www.samajalive.in
Saturday, December 6, 2025
26.1 C
Bhubaneswar

ନିର୍ବାଚନ ଲଢିବାକୁ ମନା କଲେ ଅସନ୍ତୁଷ୍ଟ ସୁମିତ୍ରା ମହାଜନ

ଇନ୍ଦୋର : ମଧ୍ୟପ୍ରଦେଶ ଇନ୍ଦୋର ଲୋକସଭା ଆସନରୁ ବିଜେପିର ଟିକେଟ୍‍ ଦେବାରେ ବିଳମ୍ବ ଉପରେ ଲୋକସଭା ବାଚସ୍ପତି ତଥା ବିଜେପି ନେତ୍ରୀ ସୁମିତ୍ରା ମହାଜନ ପ୍ରଶ୍ନ କରିଛନ୍ତି। ଏନେଇ ସେ ଏକ ଚିଠି ଲେଖି ନିଜ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଟିକେଟ୍‍କୁ ଅପେକ୍ଷା କରି ରହିଥିବା ସୁମିତ୍ରା ମହାଜନ ଚିଠିରେ ଲେଖିଛନ୍ତି ଯେ ଇନ୍ଦୋର ଲୋକସଭା ଆସନ ପାଇଁ ସେ ଦଳର ବରିଷ୍ଠ ନେତାଙ୍କ ସହ ଆଲୋଚନା କରିଥିଲେ। ଏନେଇ ନିଷ୍ପତ୍ତି ନେବା ଦାୟିତ୍ୱ ଦଳର ବରିଷ୍ଠ ନେତାଙ୍କ ଉପରେ ଛାଡ଼ି ଦେଇଥିଲେ। ତେବେ ଏପର୍ଯ୍ୟନ୍ତ କାହିଁକି ଦଳ ଏହି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିନାହିଁ। ନିଷ୍ପତ୍ତି ନେବାରେ କାହିଁକି ବିଳମ୍ବ ହେଉଛି ବୋଲି ସେ ପ୍ରଶ୍ନ କରିଛନ୍ତି। ଏହାସହ ଦଳୀୟ ନେତାଙ୍କ ମନରେ ଥିବା ଦ୍ୱିଧାକୁ ଦୂର କରିବା ପାଇଁ ସେ ଆଉ ଲୋକସଭା ନିର୍ବାଚନ ଲଢିବି ନାହିଁ ବୋଲି ଘୋଷଣା କରିଛନ୍ତି। ତେଣୁ ଦଳ ଏବେ ବିନା କୌଣସି ସଂକୋଚରେ ନିଷ୍ପତ୍ତି ନେଇପାରିବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି।
ପ୍ରକାଶଯୋଗ୍ୟ ଯେ ବିଜେପି ଚଳିତ ନିର୍ବାଚନରେ ୭୫ ବର୍ଷ ବୟସ୍କ ନେତା ଓ ନେତ୍ରୀଙ୍କୁ ପ୍ରାର୍ଥୀ କରିବ ନାହିଁ ବୋଲି ନିଷ୍ପତ୍ତି ନେଇଛି। ଏ କ୍ରମରେ ୭୫ ବର୍ଷ ବୟସରେ ପଦାର୍ପଣ କରିଥିବା ସୁମିତ୍ରା ମହାଜନଙ୍କ ପ୍ରାର୍ଥୀତ୍ୱକୁ ନେଇ ଦ୍ୱନ୍ଦ୍ୱ ଲାଗି ରହିଛି। ଦଳ ଏଥିପାଇଁ କିଛି ନିଷ୍ପତ୍ତି ନେଇପାରୁନାହିଁ।
ତେବେ ଇନ୍ଦୋର ଲୋକଙ୍କଠାରୁ ମିଳିଥିବା ଭଲ ପାଇବା ଏବଂ ବିଜେପି କାର୍ଯ୍ୟକର୍ତ୍ତାଙ୍କ ସହଯୋଗ ପାଇଁ ସେ ଧନ୍ୟବାଦ ଜ୍ଞାପନ କରିଛନ୍ତି।

Hot this week

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

Related Articles

Popular Categories