www.samajalive.in
Monday, December 8, 2025
20.1 C
Bhubaneswar

ପରଦାକୁ ଆସିଲା ଜନ୍‍ଙ୍କ ‘ର’ : ଭାଙ୍ଗିପାରେ ଚଳିତ ବର୍ଷର ଅନେକ ଚଳଚ୍ଚିତ୍ରର ରେକର୍ଡ଼

ମୁମ୍ବଇ : ଜନ୍‍ ଆବ୍ରାହମ୍‍ଙ୍କ ଅଭିନୀତ ଚଳଚ୍ଚିତ୍ର ‘ରୋମିଓ ଆକବର ୱାଲଟର୍‍(ର)’ ଶୁକ୍ରବାର(୫ ଏପ୍ରିଲ) ମୁକ୍ତିଲାଭ କରିଛି। ଏହାର ଟ୍ରେଲର ଦେଖିବା ପରେ ସାମାଜିକ ଗଣମାଧ୍ୟମରେ ଦର୍ଶକଙ୍କଠାରୁ ବହୁତ ଭଲ ପ୍ରତିକ୍ରିୟା ମିଳିଥିଲା। ତେବେ ଚଳଚ୍ଚିତ୍ର ମଧ୍ୟ ଲୋକଙ୍କୁ ସେହିପରି ପ୍ରଭାବିତ କରି ପାରୁଛି କି ନାହିଁ ଦେଖିବା ବାକି ରହିଲା। ଏହି ଚଳଚ୍ଚିତ୍ର ମୁକ୍ତିଲାଭର ପ୍ରଥମ ଦିନରେ ୬ରୁ ୭.୩୦ କୋଟି ଟଙ୍କା ଆୟ କରିପାରେ ବୋଲି ଟ୍ରେଡ଼୍‍ ଆନାଲିଷ୍ଟମାନେ ପୂର୍ବାନୁମାନ କରିଛନ୍ତି। ଏହା ଦେଶଭକ୍ତି ଉପରେ ଆଧାରିତ ଏକ ସସ୍ପେନ୍ସ-ଥ୍ରୀଲର ଚଳଚ୍ଚିତ୍ର, ଯାହା ଏକ ସତ୍ୟ ଘଟଣା ଉପରେ ଆଧାରିତ। ଚଳଚ୍ଚିତ୍ର ଯଦି ଆଶା ଅନୁଯାୟୀ ଆୟ କରେ ତେବେ ଚଳିତ ବର୍ଷ ମୁକ୍ତିଲାଭ କରିଥିବା ଅନେକ ଚଳଚ୍ଚିତ୍ରର ରେକର୍ଡ଼ ଭାଙ୍ଗିବାରେ ଏହା ସଫଳ ହେବ।

‘ର’ର ନିର୍ଦ୍ଦେଶନା ଭାର ରବି ଗ୍ରେୱାଲ ବହନ କରିଛନ୍ତି। ଏଥିରେ ଜନ୍‍ଙ୍କ ବ୍ୟତୀତ ଜ୍ୟାକି ଶ୍ରଫ, ମୌନୀ ରୟ ଓ ସିକନ୍ଦର ଖେର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories