mission shakti banner

ରାହୁଲଙ୍କ ରେଡ କାର୍ଡ: ରାଷ୍ଟ୍ରୀୟ ସୁରକ୍ଷା ରିପୋର୍ଟ

BSKY banner  750×100
0

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କହିଛନ୍ତି, ଅବସରପ୍ରାପ୍ତ ଲେଫ୍ଟନାଣ୍ଟ ଜେନେରାଲ ଡି.ଏସ. ହୁଡ୍ଡାଙ୍କ ନେତୃତ୍ୱରେ ଗଠିତ ବିଶେଷଜ୍ଞ କମିଟି ଦେଶର ସୁରକ୍ଷା ସମ୍ପର୍କିତ ରିପୋର୍ଟ ପ୍ରଦାନ କରିଛନ୍ତି। ରାହୁଲ ଏ ବିଷୟରେ ଟ୍ୱିଟ କରି ଜଣାଇଛନ୍ତି। ଜେନେରାଲ ଡି.ଏସ. ହୁଡ୍ଡା ବିସ୍ତୃତ ରିପୋର୍ଟ ଦେଇଥିବା କଂଗ୍ରେସ ଅଧ୍ୟକ୍ଷ କହିଛନ୍ତି। ଏହି ରିପୋର୍ଟ ଉପରେ କଂଗ୍ରେସ କମିଟି ପ୍ରଥମେ ବିଚାର ବିମର୍ଶ କଲାପରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ସ୍ଥିର କରିବ ବୋଲି ସେ କହିଛନ୍ତି।

୨୦୧୬ ସର୍ଜିକାଲ ଷ୍ଟ୍ରାଇକରେ ଗୁରୁତ୍ୱପୂର୍ଣ ଭୂମିକା ଗ୍ରହଣ କରିଥିବା ଜେନେରାଲ ଡି.ଏସ. ହୁଡ୍ଡା ଅବସର ଗ୍ରହଣ ପରେ କଂଗ୍ରେସରେ ସାମିଲ ହୋଇଥିଲେ ଏବଂ ପରେ ପାର୍ଟି ତାଙ୍କୁ ଦେଶର ସୁରକ୍ଷା ସମ୍ପର୍କିତ ରିପୋର୍ଟ ପ୍ରସ୍ତୁତ ପାଇଁ ଦାୟିତ୍ୱ ଦେଇଥିଲେ। ଏବେ କଂଗ୍ରେସ ତାର ଘୋଷଣା ପତ୍ରରେ ସୁରକ୍ଷା ରିପୋର୍ଟରେ ଥିବା କିଛି ସୁପାରିଶକୁ ତାର ଘୋଷଣା ପତ୍ରରେ ସ୍ଥାନ ଦେଇପାରେ। ତେବେ ପୁଲୱାମା ଆକ୍ରମଣ ଓ ଭାରତର ପ୍ରତିଆକ୍ରମଣ ନେଇ ରାହୁଲଙ୍କ ପ୍ରଶ୍ନ ତଥା ନିର୍ବାଚନ ସମୟରେ ଏଭଳି ରିପୋର୍ଟ କଂଗ୍ରେସ-ବିଜେପି ବିବାଦକୁ ଅଧିକ ଘନୀଭୂତ କରିବା ସମ୍ଭାବନା ରହିଛି।

Leave A Reply