୨୫ଲକ୍ଷରୁ ଉଦ୍ଧ୍ଵ ଟଙ୍କାର ସୁନା ଲୁଟ୍ ଅଭିଯୋଗ

0

ଭୁବନେଶ୍ବର : ନୟାପଲ୍ଲୀ ଇନ୍ଦ୍ରଧନୁ ମାର୍କେଟର ଏକ ଜୁଏଲାରୀ ଦୋକାନରୁ ୨୫ଲକ୍ଷରୁ ଉଦ୍ଧ୍ଵ ଟଙ୍କାର ସୁନା ଗହଣା ଭର୍ତ୍ତି ବ୍ୟାଗ୍ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ସୁନା ଭର୍ତ୍ତି ବ୍ୟାଗକୁ ତଳେ ରଖି ତାଲା ପକାଉଥିଲାବଳେ ଦୁବୃର୍ତ୍ତ ଲୁଟି ନେଇଛନ୍ତି। ଏନେଇ ଜୁଏଲାରୀ ଦୋକାନୀ ଥାନାରେ ଏତଲା ଦେବାପରେ ପୁଲିସ ଛାନଭିନ୍ ଚଳାଇଛି। ଦୋକାନ ସିସିଟିଭି କ୍ୟାମେରାରୁ ଲୁଟ୍ ବେଳର ଭିଡିଓ ମିଳିଥିବା ସୂଚନା ମିଳିଛି।

Leave A Reply