www.samajalive.in
Sunday, December 7, 2025
15.1 C
Bhubaneswar

ଦର୍ଶନ ପାଇଁ ଯାଆନ୍ତୁ ମା’ଙ୍କ ମନ୍ଦିର , ଏଠାରେ ଦୂର ହୋଇଥାଏ ଚକ୍ଷୁ ଜନିତ ସମସ୍ୟା

ଉତ୍ତରାଖଣ୍ଡରେ ଥିବା ନୈନା ହ୍ରଦର ଉତ୍ତର ଦିଗ କୂଳରେ ଥିବା ନୈନା ଦେବୀଙ୍କ ମନ୍ଦିର ଭକ୍ତମାନଙ୍କ ଆକର୍ଷଣର ଏକ ମୁଖ୍ୟ କେନ୍ଦ୍ର। ଏହି ମନ୍ଦିରରେ ଦୁଇଟି ଚକ୍ଷୁ ବିଶିଷ୍ଟ ଚିତ୍ର ଅଙ୍କିତ ହୋଇ ରହିଛି। ଯାହାକୁ ନୈନା ଦେବୀଙ୍କ ରୂପ ବୋଲି କୁହାଯାଏ। ମନ୍ଦିର ଭିତରେ ନୈନା ଦେବୀଙ୍କ ସହ ପ୍ରଭୁ ଗଣେଶ, ମା’କାଳୀଙ୍କର ମୂର୍ତ୍ତି ମଧ୍ୟ ରହିଛି। ମନ୍ଦିରର ପ୍ରବେଶ ଦ୍ୱାର ଠାରେ ଅଶ୍ୱତ୍ଥ ବୃକ୍ଷ ରହିଛି। ଏଠାରେ ମା’ପାର୍ବତୀଙ୍କୁ ନନ୍ଦା ଦେବୀ ବୋଲି କୁହାଯାଏ। ମନ୍ଦିରରେ ନନ୍ଦା ଅଷ୍ଟମୀ ଦିନ ବଡ଼ ଧରଣର ମେଳାର ଆୟୋଜନ ହୋଇଥାଏ। ଯାହା ପ୍ରାୟ ୮ ଦିନ ପର୍ଯ୍ୟନ୍ତ ହୋଇଥାଏ। ଏହି ମନ୍ଦିର ନୈନୀତାଲ ବସ ଷ୍ଟାଣ୍ଡ ଠାରୁ ୨ କି.ମି ଦୂରରେ ଅବସ୍ଥିତ। ମନ୍ଦିରର ପରିସର ମଧ୍ୟରେ ମା’ଙ୍କୁ ଅର୍ପଣ କରିବା ପାଇଁ ପୂଜା ସାମଗ୍ରୀ ମିଳିଥାଏ। ଏପରି ମାନ୍ୟତା ରହିଛି ଯେ, ମା’ଙ୍କୁ ଦର୍ଶନ କଲେ ଲୋକଙ୍କ ନେତ୍ର ଜନିତ ବିଭିନ୍ନ ସମସ୍ୟା ଦୂର ହୋଇଥାଏ।
ଅନ୍ୟ ଆକର୍ଷଣ –
ମନ୍ଦିର ବ୍ୟତୀତ ଏଠାରେ ମାଲ୍ଲୀତାଲ ଏବଂ ତାଲ୍ଲୀତାଲ ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣର ମୁଖ୍ୟ କେନ୍ଦ୍ର ଅଟେ। ଏହି ଦୁଇଟି ସ୍ଥାନକୁ ସଂଯୋଗ କରୁଥିବା ସଡ଼କକୁ ମାଲ ରୋଡ଼ କୁହାଯାଏ। ନିକଟରେ ଚିଡ଼ିଆଖାନା, ରାଜଭବନ, କେଭ ଗାର୍ଡ଼ନ, ଭୀମତାଲ, ନୌକୁଚିଆତାଲ, ସାତତାଲ, ମୁକ୍ତେଶ୍ୱର, ରାମଗଡ଼, ରାଣୀଖେତ ଭଳି ବହୁ ସ୍ଥାନ ବୁଲିପାରିବେ।
ଏହାଛଡ଼ା ଆପଣ ମାଲ ରୋଡ଼ ଯାଇ ସେଠାରେ ସପିଙ୍ଗର ମଜା ନେଇ ପାରିବେ। ସୁନ୍ଦର ପୋଷାକ, ସାଜସଜ୍ଜା ଦ୍ରବ୍ୟ, ଅନ୍ୟାନ୍ୟ ବହୁ ଦ୍ରବ୍ୟ ମିଳିଥାଏ। ନବରାତ୍ରି ସମୟରେ ଏଠାରେ ବହୁ ଜନସମାଗମ ହୋଇଥାଏ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories