www.samajalive.in
Monday, December 8, 2025
27.1 C
Bhubaneswar

ବିଳମ୍ବିତ ରାତ୍ରିରେ ଖାଦ୍ୟ ଗ୍ରହଣ, ଶରୀର ପାଇଁ କ୍ଷତିକାରକ

ସମୟ ପରିବର୍ତ୍ତନ ସହ ଆମ ଜୀବନଶୈଳୀରେ ପରିବର୍ତ୍ତନ ହୋଇଛି। ପୂର୍ବରୁ ଲୋକେ ସକାଳେ ଶୀଘ୍ର ଉଠୁଥିଲେ ଏବଂ ରାତିରେ ଶୀଘ୍ର ଶୋଉଥିଲେ। କିନ୍ତୁ ଆଧୁନିକ ଜୀବନଶୈଳୀରେ ବିଳମ୍ବିତ ରାତିରେ ଖାଇବା ଓ ଶୋଇବା ଏକ ପ୍ରକାର ଅଭ୍ୟାସଗତ ଗଲାଣି। ଆଜିକାଲି ଲୋକ ବଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଅନିଦ୍ରା ରହୁଛନ୍ତି ଏବଂ କିଛି ନା କିଛି ଖାଦ୍ୟ ଗ୍ରହଣ କରୁଛନ୍ତି। କିନ୍ତୁ ବିଳମ୍ବିତ ରାତିରେ ଖାଦ୍ୟ ଖାଇବା ଅଭ୍ୟାସ ଶରୀର ପାଇଁ କ୍ଷତିକାରକ ହୋଇଥାଏ। ଯଦି ଆପଣଙ୍କର ମଧ୍ୟ ଏଭଳି ଅଭ୍ୟାସ ରହିଛି, ତେବେ ଏବେ ଠାରୁ ସାବଧାନ ହୋଇଯାଆନ୍ତୁ। କାରଣ ଏହି ଅଭ୍ୟାସ ଦ୍ବାରା ଆପଣଙ୍କୁ ଅନେକ ରୋଗ ଗ୍ରାସ କରିପାରେ।

ନିଦରେ ସମସ୍ୟା: ବିଳମ୍ବିତ ରାତିରେ ଖାଦ୍ୟ ଗ୍ରହଣ କରିବା ଦ୍ଵାରା ନିଦ ଭଲ ହୋଇନଥାଏ। ଏହା ସହ ଗ୍ୟାସ ଜନିତ ସମସ୍ୟା ଦେଖା ଦେବାର ଯଥେଷ୍ଟ ଆଶଙ୍କା ଥାଏ ଏବଂ ଖରାପ ସ୍ୱପ୍ନ ଆସିଥାଏ।

- Advertisement -

ସଠିକ୍ ହଜମ ହୋଇ ନଥାଏ: ଯଦି ଆପଣଙ୍କର ଗ୍ୟାସ ଜନିତ ସମସ୍ୟା ରହିଛି ତେବେ ଆପଣଙ୍କ ଖାଦ୍ୟପେୟ ସମୟ ପରିବର୍ତ୍ତନ କରନ୍ତୁ। ବିଳମ୍ବିତ ରାତିରେ ଖାଦ୍ୟ ଗ୍ରହଣ କଲେ ତାହା ଠିକ୍ ଭାବରେ ହଜମ ହୋଇନଥାଏ। ଏହି କାରଣରୁ ଗ୍ୟାସ ଜନିତ ସମସ୍ୟା ସୃଷ୍ଟି ହୋଇଥାଏ। ତେଣୁ ରାତ୍ରି ଭୋଜନ ପରେ କିଛି ସମୟ ଚାଲିବାକୁ ପରାମର୍ଶ ଦିଆଯାଏ। ଏହା ଦ୍ବାରା ଖାଦ୍ୟ ଭଲ ଭାବରେ ହଜମ ହୋଇଥାଏ।

ଓଜନ ବୃଦ୍ଧି: ବିଳମ୍ବିତ ରାତ୍ରିରେ ଖାଦ୍ୟ ଗ୍ରହଣ କରିବା ଦ୍ଵାରା ଶରୀରରେ ହର୍ମୋନ ସନ୍ତୁଳନ ଅନିୟନ୍ତ୍ରିତ ହୋଇଥାଏ ଯାହା ଫଳରେ ଓଜନ ବୃଦ୍ଧି ହୋଇଥାଏ।

ଉଚ୍ଚ ରକ୍ତଚାପ: ଆଧୁନିକ ଜୀବନଶୌଳୀ ଦ୍ବାରା ହୃଦଘାତ ଜନିତ ସମସ୍ୟା ଓ ମଧୁମେହ ରୋଗର ଆଶଙ୍କା ବଢି ଯାଇଥାଏ। ଏକ ଅଧ୍ୟୟନରୁ ଜଣାପଡିଛି, ବିଳମ୍ବିତ ରାତିରେ ଖାଦ୍ୟ ଗ୍ରହଣ କରିବା ଦ୍ବାରା ଉଚ୍ଚ ରକ୍ତଚାପ ଓ ରକ୍ତରେ ଶର୍କରାର ମାତ୍ରା ବଢିଯାଇଥାଏ। ଯାହା ଶରୀର ପାଇଁ କ୍ଷତିକାରକ ହୋଇଥାଏ।

Hot this week

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

Related Articles

Popular Categories