www.samajalive.in
Thursday, December 11, 2025
15.1 C
Bhubaneswar

ଫେସବୁକ ସିଧା ପ୍ରସାରଣରେ ଲାଗୁ ହେଵ ପ୍ରତିବନ୍ଧକ

ୱାଶିଂଟନ: ଫେସବୁକରେ ସିଧା ଭିଡିଓ ପ୍ରସାରଣ (ଲାଇଭ ଷ୍ଟ୍ରିମିଙ୍ଗ) ବ୍ୟବସ୍ଥାରେ ଆଂଶିକ ପ୍ରତିବନ୍ଧକ ଲାଗୁ ହେବ। ବହୁଳ ବ୍ୟବହୃତ ସାମାଜିକ ଗଣମାଧ୍ୟମ ଫେସବୁକର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ସେରିଲ ସ୍ୟାଣ୍ଡବର୍ଗ କହିଛନ୍ତି, ନ୍ୟୁଜିଲାଣ୍ଡ ମସଜିଦରେ ସଂଗଠିତ ଗୁଳିକାଣ୍ଡର ଭିଡିଓ ସିଧା ପ୍ରସାରଣ ହେବା ପରେ ଲାଇଭ ଷ୍ଟ୍ରିମିଙ୍ଗ ବ୍ୟବସ୍ଥାରେ ଆଂଶିକ ପ୍ରତିବନ୍ଧକ ଲାଗୁ କରିବା ନେଇ ବିଚାର ବିମର୍ଶ ଚାଲିଛି। ଏଥି ପାଇଁ କେଉଁ ପ୍ରକାର ପ୍ରତିବନ୍ଧକ ଲାଗୁ କରାଯିବ ଓ ତାହା କିଭଳି ସମ୍ବେଦନଶୀଳ ଭିଡ଼ିଓର ସିଧା ପ୍ରସାରଣକୁ ରୋକି ପାରିବ, ସେ ସମ୍ପର୍କରେ ପରୀକ୍ଷା ନିରୀକ୍ଷା ଚାଲିଥିବା ସେ କହିଛନ୍ତି।

ନ୍ୟୁଜିଲାଣ୍ଡ ମସଜିଦରେ ସଂଗଠିତ ଗୁଳିକାଣ୍ଡର ଭିଡିଓ ସିଧା ପ୍ରସାରଣ ହେବା ପରେ ଏହାକୁ ପ୍ରାୟ ୨୦୦ ଜଣ ୧୭ ମିନିଟ ପର୍ଯ୍ୟନ୍ତ ଦେଖିଥିଲେ ମଧ୍ୟ ମାତ୍ର ଜଣେ ଦର୍ଶକ ଏ ନେଇ ଅଭିଯୋଗ କରିଥିଲେ। ପରେ ଫେସବୁକ ମୂଳ ଭିଡିଓକୁ ସର୍ଭରରୁ ଅପସାରଣ କରିବା ସହ ୨୪ ଘଣ୍ଟା ମଧ୍ୟରେ ସେହି ଭିଡ଼ିଓର ଦେଢ଼ କୋଟି କପିକୁ ଅପଲୋଡ଼ ହେବାରୁ ବନ୍ଦ ରଖିଥିଲେ ଓ ୩୦ହଜାର ଭିଡ଼ିଓ ଡିଲିଟ କରିଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories