www.samajalive.in
Wednesday, December 10, 2025
16.1 C
Bhubaneswar

ମାସୁଦ ବିରୋଧୀ ପ୍ରସ୍ତାବକୁ ଭାରତର ସମର୍ଥନ

ବେଜିଂ/ନୂଆଦିଲ୍ଲୀ : ଆତଙ୍କବାଦୀ ସଂଗଠନ ଜୈସ-ଇ-ମହମ୍ମଦ ମୁଖ୍ୟ ମାସୁଦ ଆଝାରକୁ କଳାତାଲିକାଭୁକ୍ତ କରିବା ନେଇ ଆମେରିକା ପକ୍ଷରୁ ଜାତିସଂଘରେ ଆଗତ ପ୍ରସ୍ତାବକୁ ଭାରତ ଶୁକ୍ରବାର ସମର୍ଥନ କରିଛି। ଜାତିସଂଘ ନିରାପତ୍ତା ପରିଷଦରେ ଏହି ପ୍ରସ୍ତାବ ଉପରେ ଅନୁଷ୍ଠିତ ଆଲୋଚନାରେ ଅଂଶଗ୍ରହଣ କରି ଭାରତର ପ୍ରତିନିଧି ସୟିଦ ଆକବରୁଦ୍ଦିନ କହିଛନ୍ତି ଆତଙ୍କବାଦୀମାନେ ସମସ୍ତ ନୀତିନିୟମ ଉଲ୍ଲଙ୍ଘନ କରିବା ଲାଗି ନୂତନ ପନ୍ଥା ଖୋଜୁଛନ୍ତି। ଆତଙ୍କବାଦୀଙ୍କୁ ସମର୍ଥନ ଦେଉଥିବା ରାଷ୍ଟ୍ରଗୁଡିକ ଆତଙ୍କବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣରେ ନିଜର ଉଦାସୀନତା ନେଇ ଏମିତି ନାନା ବାହାନା ଉପସ୍ଥାପନ କରିବେ ବୋଲି ପାକିସ୍ତାନ ଆଡକୁ ସଙ୍କେତ କରି ଆକବରୁଦ୍ଦିନ କହିଛନ୍ତି।
ହିଂସା ଘଟାଉଥିବା ଇସ୍‌ଲାମିକ ଦଳଗୁଡିକ ଉପରେ କଟକଣା ଲାଗୁ କରିବାର ପଥ ଅବରୋଧ କରୁଥିବା ନେଇ ଏହା ବିରୋଧରେ ଅଣାଯାଇଥିବା ଅଭିଯୋଗ ପରିପ୍ରେକ୍ଷୀରେ ଚୀନ ଶୁକ୍ରବାର ଆମେରିକାକୁ କଡ଼ା ନିନ୍ଦା କରିଛି। ଏଥିସହ ଏହି ପ୍ରସଙ୍ଗରେ ନିଜର ଆଭିମୁଖ୍ୟକୁ ଚୀନ ଦୃଢ ସମର୍ଥନ କରିଛି। ମାସୁଦ ପ୍ରସଙ୍ଗରେ ବେଜିଂ ଆତଙ୍କବାଦୀଙ୍କୁ ସମର୍ଥନ କରିବା ଭଳି କୌଣସି କାର୍ଯ୍ୟ କରିନାହିଁ। ବରଂ କେବଳ ନିୟମରେ ଥିବା ପ୍ରକ୍ରିୟାର ଅନୁକରଣ କରୁଛି ବୋଲି ଚୀନ ଦର୍ଶାଇଛି। ଉଲ୍ଲେଖ ​‌ମାସୁଦକୁ କଳାତାଲିକାଭୁକ୍ତ କରିବା ନେଇ ଆମେରିକା ଗୁରୁବାର ଜାତିସଂଘରେ ନୂତନ ପ୍ରସ୍ତାବ ଆଗତ କରିଥିଲା। ଏହାକୁ ବ୍ରିଟେନ ଓ ଫ୍ରାନ୍ସ ସମର୍ଥନ କରିଥିଲେ। ଚୀନ ନିଜଦେଶରେ ଲକ୍ଷାଧିକ ମୁସଲମାନଙ୍କୁ ନିର୍ଯାତନା ଦେଇଥିବା ବେଳେ ଏବେ ଇସଲାମିକ ଦଳଗୁଡିକୁ ସୁରକ୍ଷା ଦେଇ ଏହା ମୁସଲମାନଙ୍କ ପ୍ରତି ନିନ୍ଦନୀୟ କପଟ କରୁଛି ବୋଲି ଆମେରିକାର ବୈଦେଶିକ ସଚିବ ମାଇକ ପୋମ୍ବେଓ କହିଥିଲେ। ଏହାର ଉତ୍ତରରେ ଚୀନ ବୈଦେଶିକ ମନ୍ତ୍ରୀ କହିଛନ୍ତି, ବାସ୍ତବରେ ଯଦି ଚୀନର ଆଭିମୁଖ୍ୟ ଏଭଳି ହୋଇଥାଆନ୍ତା ତା’ହେଲେ ଦେଶ ୧୨୬୭ ଅଲକାଏଦା କଟକଣା କମିଟିର କାର୍ଯ୍ୟାନୁଷ୍ଠାନକୁ ଅଟକାଇ ବହୁ ସଂଖ୍ୟକ ଆତଙ୍କବାଦୀଙ୍କୁ ଆଶ୍ରୟ ଦେଇପାରିଥାଆନ୍ତା। କିନ୍ତୁ ଚୀନ ନିୟମ ମଧ୍ୟରେ ରହି ମାସୁଦ ବିରୋଧୀ ପ୍ରସ୍ତାବକୁ ବିରୋଧ କରିଛି। ଉଲ୍ଲେଖ ଯେ ପୁଲୱାମା ଆକ୍ରମଣ ପାଇଁ ଜୈଶ ନିଜକୁ ଦାୟୀ କରିବା ପରେ ମାସୁଦକୁ କଳାତାଲିକାଭୁକ୍ତ କରିବାକୁ ଉଦ୍ୟମ ଆରମ୍ଭ ହୋଇଛି।

Hot this week

ଧାନ ରଖି ଚାଷୀଙ୍କ ରାଜପଥ ଅବରୋଧ: ପୁଲିସ ସହ ଧସ୍ତାଧସ୍ତି, ୩ ଘଣ୍ଟା ଯାତାୟାତ ବନ୍ଦ

ଅତାବିରା/ରେଙ୍ଗାଲିକ୍ୟାମ୍ପ, : ମଣ୍ଡି ଗୁଡିକରେ ମନ୍ଥର ଗତିରେ ଧାନ ଉଠୁଥିଲା। ମଣ୍ଡିରୁ...

ବାରବାଟୀରେ ଏକତରଫା ବିଜୟ: ଦକ୍ଷିଣ ଆଫ୍ରିକାର ସର୍ବନିମ୍ନ ସ୍କୋର

କଟକ: କଟକ ବାରବାଟୀ ଷ୍ଟାଡିୟମ୍‌ରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ...

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

Related Articles

Popular Categories