www.samajalive.in
Monday, December 8, 2025
13.1 C
Bhubaneswar

ଜନ୍ମ ତାରିଖ ଖୋଲି ଥାଏ ବିବାହ ରହସ୍ୟ ; ଜାଣନ୍ତୁ ଆପଣଙ୍କର ପ୍ରେମ ନା ପ୍ରସ୍ତାବିତ ବିବାହ

ବିବାହ ପୂର୍ବରୁ ସଭିଏଁ ଗୋଟିଏ ପ୍ରଶ୍ନର ଉତ୍ତର ଜାଣିବାକୁ ଇଚ୍ଛା କରି ଥାଆନ୍ତି ଯେ, ତାଙ୍କର ପ୍ରସ୍ତାବିତ କି ପ୍ରେମ ବିବାହ ହେବ। ଆପଣଙ୍କ ମନରେ ମଧ୍ୟରେ ମଧ୍ୟ ଏହି ପ୍ରଶ୍ନ ସୃଷ୍ଟି ହେଉଥିବ। ମାତ୍ର ସଭିଏଁ ହୁଏତ ଜାଣି ନଥିବେ, ଏହି ପ୍ରଶ୍ନର ଉତ୍ତର ଆପଣଙ୍କ ଜନ୍ମ ଦିନ ସହ ଲୁଚି ରହିଛି। ଜାଣନ୍ତୁ ଏହି ବିଷୟରେ ….
ଯେଉଁମାନଙ୍କର ଜନ୍ମ ଯେକୌଣସି ମାସର ୧,୧୦,୧୯,୨୮ ତାରିଖରେ ହୋଇଥାଏ। ତାଙ୍କ ମୂଲ୍ୟାଙ୍କ ୧ ହୋଇଥାଏ। ଏହି ମୂଲ୍ୟାଙ୍କ ଥିବା ବ୍ୟକ୍ତି ମାନେ ଲାଜକୁଳା ସ୍ୱଭାବର ଅଟନ୍ତି। ଏହି ଅଙ୍କ ସୂର୍ଯ୍ୟଙ୍କର ପ୍ରତୀକ ଅଟେ। ଏହାସହ ଏପରି ବ୍ୟକ୍ତିମାନଙ୍କର ପ୍ରେମ ବିବାହର ଆଶଙ୍କା କମ ଥାଏ।
ଯେଉଁମାନଙ୍କର ଜନ୍ମ ଯେକୌଣସି ମାସର ୨,୧୧,୨୦ ଓ ୨୯ ତାରିଖରେ ଜନ୍ମ, ସେମାନଙ୍କ ମୂଲ୍ୟାଙ୍କ ୨। ଏଭଳି ଲୋକେ ବହୁ ଭାବି ଚିନ୍ତି ପ୍ରେମ ସଂପର୍କ ସ୍ଥାପନ କରିଥାଆନ୍ତି। ପ୍ରେମର ସଂପର୍କକୁ ମଧ୍ୟ ଖୁବ ସଚ୍ଚୋଟତାର ସହ ଗ୍ରହଣ କରିବା ସହ ନିଜ ସାଥିଙ୍କୁ ଖୁବ ସମ୍ମାନ ଦେଇଥାଆନ୍ତି। ତେଣୁ ଏଭଳି ବ୍ୟକ୍ତିମାନେ ପ୍ରେମ ବିବାହ କରିଥାଆନ୍ତି।
ଯେଉଁମାନଙ୍କର ଜନ୍ମ ଯେକୌଣସି ମାସର ୩,୧୨,୨୧ ଓ ୩୦ ତାରିଖରେ ଜନ୍ମ ହୋଇଥାଏ , ସେମାନଙ୍କ ମୂଲ୍ୟାଙ୍କ ୩। ଏହି ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତି ଅଧିକାଂଶ ପ୍ରେମ ବିବାହ କରିଥାଆନ୍ତି।
ଯେଉଁମାନଙ୍କର ଜନ୍ମ ଯେକୌଣସି ମାସର ୫,୧୪ ଓ ୨୩ ଏହି ତାରିଖରେ ଜନ୍ମ ହୋଇଥାଏ, ଏଭଳି ବ୍ୟକ୍ତି ପାରମ୍ପରିକ ସଂପର୍କରେ ଅଧିକ ବିଶ୍ୱାସ କରିଥାଆନ୍ତି। ତେଣୁ ଏହି ପ୍ରକାରର ବ୍ୟକ୍ତି ଅଧିକାଂଶ ପରିବାର ଲୋକଙ୍କ ଇଚ୍ଛାରେ ବିବାହ କରିଥାଆନ୍ତି।
ଯେଉଁମାନଙ୍କର ଜନ୍ମ ଯେକୌଣସି ମାସର ୬, ୧୫ ଓ ୨୪ ତାରିଖରେ ହୋଇଥାଏ, ସେମାନଙ୍କର ମୂଲ୍ୟାଙ୍କ ୬। ତେଣୁ ଏହି ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତି ପ୍ରେମ ବିବାହରେ ସଫଳତା ପାଇଥାଆନ୍ତି।
ଯେଉଁମାନଙ୍କର ଜନ୍ମ ଯେକୌଣସି ମାସର ୭,୧୭ ଓ ୨୫ ତାରିଖରେ ହୋଇଥାଏ, ସେମାନଙ୍କର ମୂଲ୍ୟାଙ୍କ ୭। ଏମାନଙ୍କର ଅଧିକାଂଶ ପ୍ରସ୍ତାବିତ ବିବାହ ହୋଇଥାଏ।
ଯେଉଁମାନଙ୍କର ଜନ୍ମ ଯେକୌଣସି ମାସର ୮,୧୭ ଓ ୨୬ ତାରିଖରେ ହୋଇଥାଏ, ସେମାନଙ୍କ ମୂଲ୍ୟାଙ୍କ୮। ଏହି ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତି ପ୍ରେମ ବିବାହ ହିଁ କରିଥାଆନ୍ତି। ତାଙ୍କ ନିଷ୍ପତ୍ତିକୁ ମଧ୍ୟ ସମ୍ମାନ ମିଳିଥାଏ। ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ।

Hot this week

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

Related Articles

Popular Categories