www.samajalive.in
Sunday, December 14, 2025
16.1 C
Bhubaneswar

ଦାରିଦ୍ର୍ୟର ତାଡ଼ନାରେ ତିନି ଭଉଣୀଙ୍କ ଆତ୍ମହତ୍ୟା!

ମାଲକାନଗିରି: ସ୍ଥାନୀୟ ଜଗନ୍ନାଥ ସାହିରେ ଆଜି ଘଟିଛି ଏକ ଦୁଃଖଦ ଘଟଣା। ଗୋଟିଏ ପରିବାରର ତିନି ଭଉଣୀ ଘର ଭିତରେ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ମୃତକମାନେ ହେଲେ କେ.ମଙ୍ଗା (୪୦), କେ.ମେନକା(୩୫), ସାନ ଭଉଣୀ ରେଣୁକା (୨୫)। ଏ ସଂକ୍ରାନ୍ତରେ ସବିଶେଷ ତଥ୍ୟ ଜଣାପଡ଼ି ନ ଥିଲେ ମଧ୍ୟ ପାରିପାଶ୍ୱର୍ିକ ସ୍ଥିତିକୁ ଅନୁଧ୍ୟାନ କଲେ ସେମାନେ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି। ପୁଲିସ ମୃତ୍ୟୁର କାରଣ ସ୍ପଷ୍ଟ କରି ନଥିଲେ ମଧ୍ୟ ଆତ୍ମହତ୍ୟା ଘଟଣାକୁ ଅସ୍ୱୀକାର କରି ନାହିଁ। ପୋଷ୍ଟମର୍ଟମ୍‍ ରିପୋର୍ଟ ଆସିବା ପରେ ହିଁ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ତଦନ୍ତକାରୀ ଅଫିସର ବୃନ୍ଦାବତୀ ତାଣ୍ଡି କହିଛନ୍ତି।
ସ୍ଥାନୀୟ ଲୋକଙ୍କ ସୂଚନା ଅନୁଯାୟୀ, ମାଲକାନଗିରି ସଦର ମହକୁମା ଜଗନ୍ନାଥ ସାହିର କେ. ନାଗେଶ୍ୱର ରାଓ ଓ କେ.ଲକ୍ଷ୍ମୀଙ୍କ ୪ ପୁଅ ଓ ୩ ଝିଅର ଏକ ହସଖୁସିର ସଂସାର ଥିଲା। ଜଗନ୍ନାଥ ସାହି ଜଗନ୍ନାଥ ମନ୍ଦିର ନିକଟକୁ ଲାଗିଥିôବା ଏକ ଭଡ଼ା ଘରେ ସେମାନେ ରହୁଥିଲେ। ପୁଅମାନେ ଛୋଟ ମୋଟ ବ୍ୟବସାୟ କରି ପରିବାର ଚଳାଉଥିଲେ। ଏକ ବର୍ଷ ପୂର୍ବେ କେ.ଲକ୍ଷ୍ମୀଙ୍କ ମୃତ୍ୟୁ ଘଟିଥିଲା। ୨/୩ ବର୍ଷ ପୂର୍ବରୁ ଜଣେ ପୁଅର ମଧ୍ୟ ମୃତ୍ୟୁ ହୋଇଥିଲା। ୧୨ ଦିନ ପୂର୍ବେ ନାଗେଶ୍ୱରଙ୍କ ମୃତ୍ୟୁ ପରେ ଭାଇ ଭଉଣୀ ଭାଙ୍ଗି ପଡ଼ିଥିଲେ। ଗଣପତିଙ୍କ ଅସ୍ଥି ବିସର୍ଜନ ପାଇଁ ଦୁଇ ଭାଇ ଆଜି ଭୋରରୁ ଆଲ୍ଲାହାବାଦ୍‍ ଅଭିମୁଖେ ବାହାରିଥିଲେ। ଆଜି ପୂର୍ବାହ୍ନ ପ୍ରାୟ ୯ଟା ସମୟରେ ସାନଭାଇକୁ ତିନି ଭଉଣୀ ବଜାରକୁ କିଛି ଜିନିଷ ଆଣିବା ପାଇଁ ପଠାଇଥିଲେ। ଏହାପରେ ତିିନି ଭଉଣୀ ଘରର କବାଟ ଭିତର ପଟୁ ବନ୍ଦ କରି ଦେହରେ କିରାସିନି ଢାଳି ନିଅାଁ ଲଗାଇ ଦେଇଥିଲେ। ଏହି ସମୟରେ ସେମାନେ ଗ୍ୟାସ୍‍ ରେଗୁଲେଟର ଖୋଲି ଦେଇଥିବା ଜଣାପଡ଼ିଛି। ଅଗ୍ନିକାଣ୍ଡ ଦେଖି ପଡ଼ିଶା ଘର ଲୋକେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀମାନେ ପହଞ୍ଚି ନିଅାଁକୁ ଆୟତ୍ତ କରିବା ପୂର୍ବରୁ ତିନି ଭଉଣୀ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories