହନଙ୍କ ତୁଳନାରେ କମ୍‌ ହେବାର କାରଣ ହେଉଛି ଗୋଟିଏ ଟିକେଟରେ ଦୁଇଟି ଯାତ୍ରା କରିବା। ମୋଦୀ ଗୋଟିଏ ଗସ୍ତ ସମୟରେ ଏକାଧିକ ଦେଶକୁ ଯାତ୍ରା କରିଥାନ୍ତି। ଏହା ଦ୍ବାରା ଖର୍ଚ୍ଚ କମ୍‌ ହୋଇଥାଏ।

Hot this week

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

Related Articles

Popular Categories