www.samajalive.in
Saturday, December 6, 2025
26.1 C
Bhubaneswar

ଓମାରଙ୍କ ମନ୍ତବ୍ୟ ‘କାଶ୍ମୀର ପାଇଁ ଅଲଗା ପ୍ରଧାନମନ୍ତ୍ରୀ’କୁ ମୋଦୀଙ୍କ ସମାଲୋଚନା; କହିଲେ ଜବାବ ଦେଉ କଂଗ୍ରେସ

ହାଇଦ୍ରାବାଦ: ‘ଜାମ୍ମୁ-କାଶ୍ମୀର ପାଇଁ ଅଲଗା ପ୍ରଧାନମନ୍ତ୍ରୀ ଜରୁରୀ’। ଏଭଳି ମନ୍ତବ୍ୟ ଦେଇଥିବା ଜାମ୍ମୁ-କାଶ୍ମୀରର ନ୍ୟାଶନାଲ କନ୍‌ଫରେନ୍ସ ନେତା ଓମାର ଅବଦୁଲ୍ଲାଙ୍କୁ କଡ଼ା ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏଥିସହ କଂଗ୍ରେସ ଏବଂ ମହାମେଣ୍ଟ ଗଠନ କରିଥିବା ଦଳଗୁଡ଼ିକ ଏହା ଉପରେ ନିଜର ମତ ସ୍ପଷ୍ଟ କରନ୍ତୁ ବୋଲି ମୋଦୀ କହିଛନ୍ତି।

ମୋଦୀ ହାଇଦ୍ରାବାଦରେ ଏକ ନିର୍ବାଚନୀ ରାଲିରେ ଉଦବୋଧନ ଦେବା ଅବସରରେ କହିଥିଲେ, ମୁଁ ଗଣମାଧ୍ୟମରୁ ଜାଣିବାକୁ ପାଇଲି ଯେ, ଓମାର ଅବଦୁଲ୍ଲା କହିଛନ୍ତି କି କାଶ୍ମୀର ପାଇଁ ଅଲଗା ପ୍ରଧାନମନ୍ତ୍ରୀ ହେବା ଉଚିତ। ଏହି ମନ୍ତବ୍ୟ ଉପରେ କଂଗ୍ରେସ ଏବଂ ମହାମେଣ୍ଟର ସବୁ ସହଯୋଗୀ ଦଳଗୁଡ଼ିକୁ ଜବାବ ଦେବାକୁ ହେବ। ଓମାର ଏହା କହିବାର କାରଣ କ’ଣ ଏବଂ ସେ କିପରି ଏଭଳି ସାହସ କଲେ ବୋଲି ମୋଦୀ ପ୍ରଶ୍ନ କରିଛନ୍ତି। ମୋଦୀ କହିଛନ୍ତି, କାଶ୍ମୀର ପାଇଁ ଦୁଇଜଣ ପ୍ରଧାନମନ୍ତ୍ରୀ ? ଏଥିରେ କ’ଣ ଆପଣମାନେ ସହମତ ? ମୋଦୀ ତୃଣମୂଳ କଂଗ୍ରେସ ମୁଖ୍ୟ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌.ଡି. ଦେବେଗୌଡ଼ା, ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁ ଏବଂ ଏନସିପି ମୁଖ୍ୟ ଶରଦ ପାୱାରଙ୍କୁ ଏଭଳି ପ୍ରଶ୍ନ କରିବା ସହ ସେମାନେ କ’ଣ ଓମାରଙ୍କ ମନ୍ତବ୍ୟରେ ସହମତ କି ବୋଲି ପଚାରିଛନ୍ତି।

Hot this week

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

Related Articles

Popular Categories