www.samajalive.in
Monday, December 8, 2025
14.1 C
Bhubaneswar

ସାଢେ ୪ କୋଟି ଓଡିଶାବାସୀ ମୋ ପରିବାର ; ନବୀନ

ଭୁବନେଶ୍ୱର : ମାଓ ପ୍ରବଣ ଜିଲା ମାଲକାନଗିରି କାଲିମେଳାରେ ଆୟୋଜିତ ସମାବେଶରେ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ନିର୍ବାଚନ ପ୍ରଚାର କରିଛନ୍ତି । ଜୟ ଜଗନ୍ନାଥ , ଆପଣମାନଙ୍କୁ ସମସ୍ତଙ୍କୁ ମୋର ନମସ୍କାର କହି ମୁଖ୍ୟମନ୍ତ୍ରୀ ଓଡିଆରେ ଭାଷଣ ଆରମ୍ଭ କରିଥିଲେ । ଆପଣମାନେ ଏତେ ଖରାରେ ଆସିଛନ୍ତି, ମୁଁ ବି ଆସିଛି । ଆପଣମାନେ ଖୁସୀ ତ ବୋଲି ମୁଖ୍ୟମନ୍ତ୍ରୀ ପଚାରିଥିଲେ । ପରେ କିଛି ତଥ୍ୟ ରଖି ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି କହିଥିଲେ, ବନ୍ୟା ବାତ୍ୟା ହେଲା, କେହି ଆସିଲେନି କିନ୍ତୁ ଏବେ ଭୋଟ୍ ପାଇଁ ଆସିଗଲେ । କେନ୍ଦ୍ର ସରକାର କାହା ସ୍ବାର୍ଥରେ କେବିକେ ଯୋଜନା ବନ୍ଦ କଲେ । ଗରିବ ଏସସି , ଏସଟି ପିଲାଙ୍କ ବୃତ୍ତି ବନ୍ଦ କଲେ । ଓଡିଶା ପ୍ରତି ଏମାନଙ୍କ ଦରଦ ଏମିତି । ବିଜେପିର ବଡ ବଡ ନେତାମାନେ ଏବେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ସାଢେ ୪ କୋଟି ଓଡିଶାବାସୀ ମୋ ପରିବାର । ମୁଁ ସବୁବେଳେ ଆପଣମାନଙ୍କ ସହିତ ରହିଛି ଏବଂ ଆଗକୁ ରହିବି । ଆପଣମାନେ ମୋତେ ଆର୍ଶୀବାଦ କରନ୍ତୁ । ଥରେ ସାଂସଦ ଓ ଥରେ ବିଧାୟକଙ୍କ ପାଇଁ ଭୋଟ ଦେବାକୁ ନବୀନ ନିବେଦନ କରିଥିଲେ ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories