www.samajalive.in
Sunday, December 14, 2025
26.1 C
Bhubaneswar

ବୈଜୟନ୍ତ ବିଜେପି ମୁହାଁ , ଅଭିଯୋଗ କଲେ ସାଂସଦଙ୍କ ରାଜନୈତିକ ସଂଯୋଜକ ଦେବାଶୀଷ

କଟକ:  କେନ୍ଦ୍ରାପଡା ସାସଂଦ ବୈଜୟନ୍ତ  ପଣ୍ଡା ଏବେ ବିଜେପି ପ୍ରତି ଢଳୁଥିବା ସାସଂଦଙ୍କର ରାଜନୈତିକ ସଂଯୋଜକ ଥିବା ଦେବାଶିଷ ମଲ୍ଲିକ ଅଭିଯୋଗ କରିଛନ୍ତି । ସେ ସାସଂଦଙ୍କର ରାଜନୈତିକ ସଂଯୋଜକ ପଦରୁ ଇସ୍ତଫା ଦେଇଛନ୍ତି । ମଙ୍ଗଳବାରରେ ଏକ ସାମ୍ବାଦିକ ସମ୍ମିଳନୀରେ  ସେ ଏହି ଅଭିଯୋଗ କରିଛନ୍ତି । ସାସଂଦ ବୈଜୟନ୍ତ ପଣ୍ଡା ବିଜେପି ପ୍ରତି ଢଳିଥିବାରୁ ବିଜେଡି ବିପକ୍ଷରେ କାମ କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । ବୈଜୟନ୍ତ ମିଛରେ ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟବସ୍ଥା ବିଷୟରେ ଅପ ପ୍ରଚାର କରିଥିଲେ ବୋଲି ସେ ଅଭିଯୋଗ କରିଛନ୍ତି । ଏହା ସହ ବୈଜୟନ୍ତ ତୃତୀୟମହଲା ଓ କିଛି ସରକାରୀ କର୍ମଚାରୀଙ୍କୁ ଟାର୍ଗେଟ କରିଛନ୍ତି ବୋଲି ଦେବାଶୀଷ କହିଛନ୍ତି ।

ବୈଜୟନ୍ତ ପଣ୍ଡାଙ୍କର  ରାଜନୈତିକ ସଚିବ ଜ୍ୟୋତି ଘୋଷ ଏ ବିଷୟରେ ନିଜର ପ୍ରତିକ୍ରିୟା ରଖିଛନ୍ତି । ଦେବାଶୀଷ କରିଥିବା ଅଭିଯୋଗର କୌଣସି ତଥ୍ୟ ପ୍ରମାଣ ନାହିଁ ଓ  ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି ସେ  କହିଛନ୍ତି । ଦେବାଶୀଷ କାହା ଦ୍ୱାରା ପ୍ରଭାବିତ ହୋଇ ଏପରି କରିଥିବା ସେ ସୂଚନା ଦେଇଛନ୍ତି ।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories