www.samajalive.in
Monday, December 8, 2025
14.1 C
Bhubaneswar

ରାହୁଲ କହିଲେ- ମୁଁ ମୋଦୀଙ୍କୁ ଭଲପାଏ

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଶୁକ୍ରବାର ପୁଣେରେ ଛାତ୍ରମାନଙ୍କ ସହ ଆଲୋଚନା ବେଳେ ନିଜ ରାଜନୈତିକ ଏବଂ ବ୍ୟକ୍ତିଗତ ଜୀବନ ଉପରେ କେତେକ ରୋଚକ ତଥ୍ୟ ଦେଇଥିଲେ। ଆଲୋଚନା ବେଳେ ସେ ରାଜନୀତିରେ ଆଗାମୀ ଯୋଜନା ସମେତ କେତେକ ପ୍ରସଙ୍ଗ ଉପରେ କଥା ହୋଇଥିଲେ। ରାଜନୀତି ଏବଂ ଲୋକସଭା ନିର୍ବାଚନ ବ୍ୟତୀତ ଛାତ୍ରମାନେ ତାଙ୍କୁ ବ୍ୟକ୍ତିଗତ ଜୀବନ ଉପରେ କେତେକ ପ୍ରଶ୍ନ କରିଥିଲେ, ଯାହାର ଖୋଲାଖୋଲି ଉତ୍ତର ଦେଇଥିଲେ ରାହୁଲ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ଏକ ପ୍ରଶ୍ନରେ ରାହୁଲ କହିଥିଲେ, ଆଇ ଲଭ୍‌ ମିଷ୍ଟର ନରେନ୍ଦ୍ର ମୋଦୀ। ଅର୍ଥାତ ମୁଁ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭଲପାଏ। ମୋଦୀଙ୍କ ଉପରେ ମୋର ରାଗ ନାହିଁ। କିନ୍ତୁ ମୋତେ ଲାଗୁଛି କି ମୋ ଉପରେ ତାଙ୍କର ରାଗ ରହିଛି। ଏହା ପୂର୍ବରୁ ମଧ୍ୟ ରାହୁଲ ଅନେକ ଥର ଏଭଳି କହିଛନ୍ତି।

କାର୍ଯ୍ୟକୁ ବିବାହ କରିଛି:-

ଏହାବ୍ୟତୀତ ଛାତ୍ରମାନେ ତାଙ୍କୁ ପଚାରିଥିଲେ ଯେ, ଆପଣଙ୍କ ଉପରେ ଯଦି କୌଣସି ବାୟୋପିକ୍‌ ନିର୍ମାଣ ହୁଏ, ତା’ହେଲେ ଆପଣ କାହାକୁ ଅଭିନେତ୍ରୀ ଭାବେ ବାଛିବେ। ରାହୁଲ ଚତୁରତାର ସହ ଏହାର ଉତ୍ତର ଦେଇ ବର୍ତ୍ତମାନ ସୁଦ୍ଧା ମୁଁ ମୋ କାର୍ଯ୍ୟ ସହିତ ବିବାହ କରିସାରିଛି ବୋଲି କହିଥିଲେ। ସେଥିପାଇଁ ଅନ୍ୟ କାହାକୁ ସୁଯୋଗ ମିଳିବ ନାହିଁ ବୋଲି ରାହୁଲ କହିଥିଲେ।

- Advertisement -

ମୋତେ ମୋଟା କରିବାକୁ ଚାହୁଁଛି ପ୍ରିୟଙ୍କା:-

ଏଠାରେ ରାହୁଲ ତାଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧୀଙ୍କ ସମ୍ପର୍କରେ ବି କହିଥିଲେ। ସେ ରକ୍ଷାବନ୍ଧନ ଉତ୍ସବକୁ ଖୁବ୍‌ ଧୁମଧାମରେ ପାଳନ କରନ୍ତି। ଯେପର୍ଯ୍ୟନ୍ତ ରାଖି ଭାଙ୍ଗି ନ ଥାଏ ସେପର୍ଯ୍ୟନ୍ତ ତାହାକୁ ସେ ହାତରେ ବାନ୍ଧି ରଖିଥାନ୍ତି। ରାହୁଲ କହିଥିଲେ ପ୍ରିୟଙ୍କା ତାଙ୍କୁ ସବୁବେଳେ ମିଠା ଖୁଆଇ ମୋଟା କରିବାକୁ ଚାହାଁନ୍ତି।

ଆଉ କେତେକ ପ୍ରଶ୍ନର ଉତ୍ତରରେ ରାହୁଲ ଛାତ୍ରମାନଙ୍କୁ କହିଥିଲେ, ଆପଣମାନେ କେବେ ବି ବାସ୍ତବତାଠାରୁ ଦୂରେଇ ରହିପାରିବେ ନାହିଁ। ସୋସିଆଲ ମିଡିଆ କିମ୍ବା ଟ୍ବିଟର ଜରିଆରେ ଆପଣ ମା’ବାପାଙ୍କ କଥା ବୁଝିପାରିବେ ନାହିଁ। ଆପଣଙ୍କୁ ବାସ୍ତବତା ଭିତରକୁ ଯିବାକୁ ପଡ଼ିବ। ସେହିପରି ସେ ଅନେକ ଦିନ ଧରି ଫିଲ୍ମ ଦେଖିନାହାନ୍ତି ବୋଲି କହିଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories