ଉଲକା ଉପରେ ବିସ୍ଫୋରଣ କଲା ଜାପାନ ଦେଶ-ବିଦେଶନିଉଜ ଆଲର୍ଟବଡ଼ ଖବର By Samaja Digital Last updated Apr 5, 2019 Share ଟୋକିଓ .- ଜାପାନର ମହାକାଶ ଗବେଷଣା କେନ୍ଦ୍ର ପକ୍ଷରୁ ମହାକାଶରେ ଘୁରି ବୁଲୁଥିବା ଏକ ବଡ ଉଲକା ପିଣ୍ଡ (ଗ୍ରହାଣୁ) ଉପରେ ବିସ୍ଫୋରଣ କରାଯାଇଥିବା ସୂଚନା ଦିଆଯାଇଛି । ବୈଜ୍ଞାନିକ ପରୀକ୍ଷଣ ପାଇଁ ଏହି ବସ୍ଫୋରଣ କରାଯାଇଛି । ହାୟାବୁସା-୨ ନାମକ ମହାକାଶଯାନରୁ ରୟୁଗୁ ନାମକ ଉଲକା ଉପରେ ବିସ୍ଫୋରଣ କରାଯାଇଥିଲା । ହାୟାବୁସା-୨ ମହାକାଶ ଯାନରୁ ୨ କେଜି ଓଜରନର ତମ୍ବାର ବିସ୍ଫୋରକ ପ୍ରେରଣ କରାଯାଇଥିଲା । ଏକ ଛୋଟ ଛିଦ୍ର ହେବାପରେ ହାୟାବୁସା ସେଠାରୁ ଏହାର ଅଂଶକୁ ସଂଗ୍ରହ କରିଥିଲା । ଏହି ବିସ୍ଫୋରଣ କରିବାପରେ ମହାକାଶଯାନ ସମ୍ପୂର୍ଣ୍ଣ ଭଲ ଥିବା କୁହଯାଉଛି । ଉଲକା ପିଣ୍ଡର ଏହି ଅଂଶକୁ ପୃଥିବୀ ପୃଷ୍ଟକୁ ଅଣାଯିବ । ଏହା ବିଷୟରେ ଅଧିକ ବୈଜ୍ଞାନିକ ପରୀକ୍ଷଣ କରିବା ସମ୍ଭବ ହେବ । ସୌର ଜଗତ ବିଷୟରେ ଅଧିକ ଜ୍ଞାନ ହାସଲ କରିବା ପାଇଁ ଏହା ସହାୟକ ହେବ । blast on asteroid Share FacebookTwitterWhatsApp
Comments are closed.