www.samajalive.in
Saturday, December 6, 2025
26.1 C
Bhubaneswar

ଅଗଷ୍ଟା ୱେଷ୍ଟଲାଣ୍ଡ ମାମଲା: ବରିଷ୍ଠ କଂଗ୍ରେସ ନେତା ଅହମଦ ପଟେଲଙ୍କ ନାଁ ନେଲେ ମଧ୍ୟସ୍ଥ

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଅଗଷ୍ଟା ୱେଷ୍ଟଲାଣ୍ଡ ହେଲିକପ୍ଟର ଦୁର୍ନୀତି ମାମଲାରେ ବରିଷ୍ଠ କଂଗ୍ରେସ ନେତା ଅହମ୍ମଦ ପଟେଲଙ୍କ ନାଁ ଉଠିଛି। ଏହି ମାମଲାରେ ଗିରଫ ହୋଇଥିବା ମଧ୍ୟସ୍ଥ କ୍ରିଷ୍ଟିୟାନ ମିଶେଲ ଜେମ୍ସ ପଟେଲଙ୍କ ନାଁ ନେଇଛନ୍ତି। ମାମଲାର ତଦନ୍ତ କରୁଥିବା ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି) ଶୁକ୍ରବାର କୋର୍ଟରେ ଦାଖଲ କରିଥିବା ଅଭିଯୋଗଫର୍ଦ୍ଦରେ ଏହା ଦର୍ଶାଇଛି। ଏହି ଦୁର୍ନୀତିରେ ‘ଏପି ଆଣ୍ଡ ଫାମ୍‌’ ଅର୍ଥାତ ଅହମ୍ମଦ ପଟେଲ ଏବଂ ପରିବାର ସମ୍ପୃକ୍ତ ଥିବା ନେଇ ମଧ୍ୟସ୍ଥ ମିଶେଲ କହିଛନ୍ତି।

ଇଡି ଅଭିଯୋଗଫର୍ଦ୍ଦରେ ଦର୍ଶାଇଛି ଯେ, ହେଲିକପ୍ଟର ଦୁର୍ନୀତିରେ ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ସାମିଲ ଅଛନ୍ତି। ଯେତେବେ​‌ଳେ ହେଲିକପ୍ଟର କିଣାଯାଇଥିଲା, ସେତେବେଳେ ଅଧିକାରୀ, ଅମଲାତନ୍ତ୍ରୀ, ଗଣମାଧ୍ୟମ ବ୍ୟକ୍ତିବିଶେଷ ଏବଂ ତତ୍କାଳୀନ ଶାସକ ଦଳର ବଡ଼ ବଡ଼ ରାଜନେତାଙ୍କୁ ଲାଞ୍ଚ ଦିଆଯାଇଥିଲା। ବଜେଟ ପତ୍ର ଅନୁସାରେ ଦେଶରେ ଭିଭିଆଇପିମାନଙ୍କ ଯାତାୟାତ ଲାଗି ହେଲିକପ୍ଟର କିଣିବା ପାଇଁ ଅଗଷ୍ଟା ୱେଷ୍ଟଲାଣ୍ଡ କମ୍ପାନୀକୁ ଟେଣ୍ଡର ଦେବା ଲାଗି ବାୟୁସେନା ଅଧିକାରୀ, ଅମଲାତନ୍ତ୍ରୀ ଏବଂ ରାଜନେତାଙ୍କୁ ୩ କୋଟି ୟୁରୋ ଲାଞ୍ଚ ଦେବାକୁ ପଡ଼ିଥିଲା।

Hot this week

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

Related Articles

Popular Categories